ଭାରତ ବିରୋଧରେ ଯାଇ ଅଣ୍ଡାମାଡ଼ ଖାଇଲେ ପାକିସ୍ତାନ ନେତା

ଲଣ୍ଡନ,୫।୯: କଶ୍ମୀର ପ୍ରସଙ୍ଗକୁ କୌଣସି ସ୍ଥିତିରେ ହାତଛଡ଼ା କରିବାକୁ ଚାହୁଁ ନାହିଁ ପାକିସ୍ତାନ। ଏଥିପାଇଁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏହି ପ୍ରସଙ୍ଗ ଉଠାଇବା ସହ ଆଶ୍ୱାସନା ପାଇବାକୁ ଚେଷ୍ଟା ଚଳାଇଛି। ହେଲେ ପାକିସ୍ତାନକୁ ଏହାର ବିପରୀତ ଫଳ ଭୋଗିବା ସହ ଧୂଳି ଚାଟିବାକୁ ପଡୁଛି। କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ଲଣ୍ଡନରେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନିକଟତର ବନ୍ଧୁ ଜୁଲଫି ବୁଖାରୀ ଏବଂ ତାଙ୍କ ୪ଜଣ ନେତା ଲଣ୍ଡନରେ କଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ପହଞ୍ଚିଥିଲେ। ସେ ଲଣ୍ଡନରେ ଭାରତ ବିରୋଧୀ ଅଭିଯାନ ଚଳାଇବାକୁ ଉଦ୍ୟମ କରୁଥିବା ସମୟରେ ସେମାନଙ୍କୁ ଅଣ୍ଡା ଓ ଜୋତାମାଡର ଶୀକାର ହେବାକୁ ପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ବ୍ରିଟିଶ, ପାକିସ୍ତାନ ଓ ଖଲିସ୍ତାନ ସମର୍ଥକମାନେ ବ୍ରିଟେନର ପାର୍ଲାମେଣ୍ଟ ଛକରେ ବିକ୍ଷୋଭ କରିବା ସହ ଭାରତୀୟ ହାଇକମିଶନ ଆଡ଼କୁ ‘କଶ୍ମୀର ଫ୍ରିଡମ ମାର୍ଚ୍ଚ’ ରାଲି ବାହାର କରିଥିଲେ। ଏହି ରାଲିକୁ ୟାସିନ ମଲିକର ଜେକେଏଲ୍‌ଏଫ୍‌ ସଂଗଠନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏଥିରେ ଜମ୍ମୁ-କଶ୍ମୀର ନ୍ୟାଶନାଲ ଆୱାମି ପାର୍ଟି, ବ୍ରିଟେନ ଓ ଜମ୍ମୁ-କଶ୍ମୀର ନ୍ୟାଶନାଲ ଷ୍ଟୁଡେଣ୍ଟ ଫେଡେରେଶନ ମଧ୍ୟ ସାମିଲ ହୋଇଥିଲେ। ତେବେ ଏହି ଆନ୍ଦୋଳନକାରୀମାନେ ପାକିସ୍ତାନୀ ରାଜନେତାଙ୍କ ଉପସ୍ଥିତିକୁ ଜୋରଦାର ବିରୋଧ କରିବା ସହ ଅଣ୍ଡାମାଡ଼ କରିଥିଲେ। ଏଥିସହ ଆନ୍ଦୋଳନସ୍ଥଳରୁ ପ୍ରଦର୍ଶନକାରୀମାନେ ସେମାନଙ୍କୁ ତଡ଼ିଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାବ୍ୟକ୍ତ କଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧।୭: କେନ୍ଦ୍ର ସରକାର ଦେଶରେ ଚାଇନା ଭିଡିଓ ଆପ୍‌ ଟିକ୍‌ଟକ୍‌ ସମେତ ୫୯ଟି ଆପ୍ଲିକେଶନ ଉପରେ ସୋମବାର କଟକଣା ଜାରି କରିଛନ୍ତି। ଟିକ୍‌ଟକ୍‌କୁ ଗୁଗଲ ପ୍ଲେ...

ଭୁଲ୍‌ରେ ଖସାଇଥିଲୁ ୟୁକ୍ରେନ ବିମାନ: ବୋଇଂ ୭୩୭ ଦୁର୍ଘଟଣା ନେଇ ଦୋଷ ମାନିଲା ଇରାନ

ତେହେରାନ, ୧୨ା୧ (ଏଏଫ୍‌ପି/ ଆଇଏଏନ୍‌ଏସ୍‌): ଶେଷରେ ଦୋଷ ସ୍ବୀକାର କରିଛି ଇରାନ। ୮ ତାରିଖରେ ୟୁକ୍ରେନ ବିମାନକୁ ଭୁଲବଶତଃ ମିଶାଇଲ ମାଡ଼ କରି ଖସାଇଦେଇଥିବା ଶନିବାର...

କ୍ରୁର କର୍ନେଲଙ୍କୁ ଉପ ପ୍ରତିରକ୍ଷାମନ୍ତ୍ରୀ ପଦ ଦେଲେ ପୁଟିନ୍‌, ମାରିଆପୁଲରେ ବୁହାଇଥିଲେ ରକ୍ତର ନଦୀ…

ମସ୍କୋ, ୨୫।୯ : ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇ ଦେଇଛନ୍ତି।...

ଆମେରିକାରେ ୫୪ ରାଜ୍ୟ: ବାଇଡେନ୍‌

ଓ୍ବାଶିଂଟନ୍‌, ୩୧ା୧୦: ୫୦ ରାଜ୍ୟକୁ ନେଇ ଗଠିତ ୟୁନାଇଟେଡ ଷ୍ଟେଟ୍ସ ଅଫ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାର...

ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନଲାଇନରେ ଧମକାଉଛି ଚାଇନା…

ବେଜିଂ,୫।୧ : ଚାଇନାରେ ଅଭିବ୍ୟକ୍ତିର ସ୍ବାଧୀନତା ଲୋକେ ହରାଉଛନ୍ତି। ଏହା ସହିତ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି। ଅଷ୍ଟ୍ରେଲିଆର ଥିଙ୍କ ଟ୍ୟାଙ୍କ ଷ୍ଟ୍ରାଟେଜିକ ପଲିସି ଇନଷ୍ଟିଚ୍ୟୁଟ ଦାବି...

ପାକିସ୍ତାନରେ ଭୟାବହ ସ୍ଥିତି ଆଶଙ୍କା

ଡାର୍‌ ମାନ୍‌ଗି (ପାକିସ୍ତାନ), ୨୯।୧୨: ଆତଙ୍କବାଦୀ ଏବଂ ମୌଳବାଦୀ ସଙ୍ଗଠନ ଲାଗି କରୋନା ଟିକାକରଣ ପ୍ରଭାବିତ ହୋଇପାରେ। ବିଶେଷକରି ମୁସ୍‌ଲିମ୍‌ ବହୁଳ ଦେଶର ଏହି ଆଶଙ୍କା...

ବ୍ରିଟେନରେ ୫୦ ଲକ୍ଷ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ: ଦେଶରେ ୮ ହଜାର କରୋନା ଆକ୍ରାନ୍ତ. ସୋମବାରଠାରୁ ଟିକାକରଣ…

ଲଣ୍ଡନ,୧।୪ : ଇଂଲଣ୍ଡର ସ୍ବାସ୍ଥ୍ୟ ବିଭାଗ ଶନିବାର କହିଛି ଯେ ଚଳିତ ବସନ୍ତ ଋତୁରେ ଦେଶରେ ୫୦ ଲକ୍ଷ ଲୋକଙ୍କୁ ବୁଷ୍ଟର ଡୋଜଚ ଦିଆଯିବ। ୭୫...

ବ୍ରିଟେନ୍‌ ତୈଳ ଟ୍ୟାଙ୍କରକୁ ଅଟକ ରଖିଲା ଇରାନ୍‌: ୨୩ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ୧୮ ଭାରତୀୟ

ଲଣ୍ଡନ,୨୦।୭: ଇରାନ ବିଟ୍ରେନ୍‌ର ତୈଳ ଟ୍ୟାଙ୍କରକୁ ଅଟକ ରଖିଛି। ଟ୍ୟାଙ୍କରରେ ଥିବା ୨୩ ଜଣ କର୍ମଚାରୀଙ୍କ ମଧ୍ୟରେ ୧୮ ଭାରତୀୟ ଥିବା କୁହାଯାଉଛି। ସ୍ଥାନୀୟ ହୋରମୁଜ୍‌...

Advertisement
Archives

Model This Week