Posted inଜାତୀୟ

ଭାରତ ବିପଦକୁ ସୁଯୋଗ ଭାବେ ବଦଳାଇ ଦେଇଛି: ମୋଦି

ନୂଆଦିଲ୍ଲୀ,୧୨।୫: ବିଶ୍ୱବାସୀଙ୍କ କରୋନା ମୁକାବିଲାକୁ ୪ ମାସ ବିତିଲାଣି। ଗୋଟିଏ ଭୂତାଣୁ ବିଶ୍ୱକୁ ହଲାଇଦେଇଛି। ବିଶ୍ୱର କୋଟି କୋଟି ଜୀବନ ସଙ୍କଟ ଦେଇ ଗତି କରୁଛି। ଭାରତର ଅନେକ ପରିବାର ପରିଜନଙ୍କୁ ହରାଇଛନ୍ତି। ସମସ୍ତଙ୍କୁ ସମବେଦନା ଜଣାଉଛି। ବିଶ୍ୱ ଜୀବନ ବଞ୍ଚାଇବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି। ଆମେ ଏଭଳି ବିପଦ ନା ଦେଖିଥିଲୁ ନା ଶୁଣିଥିଲୁ। ଏହା ନିଶ୍ଚିତ ଭାବେ ମାନବଜାତି ପାଇଁ ଅକଳ୍ପନୀୟ। ଏହି ସମୟରେ ଥକିଯିବା, ହାରିଯିବା, ଭାଙ୍ଗିଯିବା ଗ୍ରହଣୀୟ ନୁହେଁ। ଆମକୁ ବଞ୍ଚିବାକୁ ପଡ଼ିବ। ଆଗକୁ ବଢ଼ିବାକୁ ପଡ଼ିବ। ଆଜି ସମୟ ଆସିଛି ଆମ ସଙ୍କଳ୍ପକୁ ଆହୁରୀ ମଜଭୂତ କରିବାକୁ ପଡ଼ିବ ବୋଲି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି।

ସେ ଆହୁରି କହିଛନ୍ତି, ଅନେକ ଦିନରୁ ଆମେ ଶୁଣିଛୁ ଏକବିଂଶ ଶତାବ୍ଦି ହିନ୍ଦୁସ୍ତାନର। ଏହା ଆମ ସ୍ବପ୍ନ ନୁହେଁ ଦାୟିତ୍ୱ ବି ହେବା ଉଚିତ୍‌। ଆତ୍ମନିର୍ଭରଶୀଳ ଭାରତ ଏବେ ଆମର ଏକମାତ୍ର ରାସ୍ତା। ଏତେ ବଡ଼ ବିପଦ ଭାରତ ପାଇଁ ଏକ ସଙ୍କେତ ଆଣି ଆସିଛି। ଏତେ ବଡ଼ ବିପଦ ଭାରତ ପାଇଁ ଏକ ସନ୍ଦେଶ। ସୁଯୋଗ ଆଣି ଆସିଛି। କରୋନା ପୂର୍ବରୁ ଭାରତରେ ଏନ୍‌୯୫ କମ୍‌ ଉତ୍ପାଦନ ହେଉଥିଲା। ଏବେ ଦେଶରେ ୨ ଲକ୍ଷ ମାସ୍କ ତିଆରି ହେଉଛି। ଭାରତ ବିପଦକୁ ସୁଯୋଗ ଭାବେ ବଦଳାଇ ଦେଇଛି। ଏବେ ଅର୍ଥ କୈନ୍ଦ୍ରିକ ବିଶ୍ୱକରଣ ବନାମ ମାନବ କୈନ୍ଦ୍ରିକ ବିଶ୍ୱକରଣ। ଭାରତ ବସୁଧୈବ କୁଟୁମ୍ବକମ୍‌ରେ ବିଶ୍ୱାସ କରେ। ଭାରତର ଅଭିଯାନ ପ୍ରଭାବ ସାରା ଦୁନିଆ ଉପରେ ପଡ଼ିଥାଏ। ଜୀବନ-ମୃତ୍ୟୁ ଲଢ଼େଇରେ ଭାରତୀୟ ଔଷଧ ନୂଆ ଆଶା ହୋଇଛି। ଏଥିପାଇଁ ସାରା ଦୁନିଆରେ ଭାରତକୁ ପ୍ରଶଂସା କରାଯାଉଛି। ସାରା ଦୁନିଆର ବିଶ୍ୱାସ ଯେ ଭାରତ ବହୁତ କିଛି କରିପାରିବ। ମାନବଜାତିର କଲ୍ୟାଣ ପାଇଁ ଭାରତ ବହୁତ କିଛି କରିବା ବିଶ୍ୱାସ ରହିଛି। ଏବେ ଆମ ପାଖରେ ସାଧନ ଅଛି, ସାମର୍ଥ୍ୟ ଅଛି। ଆମେ ଶ୍ରେଷ୍ଠ କରିପାରିବା। ଆମେ ଦୃଢ଼ ହେଲେ କୌଣସି ଲକ୍ଷ୍ୟ ଆମ ପାଇଁ ଅସମ୍ଭବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri