Posted inଖେଳ

ଭାରତ ନିୟନ୍ତ୍ରଣରେ ରାଞ୍ଚି ଟେଷ୍ଟ

ରାଞ୍ଚି,୨୦।୧୦- ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ସମ୍ପୂର୍ଣ୍ଣ ଭାରତୀୟ ଦଳର ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ଭାରତୀୟ ଦଳର ୪୯୭ ରନ୍‌ର କରିଥିବାବେଳେ ଦକ୍ଷିଣ ଆଫ୍ରିକା ତା’ର ଅସମାପ୍ତ ସ୍କୋର ୯/୨ରୁ ବ୍ୟାଟିଂ ଆରମ୍ଭ କରି ୧୬୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଦଳ ପାଇଁ କେବଳ ଜୁବେର ୬୨, ଜର୍ଜ ଲିଣ୍ଡେ ୩୭ ଓ ତେମ୍ବା ବାଭୁମା ୩୨ ରନ୍‌ କରିଥିଲେ। ଅନ୍ୟମାନେ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। ଘରୋଇ ଦଳ ଲାଗି ଉମେଶ ଯାଦବ ୩ ଉଇକେଟ ନେଇଥିବାବେଳେ ମହମ୍ମଦ ସାମି, ରବୀନ୍ଦ୍ର ଜାଡେଜା ଓ ପଦାର୍ପଣକାରୀ ଶାହବାଜ ନଦିମ ଦୁଇ ଲେଖାଏ ଉଇକେଟ ହାତେଇଥିଲେ। ଏହାପରେ ୩୩୫ ରନ୍‌ରେ ପଛୁଆ ଥିବା ଦକ୍ଷିଣ ଆଫ୍ରିକାକୁ ଭାରତୀୟ ଅଧିନାୟକ ବିରାଟ କୋହଲି ଫଲୋଅନ୍‌ ଡାକିଥିଲେ। ରିପୋର୍ଟ ଲେଖାହେବା ସୁଦ୍ଧା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ୨ ଉଇକେଟ ହରାଇ ୧୧ ରନ୍‌ କରିଛି। କ୍ୱିଣ୍ଟନ ଡିକକ୍‌ ୫ ଓ ଜୁବେର ହମ୍‌ଜା ଖାତା ଖୋଲିବା ପୂର୍ବରୁ ଯଥାକ୍ରମେ ଯାଦବ ଓ ସାମିଙ୍କ ବଲରେ ଆଉଟ୍‌ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଦଳକୁ ଏବେ ଇନିଂସ ପରାଜୟ ଏଡ଼ାଇବା ପାଇଁ ବଳକା ୮ ଉଇକେଟରେ ୩୨୪ ରନ୍‌ ଊର୍ଦ୍ଧ୍ୱ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଗଭୀର ଅବପାତ: ଏଇଠି ଲ୍ୟାଣ୍ଡଫଲ ସମ୍ଭାବନା, ଭୀଷଣ ବର୍ଷା ନେଇ ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୨୭।୭: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ବାଲେଶ୍ବରରୁ ୧୨୦ କି.ମି. ଦୂରରେ ରହିଛି ଅବପାତ। ଆଜି ଅପରାହ୍ନରେ ବାଲେଶ୍ବର-କ୍ୟାନିଂ ମଧ୍ୟରେ ଲ୍ୟାଣ୍ଡଫଲ ସମ୍ଭାବନା। ଉତ୍ତର…

ଆଜିଠାରୁ +୩ ପ୍ରଥମ ବର୍ଷ ପାଠପଢ଼ା

ଭୁବନେଶ୍ୱର,୨୭ା୭(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ମହାବିଦ୍ୟାଳୟରେ ସୋମବାରଠାରୁ +୩ ପ୍ରଥମ ବର୍ଷର ନିୟମିତ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା…

CJP ପ୍ରଦର୍ଶନ ଶେଷ ହେବା ପରେ ଆଉ ଜଣେ ନିଟ୍‌ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଜାଣିଲେ…

ନୂଆଦିଲ୍ଲୀ, ୨୭॥୭: ମହରାଷ୍ଟ୍ରର ଅହିଲ୍ୟାନଗର ଜିଲାର କର୍ଜତ ତାଲୁକା ଅନ୍ତର୍ଗତ ଜଲାଲପୁର ଗ୍ରାମରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଛାତ୍ରୀ ଅଙ୍କିତା…

ଶୋଇଥିବାବେଳେ ଘରେ ପଶିଲା ବନ୍ୟାଜଳ, ଗାଁରେ ଉତ୍ତେଜନା

ବଲାଙ୍ଗୀର, ୨୭ା୭(ବୀରେନ୍ଦ୍ର କୁମାର ଝାଙ୍କର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି।…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ୩ ରାଜ୍ୟରେ ବଢିଲା ରାଜନୈତିକ ଆଲୋଚନା; ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୭: NEET ପେପର ଲିକ ନେଇ ବିରୋଧୀଙ୍କ ବିରୋଧ ପରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ପ୍ରହ୍ଲାଦ ଜୋଷୀଙ୍କୁ ଶିକ୍ଷା…

ସୁଶାନ୍ତଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ)- ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ…

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର

ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…

ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri