Posted inଜାତୀୟ

ଭାରତ-ଚାଇନା ସୈନ୍ୟ ସଂଘର୍ଷ

ନୂଆଦିଲ୍ଲୀ,୧୧ା୫(ପି.ଟି.): ଭାରତ-ଚାଇନା ସୀମାର ସିକିମ୍‌ ସେକ୍ଟର ଅନ୍ତର୍ଗତ ନାକୁଲା ଗିରିପଥରେ ଉଭୟ ପକ୍ଷ ସେନା ମଧ୍ୟରେ ସଂଘର୍ଷ ଘଟି ଅନେକ ଯବାନ ଆହତ ହୋଇଛନ୍ତି। ଉଭୟ ପକ୍ଷର ସୈନ୍ୟ ପରସ୍ପରକୁ ମୁଥ ମାରିଥିଲେ ବୋଲି ଭାରତୀୟ ସେନା ସୂତ୍ରରୁ ଜଣାପଡ଼ିଛି। ସ୍ଥାନୀୟ ସ୍ତରରେ ଆଲୋଚନା ପରେ ସେମାନେ ସଂଘର୍ଷରୁ ଓହରିଥିଲେ। ୨୦୧୭ ଅଗଷ୍ଟରେ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦଠାରେ ଭାରତ ଓ ଚାଇନା ସେନା ମଧ୍ୟରେ ଅନୁରୂପ ମୁଥ ମରାମରି ହୋଇଥିଲା। ସାମରିକ ପ୍ରୋଟୋକଲ୍‌ ଅନୁଯାୟୀ ଯବାନମାନେ ଆପୋସ ବୁଝାମଣାରେ ଏହାର ସମାଧାନ କରିଥିଲେ। ଏହାର ଦୀର୍ଘଦିନ ପରେ ପୁଣିଥରେ ଦୁଇଦେଶର ସେନା ମୁହାଁମୁହିଁ ହୋଇଛନ୍ତି। ଶନିବାର ହୋଇଥିବା ଏହି ସଂଘର୍ଷରେ ୧୫୦ ସୈନ୍ୟ ସମ୍ପୃକ୍ତ ଥିଲେ।
ଦୁଇଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ରହିଛି। ଭାରତର କେତେକ ଅଞ୍ଚଳକୁ ଚାଇନା ନିଜର ବୋଲି ଦାବି କରିଆସୁଛି। ଏହାକୁ ନେଇ ବେଳେବେଳେ ଦୁଇଦେଶର ସେନା ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ସୀମାକୁ ନେଇ ମତାନ୍ତର ହେବାରୁ ଶନିବାର ଦୁଇ ପକ୍ଷର ଯବାନଙ୍କ ମଧ୍ୟରେ ମୁହଁାମୁହିଁ ହୋଇଥିଲା।
ସୂଚନାଯୋଗ୍ୟ ୨୦୧୭ରେ ଡୋକଲାମଠାରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ସୀମାକୁ ନେଇ ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ପରିସ୍ଥିତ ଲାଗି ରହିଥିଲା। ସେତେବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ପ୍ରକାଶ ପାଇଥିଲା। ଭାରତ ଓ ଚାଇନା ମଧ୍ୟରେ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ରହିଛି। ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଚାଇନା ଏହାକୁ ଦକ୍ଷିଣ ତିବ୍ବତ୍‌ର ଏକ ଅଂଶ ବୋଲି ଦାବି କରିଆସୁଛି। ଉଭୟ ଦେଶ ମଧ୍ୟ ସୀମାକୁ ନେଇ ବିବାଦ ଲାଗିରହିଛି। ସୀମାରେ ଶାନ୍ତି ବଜାୟ ରଖିବାକୁ ହେଲେ ବିବାଦର ସ୍ଥାୟୀ ସମାଧାନ ଜରୁରୀ। ଡୋକଲାମ ବିବାଦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ମଧ୍ୟରେ ପ୍ରଥମ ଆନୁଷ୍ଠାନିକ ବୈଠକ ୨୦୧୮ ଏପ୍ରିଲରେ ଉହାନଠାରେ ବସିଥିଲା। ଉଭୟ ସେନା ମଧ୍ୟରେ ବିଶ୍ୱାସ ଓ ବୁଝାମଣା ସ୍ଥାପନ ପାଇଁ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଦୁଇନେତା ସହମତ ହୋଇଥିଲେ। ସେହିବର୍ଷ ଅକ୍ଟୋବରରେ ଚେନ୍ନାଇ ନିକଟ ମାମଲାପୁରମଠାରେ ଦ୍ୱିତୀୟ ସମିଟ୍‌ ଅନୁଷ୍ଠିତ ହୋଇଥିଲା, ଯେଉଁଠି ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଭାରତର ରାସ୍ତା ନିର୍ମାଣକୁ ନେପାଳର ବିରୋଧ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରୁ ଚାଇନା ସୀମାର ଲିପୁଲେଖକୁ ଭାରତ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଥିବାବେଳେ ନେପାଳ ଆପତ୍ତି ଉଠାଇଛି। ତିବ୍ବତରେ ଥିବା କୈଳାସ ମାନସରୋବରକୁ ଭାରତରୁ ଶ୍ରଦ୍ଧାଳୁଙ୍କ ଯାତ୍ରା ସୁଗମ କରିବା ପାଇଁ ୧୭,୦୦୦ ଫୁଟ୍‌ ଉଚ୍ଚତାରେ ଉକ୍ତ ରାସ୍ତା ନିର୍ମାଣ ଚାଲିଛି। ୮୦ କି.ମି. ବିଶିଷ୍ଟ ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଯାତ୍ରୀଙ୍କୁ ଅଧିକ ବାଟ ଦେଇ ଯିବାକୁ ପଡ଼ିବ ନାହିଁ। ତେବେ ନେପାଳର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହାର ଓ୍ବେବ୍‌ସାଇଟ୍‌ରେ ଏକ ବିବୃତି ଜାରି କରି ଆପତ୍ତି ଉଠାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭାରତର ଏହି ଏକପାଖିଆ ପଦକ୍ଷେପ ଦୁଇଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୁଝାମଣାକୁ ଉଲ୍ଲଂଘନ କରୁଛି।
ପ୍ରକାଶ ଯେ, ଭାରତ ଓ ନେପାଳ ସୀମାର ବିବାଦୀୟ ଅଞ୍ଚଳ କାପାଳିନୀ ନିକଟରେ ଲିପୁଲେଖ ଅବସ୍ଥିତ। ଲିପୁଲେଖକୁ ଦୁଇଦେଶ ନିଜର ବୋଲି ଦାବି କରିଥାଆନ୍ତି। ଏହି ଲିଙ୍କ୍‌ ରୋଡ୍‌କୁ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦ୍‌ଘାଟନ କରିଥିଲେ। ରାସ୍ତା ନିର୍ମାଣକୁ ନେପାଳ ବିରୋଧ କରିବା ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଉକ୍ତ ଅଞ୍ଚଳ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ଅଧୀନରେ ଆସୁଛି, ଯାହା ଉପରେ ସମ୍ପୂର୍ଣ୍ଣ ଭାବେ ଭାରତର ଅଧିକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?