Posted inଜାତୀୟ

ଭାରତ-ଅଷ୍ଟ୍ରେଲିଆ ବଡ଼ ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ,୫ା୬(ପି.ଟି.):ଭାରତ ମହାସାଗର ଅଞ୍ଚଳରେ ଚାଇନା ନିଜର ଶକ୍ତି ବୃଦ୍ଧି କରିଚାଲିଥିବାରୁ ଏହାକୁ ନଜରରେ ରଖି ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ମଧ୍ୟରେ ପ୍ରତିରକ୍ଷା ସହଯୋଗ ଲାଗି ହାତ ବଢ଼ାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରତିପକ୍ଷ ସ୍କଟ ମୋରିସନଙ୍କ ମଧ୍ୟରେ ଗୁରୁବାର ଅନ୍‌ଲାଇନ୍‌ ସମିଟ୍‌ ପରେ ଦୁଇ ଦେଶ ମଧ୍ୟରେ ଐତିହାସିକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ମ୍ୟୁଚୁଆଲ୍‌ ଲଜିଷ୍ଟିକ୍ସ ସପୋର୍ଟ ଏଗ୍ରିମେଣ୍ଟ (ଏମ୍‌ଏଲ୍‌ଏସ୍‌ଏ) ଅନୁଯାୟୀ ଉଭୟ ଦେଶ ମରାମତି ଏବଂ ଯୋଗାଣ ଭରିବା ପାଇଁ ପରସ୍ପରର ସାମରିକ ଘାଟିକୁ ବ୍ୟବହାର କରିବା ସହ ପ୍ରତିରକ୍ଷା ସହଯୋଗ ବଢ଼ାଇବା ଲାଗି ସୁବିଧା ଯୋଗାଇଦେବେ। ପୂର୍ବରୁ ଆମେରିକା, ଫ୍ରାନ୍ସ ଏବଂ ସିଙ୍ଗାପୁର ସହ ଭାରତ ଏଭଳି ସାମରିକ ସହଯୋଗ ଚୁକ୍ତି ସ୍ବାକ୍ଷର କରିଛି। ଏଥିସହିତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ଅନ୍ୟ ୬ଟି ଚୁକ୍ତି ସ୍ବାକ୍ଷର ହୋଇଛି। ମୁଖ୍ୟତଃ ସାଇବର ଏବଂ ସାଇବର ସହ ସମ୍ପୃକ୍ତ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି, ଧନ୍ଦାମୂଳକ ଶିକ୍ଷା, ଜଳ ସମ୍ପଦର ପରିଚାଳନା ଆଦି କ୍ଷେତ୍ରରେ ସହଯୋଗ ଏହି ଚୁକ୍ତିନାମା ସ୍ବାକ୍ଷରର ଉଦ୍ଦେଶ୍ୟ।
ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ମୋରିସନଙ୍କ ମଧ୍ୟରେ ଆତଙ୍କବାଦ ସମସ୍ୟା, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ, ବିଶ୍ୱ ବାଣିଜ୍ୟ ସଂଗଠନରେ ସଂସ୍କାର ଏବଂ କରୋନା ମହାମାରୀ ସଙ୍କଟରୁ ବର୍ତ୍ତିବା ଲାଗି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଲୋଚନା ପରେ ଉଭୟ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମିଳିତ ବିବୃତି ଜାରି କରାଯାଇଛି। ଭାରତ-ଅଷ୍ଟ୍ରେଲିଆ ଦ୍ୱୈତ ଟିକସ ପରିହାର ଚୁକ୍ତିନାମା (ଡିଟିଏଏ) ଦ୍ୱାରା ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକର ଦରିଆପାରି ଆୟ ଉପରେ ଟିକସ ବସାଯାଉଥିବାରୁ ଏହାର ଶୀଘ୍ର ସମାଧାନ ଲାଗି ଆଲୋଚନା ହୋଇଥିଲା। ଏଥିସହିତ ଦ୍ୱିପାକ୍ଷିକ ବିସ୍ତୃତ ଅର୍ଥନୈତିକ ସହଯୋଗ ଚୁକ୍ତିନାମା (ସିଇସିଏ) ଉପରେ ପୁନର୍ବାର ଆଲୋଚନା ଲାଗି ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପ୍ରତି ଆତଙ୍କବାଦ ବଡ଼ ବିପଦ ଭାବେ ରହିଆସିଥିବା ଉଭୟ ଦେଶ ସ୍ବୀକାର କରିବା ସହ ସବୁ ପ୍ରକାର ଆତଙ୍କବାଦକୁ କଠୋର ଶବ୍ଦରେ ନିନ୍ଦା କରିଥିଲେ। ଆତଙ୍କବାଦ, ହିଂସ୍ର ଉଗ୍ରବାଦ ଓ ମୌଳବାଦ ବିରୋଧରେ ଲଢ଼େଇରେ ଉଭୟ ଦେଶ ସହଯୋଗ କରିବା ଲାଗି ମିଳିତ ବିବୃତିରେ କୁହାଯାଇଛି। ଆତଙ୍କବାଦକୁ ଆର୍ଥିକ ସହାୟତା ବନ୍ଦ କରିବା ସହ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦୁଇନେତା ସହମତି ହୋଇଛନ୍ତି।
କରୋନା ମହାମାରୀରେ ସାରା ବିଶ୍ୱରୁ ପାଖାପାଖି ୬୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୩.୮୮ ଲକ୍ଷଙ୍କ ଜୀବନ ଗଲାଣି। ଏହା ମହାମାରୀ ସମସ୍ତ ଦେଶର ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିଛି। ସମାଜ ଉପରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡ଼ିଛି। ଏଥିରୁ ମୁକୁଳିବା ଲାଗି ସହାୟତା ତଥା ଏକ ସହଯୋଗପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ପୋଷଣ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ। ଭାରତ-ଅଷ୍ଟ୍ରେଲିଆ ସହଯୋଗିତା ବ୍ୟବସାୟ ପରିଚାଳନା ଲାଗି ଏକ ନୂଆ ମଡେଲ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କୌଣସି ବିଦେଶ ନେତାଙ୍କ ସହ ଏହା ମୋଦିଙ୍କର ପ୍ରଥମ ଅନ୍‌ଲାଇନ ଦ୍ୱିପାକ୍ଷିକ ସମିଟ୍‌। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋରିସନ କରୋନା ସଙ୍କଟ ପରିଚାଳନାରେ ବିଶ୍ୱ ସ୍ତରରେ ପରସ୍ପର ସହଯୋଗ ଲାଗି ଭାରତର ପ୍ରଧାନମନ୍ତ୍ରୀଙ୍କ ଗଠନମୂଳକ ତଥା ସକାରାତ୍ମକ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ। ଅଷ୍ଟ୍ରେଲିଆ ସହ ସମ୍ପର୍କ ବୃଦ୍ଧି ଲାଗି ଭାରତ ପ୍ରତିଶ୍ରୁତିବଦ୍ଧ। ଏହା କେବଳ ଦୁଇଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ସମଗ୍ର ବିଶ୍ୱ ଲାଗି ଜରୁରୀ ବୋଲି ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri