ଭାରତ୍‌ କୀ ଖୋଜ୍‌ ଅଭିଯାନରେ କେରଳ ଯୁବକ: ବାଇକ୍‌ରେ ବୁଲିବେ ୪ ଦେଶ

ପୁରୀ ଅଫିସ, ୨୭ା୭: ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ବହନ କରୁଛି ଭାରତ। ଏହାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଲୋକକଳା ବେଶ୍‌ ସମୃଦ୍ଧ। ଯିଏ ଏହାର ରହସ୍ୟକୁ ଭେଦ କରିପାରିଛି ସେ ହିଁ ବୁଝିପାରିଛି କାହିଁକି ଭାରତ ଶ୍ରେଷ୍ଠ। ତେଣୁ ଭାରତ ବିଷୟରେ ଅଧିକ କିଛି ଜାଣିବାକୁ ଇଚ୍ଛା ପ୍ରକାଶ କରି ସେ ବାହାରିଛନ୍ତି ଦୁଃସାହସିକ ବାଇକ୍‌ ଯାତ୍ରାରେ। କେବଳ ଭାରତ ନୁହେଁ, ଭାରତ ସହିତ ନେପାଳ, ଭୁଟାନ ଓ ବାଂଲାଦେଶ ସହିତ ଭାରତର ସଂସ୍କୃତି ଓ ପରମ୍ପରାରେ କିଛି ସାମଞ୍ଜସ୍ୟ ରହିଛି କି ନାହିଁ ତାହା ମଧ୍ୟ ସେ ଜାଣିବେ। ଏଥିପାଇଁ ଭାରତ୍‌ କୀ ଖୋଜ୍‌ ଅଭିଯାନରେ ବାହାରିଛନ୍ତି କେରଳର ୩୮ ବର୍ଷୀୟ ଯୁବକ ଜୋମନ ପିକେ। ଗୁରୁବାର ପୁରୀରେ ପହଞ୍ଚତ୍ ରାତ୍ରିଯାପନ ପରେ ସେ ଶୁକ୍ରବାର କଲିକତା ଅଭିମୁଖେ ଯାତ୍ରା କରିଛନ୍ତିି।
ପିଲାଟି ଦିନରୁ ବୁଲିବା ସଉକ ଥିଲା ଜୋମନଙ୍କର। ଏହି ସଉକ୍‌ ହିଁ ତାଙ୍କୁ ଭାରତ୍‌ କୀ ଖୋଜ୍‌ ପାଇଁ ପ୍ରେରଣା ଦେଇଥିଲା। ତେଣୁ ବିଭିନ୍ନ ରାଜ୍ୟରେ କ’ଣ ସ୍ବାତନ୍ତ୍ର୍ୟତା ରହିଛି, ଭିନ୍ନ ଭିନ୍ନ ଜାଗାର ଐତିହ୍ୟ, ପରମ୍ପରା ଏବଂ ଲୋକକଳା ଜାଣିବା ପାଇଁ ଗତ ଜୁଲାଇ ୭ ତାରିଖରୁ ସେ ବୁଲେଟ୍‌ରେ ଯାତ୍ରା ଆରମ୍ଭ କରିଛନ୍ତିି। ଏଥିପାଇଁ ତାଙ୍କ ବାଇକ୍‌କୁ ସେ ସ୍ବତନ୍ତ୍ର ଭାବେ ତିଆରି କରିଛନ୍ତିି। ପଛପାର୍ଶ୍ୱରେ ଦୁଇଟି ଜାର ରଖିଛନ୍ତିି। ଗୋଟିଏରେ ପେଟ୍ରୋଲ ଜାର ରଖିଥିବା ବେଳେ ଅନ୍ୟଟିରେ ପାଣି ଜାର ରଖିଛନ୍ତିି। ଏଥିସହିତ ରାତ୍ରିଯାପନ ଲାଗି ସମସ୍ତ ଆସବାବପତ୍ର ଏବଂ ତାଙ୍କ ପୋଷାକ ମଧ୍ୟ ଗାଡିରେ ରଖିଛନ୍ତିି। ବାଟରେ କୌଣସି ହୋଟେଲ ହେଉ କିମ୍ବା ଧର୍ମଶାଳାରେ ରହିଥାନ୍ତିି। ନିଜସ୍ବ ଖର୍ଚ୍ଚରେ ବୁଲୁଥିବା ଜୋମନ ଯେଉଁ ଜାଗାରେ ବିଶ୍ରାମ ନେଉଛନ୍ତି ସେହି ସ୍ଥାନ ସମ୍ପର୍କରେ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରୁଛନ୍ତିି। ଗୁରୁବାର ଜୋମନ ପୁରୀରେ ପହଞ୍ଚତ୍ଥିଲେ। ମୋଚିସାହି ଛକସ୍ଥିତ ଏକ ହୋଟେଲରେ ରହିବା ପରେ ଶୁକ୍ରବାର ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ୍‌ ଦେଇ କଲିକତା ଯାଇଥିଲେ। ଏହାପରେ କଲିକତାରୁ ସେ ବାଂଲାଦେଶ ଯିବେ। ସେଠାରୁ ପୁଣି ଭୁଟାନ ଯାଇ ଶେଷରେ ନେପାଳ ଯିବେ ବୋଲି କହିଛନ୍ତି ଜୋମନ।


Enter your email to get our daily news in your inbox.

All Right Reserved By Dharitri.Com

ଦଶରଥପୁରରେ ଲୁଟିନେଲେ ବାଲଟ ପେପର

ଦଶରଥପୁର,୧୮।୨(ଡି.ଏନ.ଏ.): ଯାଜପୁର ଜିଲାରେ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ପୁଣି ଥରେ ବୁଥ କ୍ୟାପଚରିଂ ହୋଇଛି। ଶୁକ୍ରବାର ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତ ବୁଥ ନମ୍ବର ୨...

ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଅଧିକାରୀ

ବାଲେଶ୍ୱର ଅଫିସ, ୨୨।୫-ବାଲେଶ୍ୱର ଜିଲାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନିକ...

ଅନନ୍ତ କୋଇଲା ଖଣିରେ ଦୁର୍ଘଟଣା: ଜଣେ କର୍ମଚାରୀ ମୃତ

ତାଳଚେର,୩।୫(ନି.ପ୍ର.): ଅନୁଗୋଳ ଜିଲାରେ ତାଳଚେରଠାରେ ଥିବା ଏମ୍‌ସିଏଲ୍‌ର ଅନନ୍ତ କୋଇଲା ଖଣିରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଖଣି କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକ...

ଫିକାପଡ଼ିବ ପର୍ଯ୍ୟଟନ ଋତୁ

ଢେଙ୍କାନାଳ ଅଫିସ, ୧୨।୧୨: ଆସିଛି ଶୀତ। ଆଣିଛି ଅଜସ୍ର ଉନ୍ମାଦନା। ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପ୍ରକୃତିରାଜୀ ଭିଜୁଛି ଶୀତୁଆ ସକାଳର କାକରରେ। କୋଳାହଳମୟ ପରିବେଶଠୁ ଦୂରରେ...

ଶଟର ଭାଙ୍ଗି ଗହଣା ଦୋକାନରେ ଚୋରି

ନୀଳଗିରି,୧୩।୭(ଡି.ଏନ.ଏ.): ନୀଳଗିରି ଥାନା ଅଧୀନ ସନ୍ତରାଗଡିଆ ବଜାରରେ ନ୍ୟୁ ନାରାୟଣ ଜୁଏଲାରି ଦୋକାନରୁ ଲୁଟ୍‌ ହୋଇଛି। ଶୁକ୍ରବାର ବିଳମ୍ବତି ରାତିରେ କେହି ଦୁର୍ବୃତ୍ତ ଶଟର ଭାଙ୍ଗି ...

ବ୍ୟବସ୍ଥାରେ ଉନ୍ନତି ଆଣିବ ନୂତନ ଜଳନୀତି

ଭୁବନେଶ୍ବର,୧୯ା୯(ବ୍ୟୁରୋ):ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସମ୍ପର୍କିତ ଆନ୍ତଃବିଭାଗୀୟ ବୈଠକ ରବିବାର ରାଜ୍ୟ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଳ ସମ୍ପଦ...

ଆସୁଛି ରଥଯାତ୍ରା, ଭାଙ୍ଗିଛି ମଠବାଡ଼ି: ହୀନସ୍ତା ହେବେ ସାଧୁସନ୍ଥ, ଶ୍ରଦ୍ଧାଳୁ

ପୁରୀ ଅଫିସ, ୨୭ା୬: ଜୁଲାଇ ୪ରେ ରଥଯାତ୍ରା। ଏଥିପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମେତ ବହୁ ସାଧୁସନ୍ଥ ଆସିବେ। ହେଲେ ଚଳିତବର୍ଷ ଏମାନେ ଆଶ୍ରୟ...

ସପ୍ତାହରେ ଦୁଇଦିନ ଟିକାକରଣ ବନ୍ଦ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଏଣିକି ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ଟିକାକରଣ ବନ୍ଦ ରହିବ। ୧୦ ଜିଲାର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ଦୁଇଦିନ ଲାଗି ଟିକାକରଣ ବନ୍ଦ ରହିବ।...

Advertisement
Archives

Model This Week