ଭାରତୀୟ ଶିଖ୍‌ଙ୍କ ପାଇଁ ଖୋଲିଲା ପାକିସ୍ତାନ ଗୁରୁଦ୍ୱାର

ଲାହୋର,୨ା୭(ପି.ଟି.): ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ସିଆଲକୋଟରେ ୫୦୦ବର୍ଷର ଏକ ପୁରାତନ ବବେ-ଦେ-ବର ଗୁରୁଦ୍ୱାର ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀଙ୍କ ପାଇଁ ଉନ୍ମୁକ୍ତ ହୋଇଛି। ପୂର୍ବରୁ ଭାରତୀୟମାନଙ୍କୁ ଏହି ଗୁରୁଦ୍ୱାରକୁ ପ୍ରବେଶ ଲାଗି ଅନୁମତି ମିଳୁ ନ ଥିଲା। ଏଠାରୁ ପାଖାପାଖି ୧୪୦କିଲୋମିଟର ଦୂରସ୍ଥ ସିଆଲକୋଟ ସିଟିରେ ଗୁରୁଦ୍ୱାର ଅବସ୍ଥିତ। ପଞ୍ଜାବରେ ଥିବା ଧର୍ମପୀଠଗୁଡିକୁ ଅନେକ ଦେଶର ଶିଖ୍‌ମାନେ ପରିଦର୍ଶନରେ ଆସିଥାଆନ୍ତି। ପାକିସ୍ତାନ, ୟୁରୋପ, କାନାଡା ଏବଂ ଆମେରିକାର ତୀର୍ଥଯାତ୍ରୀଙ୍କୁ ଗୁରୁଦ୍ୱାର ପରିଦର୍ଶନ ପାଇଁ ଅନୁମତି ମିଳେ। ପଞ୍ଜାବ ରାଜ୍ୟପାଳ ମହମ୍ମଦ ସରଓ୍ବାର ଭାରତୀୟ ଶିଖଯାତ୍ରୀମାନଙ୍କୁ ବିଦେଶୀ ପର୍ଯ୍ୟଟକଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଔକଫ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଭାରତୀୟମାନେ ସିଆଲକୋଟ ଗୁରୁଦ୍ୱାରକୁ ପରିଦର୍ଶନ କରିବାର ସୁଯୋଗ ପାଇବେ। ପ୍ରତିବର୍ଷ ହଜାର ହଜାର ଭାରତୀୟ ଶିଖ୍‌ ଭକ୍ତ ଗୁରୁ ନାନକଙ୍କ ଜନ୍ମ ଓ ଶ୍ରାଦ୍ଧ ବାର୍ଷିକୀରେ ପାକିସ୍ତାନ ଗସ୍ତ କରିଥାଆନ୍ତି। ଗୁରୁ ନାନକ ହେଉଛନ୍ତି ଶିଖ୍‌ ଧର୍ମର ପ୍ରତିଷ୍ଠାତା ତଥା ପ୍ରଥମ ଗୁରୁ। ଶିଖ୍‌ ପରମ୍ପରା ଅନୁଯାୟୀ, ଗୁରୁ ନାନକ ଷୋଡଶ ଶତାବ୍ଦୀରେ କଶ୍ମୀରରୁ ଆସି ସିଆଲକୋଟଠାରେ ପହଞ୍ଚତ୍ଥିଲେ। ସେ ଏକ ବେରି ବୃକ୍ଷମୂଳରେ ଆଶ୍ରୟ ନେଇଥିଲେ। ସର୍ଦ୍ଦାର ନାଥ ସିଂ ସେଠାରେ ନାନକଙ୍କ ସ୍ମୃତି ବହନ କରୁଥିବା ଏକ ଗୁରୁଦ୍ୱାର ନିର୍ମାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ଛାଡିପାରିବେନି ମହିନ୍ଦା ରାଜପାକ୍‌ସେ

କଲମ୍ବୋ,୧୨।୫: ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଆନ୍ଦୋଳନ ନିଆଁରେ ଜଳୁଛି ପୂରା ଦେଶ। ସବୁଠି ଦେଖିବାକୁ ମିଳିଛି ହିଂସା। ରାଜନେତାମାନେ ଭୟରେ...

ବିବାହ ପୂର୍ବରୁ ପିତା ହୋଇଥିଲେ ଇମ୍ରାନ, କୋର୍ଟ ରାୟ ପରେ ବି ଏକଥାକୁ ଅସ୍ବୀକାର

ଇସଲାମାବାଦ,୩ା୪: ବିବାଦ ପ୍ରାୟ ପ୍ରତ୍ୟେକ ରାଜନେତାଙ୍କ ଜୀବନର ଏକ ଅଂଶ। ଏମାନଙ୍କ ମଧ୍ୟରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହେଉଛନ୍ତି ଜଣେ। ଇମ୍ରାନଙ୍କ ବିରୋଧରେ ନାନା...

ଚାଇନା ଲୁଚାଇଲା କରୋନାର ପ୍ରାରମ୍ଭିକ ସୂଚନା, ପରିଣାମ ଭୋଗୁଛି ବିଶ୍ୱ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୦।୩: ସାରା ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଥମିବାର ନାଁ ନେଉନି। ଏହାରି ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ...

ରିପବ୍ଲିକାନ୍‌ ପ୍ରାଇମେରି ପ୍ରତିଯୋଗିତାରୁ ଓହରିଲେ ଭାନ୍‌ ଟେଲର

ଓ୍ବାଶିଂଟନ,୪।୩:ଦୁଇଥର ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ସଦସ୍ୟ ଥିବା ଭାନ୍‌ ଟେଲର ବୁଧବାର ରିପବ୍ଲିକାନ୍‌ ପ୍ରାଇମେରି ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯାଇଛନ୍ତି। ଫଳରେ ହାଉସକୁ ପୁନଃ ନିର୍ବାଚିତ ହେବା...

ଗିରଫଦାରୀରୁ ରକ୍ଷା ପାଇଁ ସର୍ତ୍ତ ରଖିଲେ କୋର୍ଟ, ଇମ୍ରାନ କରିବେ ଆତ୍ମ ସମର୍ପଣ-ରାଲିକୁ ମନା…

ଇସଲାମାବାଦ,୧୬।୩ : ଗିରଫଦାରୀରୁ ରକ୍ଷା ପାଇଁ ପାକିସ୍ତାନୀ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ମୁଖରେ ସର୍ତ୍ତ ରଖିଛନ୍ତି। ତୋସାଖାନା ମାମଲାର ଶୁଣାଣି ସମୟରେ ଅତିରିକ୍ତ...

ପାକିସ୍ତାନରେ ନିର୍ମାଣ ହେବ ମନ୍ଦିର, ପାଣ୍ଠି ଯୋଗାଇବେ ସରକାର

କରାଚୀ,୧ା୧- ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖାଇବର ପାଖତୁଖ୍ବାରେ ଚଳିତ ସପ୍ତାହରେ ମୁସଲମାନ ଗୋଷ୍ଠୀ ଏକ ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା...

ଇରାନ ଡ୍ରୋନ ଉପରେ ପ୍ରତିବନ୍ଧକ ଲଗାଇବା ନଜର

ବ୍ରୁସଲେସ୍‌,୧୫ା୨: ୟୁରୋପୀୟ ସଂଘ (EU) ଖୁବ୍‌ଶୀଘ୍ର ରୁଷିଆ ସମେତ କେତେକ ଦେଶ ବିରୋଧରେ କଠୋର ପଦକ୍ଷେପ ନେଇପାରେ। ୟୁରୋପୀୟ ୟୁନିଅନ ଅନ୍ୟ କେତେକ ଦେଶ ବିରୋଧରେ...

ଦୁର୍ବଳ ରାଷ୍ଟ୍ରପତି ଯୁଦ୍ଧ କରିପାରନ୍ତି

ବେଜିଂ, ୨୪ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ବାଜିମାରିବା ପରେ ଚାଇନା ଅଧିକ ଚିନ୍ତିତ ହୋଇପଡ଼ିଛି। ବାଇଡେନ୍‌ ବିଜୟୀ ହେବା ପରେ ବେଜିଂ ସହ...

Advertisement
Archives

Model This Week