Posted inଖେଳ

ଭାରତୀୟ ଭିନ୍ନକ୍ଷମ ଦଳକୁ ବିସିସିଆଇ ପୁରସ୍କାର

ମୁମ୍ବାଇ,୫।୩ (ପି.ଟି.)- ଭାରତୀୟ ଭିନ୍ନକ୍ଷମ ଦଳକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୁରସ୍କୃତ କରିଛି। ଗତବର୍ଷ ଓ୍ବାଲର୍‌ଡ ସିରିଜ ଜିତିଥିବାର ଏହି ଦଳକୁ ବୋର୍ଡ ୬୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛି। ଅଧିନାୟକ ବିକ୍ରାନ୍ତ କେନିଙ୍କୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଚେକ୍‌ ପ୍ରଦାନ କରିଛନ୍ତି। ପ୍ରଶାସକ କମିଟି ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଥିଲା। ଏହି ଅବସରରେ ଅଲ ଇଣ୍ଡିଆ କ୍ରିକେଟ ଆସୋସିଏଶନ ଫର ଫିଜିକାଲି ଚ୍ୟାଲେଞ୍ଜ୍‌ଡର ବରିଷ୍ଠ ଅଧିକାରୀ ଓ ଟିମ୍‌ ସଦସ୍ୟ ଗୁରୁଦା ରାଉତ ଉପସ୍ଥିତ ଥିଲେ। ଗତବର୍ଷ ଅଗଷ୍ଟରେ ଇଂଲଣ୍ଡକୁ ୩୬ ରନରେ ପରାସ୍ତ କରି ଭାରତୀୟ ଦଳ ଟି୨୦ ଫିଜିକାଲି ଡିସାବିଲିଟି ଓ୍ବାଲର୍‌ଡ କ୍ରିକେଟ ସିରିଜ ଟାଇଟଲ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଗୁରେଡୋଙ୍କୁ ଫ୍ଲାଇଓ୍ବେଟ ଟାଇଟଲ

ଆବୁଧାବି, ୧୯।୭(ଏପି)- ବ୍ରାଜିଲର ଡେଭିସନ ଫିଗୁରେଡୋ ଅଲ୍‌ଟିମେଟ ଫାଇଟିଂ ଚାମ୍ପିୟନଶିପ୍‌(ୟୁଏଫସି) ଫ୍ଲାଇଓ୍ବେଟ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଲଢ଼େଇର ପ୍ରଥମ ରାଉଣ୍ଡ ଶେଷ ହେବାକୁ...

ଗୋଆକୁ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଗୋଆକୁ ୧୦ କୋଟି ଟଙ୍କା ଜରିମାନା ଦେବାକୁ କହିଛି। ୩୬ତମ ଜାତୀୟ ଗେମ୍ସ ଆୟୋଜନକୁ ବାରମ୍ବାର ଘୁଞ୍ଚାଇବା...

ରଣଜୀ ମ୍ୟାଚ୍‌ ଦେଖିଲେ ଓ୍ବ’

କୋଲକାତା,୨୭।୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନଠାରେ ସୋମବାରଠାରୁ ବେଙ୍ଗଲ ଓ ଦିଲ୍ଲୀ ମଧ୍ୟରେ ରଣଜୀ ମ୍ୟାଚ୍‌ ଆରମ୍ଭ ହୋଇଛି। ମ୍ୟାଚ୍‌ବେଳେ ସ୍ବତନ୍ତ୍ର ଅତିଥି ଭାବେ ପୂର୍ବତନ ଅଷ୍ଟ୍ରେଲିଆନ...

ଏଫ୍‌ଆଇଏଚ୍‌ ସଭାପତି ନିର୍ବାଚନ: ପ୍ରାର୍ଥତ୍ପତ୍ର ଦାଖଲ କଲେ ବାତ୍ରା

ଲାଉସାନେ, ୧୪ା୩ (ପି.ଟି.): ନରିନ୍ଦର ବାତ୍ରା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ର ସଭାପତି ଭାବେ ପୁନଃନିର୍ବାଚିତ ହେବାକୁ ଆଗ୍ରହୀ। ଏଫ୍‌ଆଇଏଚ୍‌ ପରିଚାଳନା ପରିଷଦର ୪୭ତମ ଅଧିବେଶନ...

‘ନୂଆ ନିୟମ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଛି’

ଚେନ୍ନାଇ, ୧୭।୫: ବର୍ତ୍ତମାନ ପ୍ରଚଳିତ ଏକଦିବସୀୟ କ୍ରିକେଟ ନିୟମକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। ସାମ୍ପ୍ରତିକ ନିୟମ ବୋଲରଙ୍କ ଅପେକ୍ଷା ବ୍ୟାଟ୍ସମ୍ୟାନଙ୍କୁ ଅଧିକ ସୁହାଉଛି...

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌: ସିନ୍ଧୁ ଖସିଲେ, କାଶ୍ୟପ ଉଠିଲେ

ନୂଆଦିଲ୍ଲୀ, ୨।୧୦(ପି.ଟି.)- ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ବିଶ୍ୱ ଚାମ୍ପିୟନ ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ତଳକୁ ଖସିଥିବା ବେଳେ ପୁରୁଷ...

ବିଶ୍ୱରେକର୍ଡ କଲା ନ୍ୟୁଜିଲାଣ୍ଡ

ଡବଲିନ୍‌,୧୧।୭: ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ନ୍ୟୁଜିଲାଣ୍ଡ ଦଳ ଏକ ବିଶ୍ୱରେକର୍ଡ ହାସଲ କରିଛି। ଟାର୍ଗେଟ୍‌କୁ ପିଛା କରି ଶେଷ ଓଭରରେ ସର୍ବାଧିକ ରନ ସ୍କୋର କରିବାର...

ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୧।୫: ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ୍‌ ଦେଇଛି। ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଲାଯାଉଥିବା ଏହି...

Advertisement
Archives

Model This Week