ଭାରତୀୟ ବଂଶୋଦ୍ଭବଙ୍କୁ ମିସ୍‌ ଇଂଲଣ୍ଡ ମୁକୁଟ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ୨୩ବର୍ଷୀୟା ଡାକ୍ତର ଭାଷା ମୁଖାର୍ଜୀ ମିସ୍‌ ଇଂଲଣ୍ଡ ମୁକୁଟ ବିଜୟିନୀ ହୋଇଛନ୍ତି। ଇଂଲଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୧୨ଜଣ ମଡେଲଙ୍କୁ ପଛରେ ପକାଇ ସେ ମୁକୁଟ ଜିତିଛନ୍ତି। ଭାଷା ଦୁଇଟି ପୃଥକ୍‌ ମେଡିକାଲ ଡିଗ୍ରୀ ହାସଲ କରିବା ସହିତ ଆଇକ୍ୟୁରେ ୧୪୬ ର଼୍ୟାଙ୍କ୍‌ରେ ରହିଛନ୍ତି। ସେ ୫ଟି ଭାଷାରେ ଅନର୍ଗଳ କହିପାରନ୍ତି ବୋଲି ଡେଲି ମେଲ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ଗୁରୁବାର ସନ୍ଧ୍ୟାରେ ମିସ୍‌ ଇଂଲଣ୍ଡ ଫାଇନାଲ୍‌ ଶେଷ ହେବାର କିଛି ଘଣ୍ଟା ପରେ ବୋଷ୍ଟନସ୍ଥିତ ଲିଙ୍କନଶାୟାର ହସ୍ପିଟାଲ୍‌ରେ ସେ ଜଣେ କନିଷ୍ଠ ଡାକ୍ତର ଭାବେ ଚାକିରି ଜୀବନ ଆରମ୍ଭ କରିଛନ୍ତି। ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ‘ମେଡିକାଲ ସ୍କୁଲ୍‌ରେ ପାଠପଢ଼ା ମଧ୍ୟଭାଗରେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେବାକୁ କ୍ୟାରିୟର ଆରମ୍ଭ କରିଥିଲି। ଏଥିପାଇଁ ଖୁବ୍‌ ଖୁସି ଲାଗିଲା। କିନ୍ତୁ ପାଠପଢ଼ାରେ ଅଧିକ ମନୋନିବେଶ କରି ଏଥିରୁ କିଛିଦିନ ବିରତି ନେଲି। ପାଠପଢ଼ା ସରିବା ପରେ ପୁଣି ସୁନ୍ଦରୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଲି।’
ଭାଷା ମୁଖାର୍ଜୀ ଭାରତରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କୁ ଯେତେବେଳେ ୯ବର୍ଷ ବୟସ, ତାଙ୍କ ପରିବାର ଭାରତ ଛାଡ଼ି ବ୍ରିଟେନ୍‌ରେ ଅବସ୍ଥାପିତ ହୋଇଥିଲେ। ନଟିଂହାମ୍‌ ୟୁନିଭର୍ସିଟିରୁ ସେ ମେଡିକାଲ୍‌ ସାଇନ୍ସ ଏବଂ ମେଡିସିନ୍‌ ଓ ସର୍ଜରିରେ ଦୁଇଟି ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି। ମିସ୍‌ ଇଂଲଣ୍ଡ ବିଜୟୀ ହୋଇଥିବାରୁ ଭାଷା ମୁଖାର୍ଜୀ ମିସ୍‌ ଓ୍ବାର୍ଲଡ ପ୍ରତିଯୋଗିତାରେ ଭାଗନେବେ।


Enter your email to get our daily news in your inbox.

All Right Reserved By Dharitri.Com

ପଳାତକ ରାଷ୍ଟ୍ରପତିଙ୍କୁ ୟୁକ୍ରେନ୍‌ର ଦାୟିତ୍ୱ ଦେବାକୁ ଚାହୁଁଛନ୍ତି ପୁଟିନ୍‌…

ମସ୍କୋ/କ୍ୱିଭ୍‌,୩।୩ : ୟୁକ୍ରେନ୍‌ ବିଜୟ ପରେ ଏହାର ଦାୟିତ୍ୱ ପଳାତକ ପୂର୍ବତନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଓ୍ବିଚ୍‌ଙ୍କୁ ପ୍ରଦାନ କରିବାକୁ ରୁଷ୍ରିା ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଚିନ୍ତା...

ସେଲ୍‌ଫି ନେଉଥିଲେ ରାଷ୍ଟ୍ରପତି, ଲାଗିଲା ଜରିମାନା

ସାନଟିଆଗୋ,୨୦।୧୨: ଚିଲି ରାଷ୍ଟ୍ରପତି ସେବାସ୍ତିଆନ ପିନେରାଙ୍କ ଉପରେ ୨.୩ ଲକ୍ଷ ଟଙ୍କା ଜୋରିମନା ଲାଗିଛି। କରୋନା ନିୟମ ଉଲ୍ଲଂଘନ କରିବା ପରେ ଚିଲି ପ୍ରଶାସନ ଏହି...

ବଢ଼ୁଛି କାଣ୍ଡିଡା ଅରିସ୍‌ ଫଙ୍ଗାଲ୍‌ ସଂକ୍ରମଣ

ଓ୍ବାଶିଂଟନ୍‌,୨୨ା୩: ଆମେରିକାରେ ପ୍ରାଣଘାତୀ କାଣ୍ଡିଡା ଆରିସ୍‌ ଫଙ୍ଗାଲ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ ପ୍ରିଭେନ୍‌ଶନ୍‌...

ପ୍ରଭାବିତ ହେବ ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପ

କଲମ୍ବୋ,୨୨ା୪(ପି.ଟି./ ଆଇଏଏନ୍‌ଏସ୍‌): ଶ୍ରୀଲଙ୍କାରେ ରବିବାର ଇଷ୍ଟର ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ ଦେଶର ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଶ୍ନଚିହ୍ନ ଲଗାଇଦେଇଛି। ଗ୍ରୀଷ୍ମ ଅବକାଶ ସମୟରେ ଶ୍ରୀଲଙ୍କାର...

କ୍ଷୀର ଲିଟର ୨୧୦, ଚିକେନ୍‌ କିଲୋ ୭୦୦

ଇସଲାମାବାଦ୍‌,୧୪।୨:ପାକିସ୍ତାନ କ୍ରମାଗତ ଭାବରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ବଢୁଥିବା ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି। ଦେଶର ଅନିଶ୍ଚିତ ଅର୍ଥନୈତିକ ପରିସ୍ଥିତି ମଧ୍ୟରେ, କରାଚିରେ...

କରୋନା ରୋଗୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବ ନବଜାତକର ନାଭି: ଜାଣନ୍ତୁ କିପରି…

ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିବା ପରଠାରୁ ଅନେକ ଦେଶ ଏହାର ଟିକା ବାହାର କରିବାରେ ଲାଗିପଡ଼ିଛନ୍ତି। ଅନେକ ଦେଶ ଟିକା ବାହାର କରି ଲୋକଙ୍କ...

୧୪ ଫୁଟ୍‌ ଉଚ୍ଚରୁ ଦୁଇ ଶିଶୁଙ୍କୁ ଫିଙ୍ଗି ଦେଲେ

ଓ୍ବାଶିଂଟନ,୧।୪: ଆମେରିକା-ମେକ୍ସିକୋ ସୀମାରେ ୧୪ ଫୁଟ୍‌ ବିଶିଷ୍ଟ କାନ୍ଥ ଉପରୁ ଦୁଇ ଇକ୍ୱାଡର ଶିଶୁକନ୍ୟାଙ୍କୁ ଫୋପାଡ଼ି ଦେଇଛନ୍ତି ଦୁର୍ବୃତ୍ତ। ସେମାନଙ୍କୁ ଆମେରିକାର କଷ୍ଟମ ଓ ସୀମା...

ମାନବାଧିକାର ଉଲ୍ଲଂଘନ କରୁଛି ୟୁକ୍ରେନ୍‌: ପୁଟିନ୍‌

ମସ୍କୋ,୧୯।୨: ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ସ୍ଥିତି ଅତି ଖରାପ ଆଡ଼କୁ ଗତି କରୁଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଅଭିଯୋଗ ଆଣିଛନ୍ତି। କ୍ରେମଲିନ୍‌ରେ ଏକ ଖବରଦାତା...

Advertisement
Archives

Model This Week