ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ହାତଧୂଆ ଦିବସ

ଯାଜପୁର ଅଫିସ,୧୭।୧୦: ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ଼ ଆନୁକୂଲ୍ୟରେ ମଙ୍ଗଳବାର ଧନେଶ୍ୱର ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠରେ ବିଶ୍ୱ ହାତଧୁଆ ଦିବସ ପାଳିତ ହେଇଯାଇଛି। ସଂଘର ସଭାପତି ଡାକ୍ତର ହେମନ୍ତ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାରଣା ମୁଖ୍ୟବକ୍ତା ଭାବେ ଯୋଗଦେଇ ହାତଧୁଆ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସଭା ପ୍ରାରମ୍ଭରେ କାର୍ଯ୍ୟକ୍ରମ ସଂଯୋଜକ ନୃସିଂହ ଚରଣ ପରିଡ଼ା ଏଇ ଦିବସର ଗୁରୁ ଓ ଏଥିରେ ଛାତ୍ରୀଛାତ୍ରଙ୍କ ଭୁମିକା ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ। ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା. ପ୍ରସନ୍ନକୁମାର ସାହୁ ଘରେ ସହଜରେ, ସୁବିଧାରେ ଓ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବା ସାଧାରଣ ହାତଧୁଆ ସାବୁନରେ କିପରି ହାତ ଧୋଇ ରୋଗ ସଂକ୍ରମଣକୁ ପ୍ରତିରୋଧ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ସଂଘ ସଂପାଦକ ଗୌରୀଶଙ୍କର ଷଡ଼ଙ୍ଗୀ, ପ୍ରାକ୍ତନ ଅଧ୍ୟାପକ ଏବଂ ସ୍ଥାନୀୟ ବାସିନ୍ଦା ଦେବେନ୍ଦ୍ର ପାଣିଗ୍ରାହୀ ମଧ୍ୟ ପିଲାମାନଙ୍କୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ହୋଇଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସୌମ୍ୟରଞ୍ଜନ ମହାନ୍ତି ପ୍ରଥମ, ସତ୍ୟବ୍ରତ ମହାନ୍ତି ଦ୍ୱିତୀୟ ଓ ଆଶୁତୋଷ ସାହୁ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ରୁପାଲୀ ରାଉତ, ଅଭିନନ୍ଦିତା ଶତପଥୀ ଓ ପ୍ରଜ୍ଞାପାରମିତା କରଙ୍କୁ ସାନ୍ତ୍ୱନାମୂଳକ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ବିମ୍ବାଧର ଜେନା, କେଶବ ଚରଣ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ଜିଓ ଓ୍ବାଲା ଆଣ୍ଟି’ ଗୀତ ଗାଇଲେ ରାପର ଦୁଲେ

ଭୁବନେଶ୍ୱର, ୧୨।୧୧ (ବ୍ୟୁରୋ)- କଳାହାଣ୍ଡିର ରାପର ଦୁଲେଶ୍ୱର ତାଣ୍ଡି ଓରଫ ଦୁଲେ ଓଡ଼ିଆ ସିନେମା ପାଇଁ ବୁଧବାର ଗୀତ ଗାଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା...

ଡାକ୍ତର ପଦବୀ ପୂରଣ ନେଇ ଜନ ପ୍ରତିନିଧିଙ୍କ ଦାବି

କୁନ୍ଦୁରା, ୧୮।୨(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଦୀର୍ଘ ୧୦ ମାସ ପରେ ପଞ୍ଚୟାତ ସମିତି ବୈଠକ ବସିଛି। ଅଧ୍ୟକ୍ଷା ରାଜେଶ୍ୱରୀ ପରଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା...

ବାଇକ୍‌ ଦୁର୍ଘଟଣା: ୨ ଶିଶୁ ଗୁରୁତର

ସୋରଡ଼ା,୧୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ବୁଲାଣି ଜଙ୍ଗଲ ରାସ୍ତା ପିପଳପଙ୍କ ନିକଟରେ ମଧ୍ୟାହ୍ନରେ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଗୋଟିଏ ପରିବାରର ୨ ଶିଶୁ...

ଚୋରି କରି ଦୋକାନୀଙ୍କୁ ହତ୍ୟା ଧମକ

ବ୍ରହ୍ମପୁର ଅଫିସ,୧୩ା୧: ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗରରେ ଏକ ହାର୍ଡୱେର ଦୋକାନରୁ ଚୋରି କରି ଧରାପଡିବା ଭୟରେ ଦୋକାନୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ହତ୍ୟା ଧମକ...

ଚାଷୀଙ୍କ ପାଇଁ ସମସ୍ୟା ଜମି କିସମ ପରିବର୍ତ୍ତନ

ପୁରୀ ଅଫିସ,୨୨।୮: ପୁରୀ ଜିଲା ଅର୍ଥନୀତିର ପ୍ରମୁଖ ଭାଗ କୃଷି ଉପରେ ନିର୍ଭରଶୀଳ। ଗ୍ରାମାଞ୍ଚଳର ଲୋକେ ବିଭିନ୍ନ ଚାଷକରି ଗୁଜରାଣ ମେଣ୍ଟାଇଥାଆନ୍ତି। ଏଭଳି ସ୍ଥଳେ ଚାଷଜମିର...

ବଇଣ୍ଡା ଅଞ୍ଚଳର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବ

ବଇଣ୍ଡା,୧୫।୬(ଡି.ଏନ.ଏ.): ଗମନାଗମନ କ୍ଷେତ୍ରରେ ବଇଣ୍ଡା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ହେଲେ ବହୁ ସମସ୍ୟା ଏହି ଅଞ୍ଚଳରେ ଲାଗି ରହିଛି। ଲୋକମାନଙ୍କୁ କିଭଳି ପାନୀୟ...

ଜମି କାରବାରକୁ ନେଇ ହତ୍ୟା

ବାଲେଶ୍ୱର ଅଫିସ, ୯ା୬: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକଠାରେ ଗତ ୩ତାରିଖ ରାତିରେ ସତ୍ୟବ୍ରତ ଦାସ (୪୨)ଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛନ୍ତି ପୂର୍ବାଞ୍ଚଳ...

ଜାତୀୟ ରାଜପଥ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ

ଜୟପୁର, ୩୦।୬ (ନି.ପ୍ର.): ଜୟପୁର ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରୁ ବୁଧବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି ା ଗାନ୍ଧୀଛକଠାରୁ ଗ୍ଲୋକାଲ...

Advertisement
Archives

Model This Week