Posted inଖେଳ

ଭାରତୀୟ କ୍ରିକେଟ ଦଳରେ ପୂର୍ଣ୍ଣାଙ୍ଗ ଫିଲ୍‌ଡର ନାହାନ୍ତି

ନୂଆଦିଲ୍ଲୀ, ୧୧ା୫ (ପି.ଟି.)- ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳରେ ବହୁ ଭଲ ଫିଲ୍‌ଡର ରହିଛନ୍ତି, ହେଲେ ଜଣେ ହେଲେ ଯୁବରାଜ ସିଂଙ୍କ ଭଳି ପୂର୍ଣ୍ଣାଙ୍ଗ ଫିଲ୍ଡର ନାହାନ୍ତି। ଏକଥା କହିଛନ୍ତି ଏକଦା ଜଣେ ଶ୍ରେଷ୍ଠ ଫିଲ୍‌ଡର ଭାବେ ପରିଚିତି ଲାଭକରିଥିବା ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ। ଦେଶ ତରଫରୁ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ଏହି ଖେଳାଳି ଭାରତର ନାଟଓ୍ବେଷ୍ଟ ବିଜୟରେ ମୁଖ୍ୟ କର୍ଣ୍ଣଧାର ଥିଲେ। ତାଙ୍କର ବ୍ୟାଟିଂ ଫର୍ମ କ୍ରମେ ହ୍ରାସ ପାଇବାରେ ଲାଗିଥିଲେ ମଧ୍ୟରେ ଚମତ୍କାର ଫିଲ୍ଡିଂ ଯୋଗୁ ବହୁଦିନ ଧରି ଦଳରେ ସ୍ଥାନ ବଜାୟ ରଖିପାରିଥିଲେ। ସେ ଖେଳୁଥିବା ସମୟରେ ଯୁବରାଜ ସିଂ ପଏଣ୍ଟ ଅଞ୍ଚଳରେ କୈଫ ନିଜେ ଏକ୍ସଟ୍ରା କଭରରେ ଫିଲ୍‌ଡିଂ କରୁଥିଲେ। ଜଣେ ପୂର୍ଣ୍ଣାଙ୍ଗ ଫିଲ୍‌ଡର ହେବାକୁ ହେଲେ ତୁମକୁ ଜଣେ ଭଲ କ୍ୟାଚର ହେବାକୁ ପଡ଼ିବ। ଅଧିକାଂଶ ସମୟ ଷ୍ଟମ୍ପ୍‌କୁ ହିଟ୍‌ କରିବାର ସାମର୍ଥ୍ୟ ଥିବା ଦରକାର, କ୍ଷିପ୍ର ବେଗରେ ଦୌଡ଼ିବା ସହ ମୁଭିଂ ବଲ୍‌କୁ ଧରିିବା ଲାଗି ଉପଯୁକ୍ତ ଟେକ୍‌ନିକ୍‌ ଜାଣିଥିବା ଆବଶ୍ୟକ। ମୁଁ ଓ ଯୁବରାଜ ଏକାଠି ଖେଳୁଥିବାବେଳେ ଭଲ ଫିଲ୍‌ଡର ଭାବେ ଜଣାଶୁଣା ଥିଲୁ। ଜଣେ ସର୍ବଗୁଣ ସମ୍ପନ୍ନ ଫିଲ୍‌ଡର ହେବାକୁ ହେଲେ ସ୍ଲିପ ହେଉ ଅବା ଶର୍ଟ-ଲେଗ୍‌ରେ କ୍ୟାଚ ଧରିପାରିବା ଏବଂ ଲଙ୍ଗ୍‌ଅନ୍‌ ବ୍ରାଉଣ୍ଡାରିିରେ କ୍ଷିପ୍ର ବେଗରେ ଧାବମାନ ହୋଇ ବଲ୍‌କୁ ଫିଲ୍‌ଡିଂ କରିପାରୁଥିବା ସାମର୍ଥ୍ୟ ଥିବା ଦରକାର। କୈଫ କହିଛନ୍ତି, ରବୀନ୍ଦ୍ର ଜାଡେଜାଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ତାଙ୍କ ଫିଲ୍‌ଡିଂରେ ଉନ୍ନତି ପରିଲକ୍ଷିତ ହେଉଛି। କିନ୍ତୁ ସ୍ଲିପ୍‌ରେ ଭାରତର ଫିଲ୍ଠିଂ ଦୁର୍ବଳ ଥିବା ସେ ଲକ୍ଷ୍ୟ କରିପାରୁଛନ୍ତି। ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଭାରତର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ଶ୍ରେଷ୍ଠ କିଏ ସେ ନେଇ ବିତର୍କ ହେଉଛି। ତାଙ୍କ ମତରେ ଏହି ଦୁଇ ଜଣଙ୍କ ମଧ୍ୟରେ ମୁମ୍ବାଇର ଷ୍ଟାଇଲିଶ ବ୍ୟାଟ୍ସମ୍ୟାନଙ୍କ ଖେଳ ଦେଖିବାକୁ ସେ ପସନ୍ଦ କରବେ। କୈଫ୍‌ କହିଛନ୍ତି ଉଭୟ ଟେଷ୍ଟ ଓ ହ୍ବାଇଟ୍‌ ବଲ୍‌ କ୍ରିକେଟରେ କୋହଲିଙ୍କ ରେକର୍ଡ ଜବରଦସ୍ତ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ରୋହିତ ଏଭଳି ଜଣେ ବ୍ୟାଟ୍ସମ୍ୟାନ ଯିଏକି ଆକ୍ରମଣାତ୍ମକ ବେଳେ ସାମ୍‌ନାରେ ଯେ କୌଣସି ବୋଲର ଥାଆନ୍ତୁ ନା କାହିଁକି ସେଥିପ୍ରତି ପରବାୟ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶ ଅଧିନାୟକ ଶକିବଙ୍କୁ ୨ବର୍ଷ ସସ୍‌ପେଣ୍ଡ କଲା ଆଇସିସି

ଢାକା/ଦୁବାଇ, ୨୯ା୧୦ (ପି.ଟି.)- ବାଂଲାଦେଶ ଟେଷ୍ଟ ଏବଂ ଟି୨୦ ଅଧିନାୟକ ଶକିବ ଅଲ୍‌ ହସନ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ୨ବର୍ଷ ସସ୍‌ପେଣ୍ଡ...

ବୟସ ଜାଲିଆତି: ରଣଜୀ ଟ୍ରଫିରୁ କାଲରା ୧ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨।୧(ପି.ଟି.)- ବୟସ ଜାଲିଆତିରେ ଧରାପଡିଛନ୍ତି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ହିରୋ ମନଜୋତ କାଲରା। ଗତ ବିଶ୍ୱକପ୍‌ ଫାଇନାଲରେ ଶତକ ହାସଲ କରିଥିବା ଯୁବ...

ହାମିଲଟନ କୋଭିଡ୍‌ ପଜିଟିଭ୍‌

ସାଖୀର (ବାହାରିନ୍‌), ୨ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ୭ଥର ବିଶ୍ୱଚାମ୍ପିୟନ ଲୁଇସ୍‌ ହାମିଲଟନଙ୍କର ପଜିଟିଭ୍‌ ଆସିଛି। ମର୍ସିଡିଜ୍‌ ଏଏମ୍‌ଜି ପେଟ୍ରୋନାସ୍‌ ଫର୍ମୁଲା ଓ୍ବାନ ଟିମ୍‌ ପକ୍ଷରୁ ଏକ...

ଆଇପିଏଲ ଉତ୍କଣ୍ଠା

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ବିଶ୍ୱର ବହୁଚର୍ଚ୍ଚିତ ଏବଂ ବ୍ୟୟବହୁଳ ଏହି ଲିଗ୍‌ କ୍ରମେ ପାଖେଇ ଆସିଥିବାବେଳେ ଅଂଶଗ୍ରହଣକାରୀ...

ମର୍ସିଡିଜ୍‌ ସହ ଆଉ ୨ ବର୍ଷ ରହିବେ ହାମିଲ୍‌ଟନ

ସ୍ପିଲବର୍ଗ, ୪ା୭(ଏପି)-ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ମର୍ସିଡିଜ ସହ ତାଙ୍କ ଚୁକ୍ତିନାମାକୁ ଆହୁରି ୨ ବର୍ଷ ବୃଦ୍ଧି କରିଛନ୍ତି। ଫଳରେ ଏହି ଟିମ୍‌ ସହ...

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୩୩ତମ ସଂସ୍କରଣ ମଙ୍ଗଳବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ...

ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଯାପିତ

ସମ୍ବଲପୁର,୧୪ା୧୧(ବ୍ୟୁରୋ): ଖଟେଶ୍ୱର ପାଣ୍ଡେ ସ୍ମାରକୀ ଦଶମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସମ୍ବଲପୁରସ୍ଥିତ ଡା. ଝସକେତନ ସାହୁ ସନ୍ତରଣାଗାରଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ସମେତ ବଲାଙ୍ଗୀର, ବରଗଡ଼,...

ସ୍ବର୍ଣ୍ଣ ଜିତିଲେ ବେଦାନ୍ତ ମାଧବନ

ନୂଆଦିଲ୍ଲୀ,୧୮।୪: ଉଦୀୟମାନ ସନ୍ତରଣକାରୀ ବେଦାନ୍ତ ମାଧବନ ଚଳିତ ଦାନିଶ ଓପନରେ ଚମତ୍କାର ପ୍ରଦର୍ଶନ ଜାରି ରଖି ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। କୋପେନହେଗେନଠାରେ ଚାଲିଥିବା ପ୍ରତିଯୋଗିତାର...

Advertisement
Archives

Model This Week