Posted inଖେଳ

ଭାରତୀୟ କ୍ରିକେଟ ଦଳରେ ପୂର୍ଣ୍ଣାଙ୍ଗ ଫିଲ୍‌ଡର ନାହାନ୍ତି

ନୂଆଦିଲ୍ଲୀ, ୧୧ା୫ (ପି.ଟି.)- ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳରେ ବହୁ ଭଲ ଫିଲ୍‌ଡର ରହିଛନ୍ତି, ହେଲେ ଜଣେ ହେଲେ ଯୁବରାଜ ସିଂଙ୍କ ଭଳି ପୂର୍ଣ୍ଣାଙ୍ଗ ଫିଲ୍ଡର ନାହାନ୍ତି। ଏକଥା କହିଛନ୍ତି ଏକଦା ଜଣେ ଶ୍ରେଷ୍ଠ ଫିଲ୍‌ଡର ଭାବେ ପରିଚିତି ଲାଭକରିଥିବା ଭାରତର ପୂର୍ବତନ କ୍ରିକେଟର ମହମ୍ମଦ କୈଫ। ଦେଶ ତରଫରୁ ୧୦୦ରୁ ଅଧିକ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ଏହି ଖେଳାଳି ଭାରତର ନାଟଓ୍ବେଷ୍ଟ ବିଜୟରେ ମୁଖ୍ୟ କର୍ଣ୍ଣଧାର ଥିଲେ। ତାଙ୍କର ବ୍ୟାଟିଂ ଫର୍ମ କ୍ରମେ ହ୍ରାସ ପାଇବାରେ ଲାଗିଥିଲେ ମଧ୍ୟରେ ଚମତ୍କାର ଫିଲ୍ଡିଂ ଯୋଗୁ ବହୁଦିନ ଧରି ଦଳରେ ସ୍ଥାନ ବଜାୟ ରଖିପାରିଥିଲେ। ସେ ଖେଳୁଥିବା ସମୟରେ ଯୁବରାଜ ସିଂ ପଏଣ୍ଟ ଅଞ୍ଚଳରେ କୈଫ ନିଜେ ଏକ୍ସଟ୍ରା କଭରରେ ଫିଲ୍‌ଡିଂ କରୁଥିଲେ। ଜଣେ ପୂର୍ଣ୍ଣାଙ୍ଗ ଫିଲ୍‌ଡର ହେବାକୁ ହେଲେ ତୁମକୁ ଜଣେ ଭଲ କ୍ୟାଚର ହେବାକୁ ପଡ଼ିବ। ଅଧିକାଂଶ ସମୟ ଷ୍ଟମ୍ପ୍‌କୁ ହିଟ୍‌ କରିବାର ସାମର୍ଥ୍ୟ ଥିବା ଦରକାର, କ୍ଷିପ୍ର ବେଗରେ ଦୌଡ଼ିବା ସହ ମୁଭିଂ ବଲ୍‌କୁ ଧରିିବା ଲାଗି ଉପଯୁକ୍ତ ଟେକ୍‌ନିକ୍‌ ଜାଣିଥିବା ଆବଶ୍ୟକ। ମୁଁ ଓ ଯୁବରାଜ ଏକାଠି ଖେଳୁଥିବାବେଳେ ଭଲ ଫିଲ୍‌ଡର ଭାବେ ଜଣାଶୁଣା ଥିଲୁ। ଜଣେ ସର୍ବଗୁଣ ସମ୍ପନ୍ନ ଫିଲ୍‌ଡର ହେବାକୁ ହେଲେ ସ୍ଲିପ ହେଉ ଅବା ଶର୍ଟ-ଲେଗ୍‌ରେ କ୍ୟାଚ ଧରିପାରିବା ଏବଂ ଲଙ୍ଗ୍‌ଅନ୍‌ ବ୍ରାଉଣ୍ଡାରିିରେ କ୍ଷିପ୍ର ବେଗରେ ଧାବମାନ ହୋଇ ବଲ୍‌କୁ ଫିଲ୍‌ଡିଂ କରିପାରୁଥିବା ସାମର୍ଥ୍ୟ ଥିବା ଦରକାର। କୈଫ କହିଛନ୍ତି, ରବୀନ୍ଦ୍ର ଜାଡେଜାଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ତାଙ୍କ ଫିଲ୍‌ଡିଂରେ ଉନ୍ନତି ପରିଲକ୍ଷିତ ହେଉଛି। କିନ୍ତୁ ସ୍ଲିପ୍‌ରେ ଭାରତର ଫିଲ୍ଠିଂ ଦୁର୍ବଳ ଥିବା ସେ ଲକ୍ଷ୍ୟ କରିପାରୁଛନ୍ତି। ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଭାରତର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ଶ୍ରେଷ୍ଠ କିଏ ସେ ନେଇ ବିତର୍କ ହେଉଛି। ତାଙ୍କ ମତରେ ଏହି ଦୁଇ ଜଣଙ୍କ ମଧ୍ୟରେ ମୁମ୍ବାଇର ଷ୍ଟାଇଲିଶ ବ୍ୟାଟ୍ସମ୍ୟାନଙ୍କ ଖେଳ ଦେଖିବାକୁ ସେ ପସନ୍ଦ କରବେ। କୈଫ୍‌ କହିଛନ୍ତି ଉଭୟ ଟେଷ୍ଟ ଓ ହ୍ବାଇଟ୍‌ ବଲ୍‌ କ୍ରିକେଟରେ କୋହଲିଙ୍କ ରେକର୍ଡ ଜବରଦସ୍ତ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ରୋହିତ ଏଭଳି ଜଣେ ବ୍ୟାଟ୍ସମ୍ୟାନ ଯିଏକି ଆକ୍ରମଣାତ୍ମକ ବେଳେ ସାମ୍‌ନାରେ ଯେ କୌଣସି ବୋଲର ଥାଆନ୍ତୁ ନା କାହିଁକି ସେଥିପ୍ରତି ପରବାୟ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri