Posted inଖେଳ

ଭାରତୀୟ କ୍ରିକେଟର୍ସଙ୍କ ଅନ୍ଧବିଶ୍ୱାସ:କେମିତି ବାଛନ୍ତି ଜର୍ସି ନଂ ଜାଣନ୍ତୁ

କେବଳ ଭାରତୀୟମାନେ ନୁହେଁ, ଦେଶର କ୍ରିକେଟ ଖେଲାଳିମାନେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥାନ୍ତି। ଏହାର ନମୁନା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳେ। କେତେବେଳେ ଖେଳାଳିମାନେ ମ୍ୟାଚ୍‌ ଜିତିବା ପୂର୍ବରୁ ଖାଲି ପାଦରେ ବସିଥାନ୍ତି ତ ଆଉ କିଛି ଖେଳାଳି ମ୍ୟାଚ୍‌ ଦେଖିବା ବନ୍ଦ କରିଦିଅନ୍ତି। ସେମିତି ଭାରତୀୟ ଖେଳାଳିମାନେ ନିଜ ଜର୍ସି ନମ୍ବର ମଧ୍ୟ ଚୟନ କରିଥାନ୍ତି।
ଟି-ସାର୍ଟ ପଛରେ ନମ୍ବର ରହିବା ପ୍ରଥାଟି ୧୯୯୯ ମସିହା ବିଶ୍ୱକପ ମ୍ୟାଚରୁ ଆରମ୍ଭ ହୋଇଥିଲା। ସେତେବେଳେ କ୍ୟାପଟେନ ୧ ନମ୍ବର ଥିବା ଜର୍ସି ପିନ୍ଧୁଥିବା ବେଳେ ଅନ୍ୟ ଖେଳାଳି ମାନେ ୨ ରୁ ୧୫ ନମ୍ବର ଥିବା ଜର୍ସି ପିନ୍ଧୁଥିଲେ। କିନ୍ତୁ ଏବେ ଖେଳାଳିମାନେ ନିଜ ମନ ପସନ୍ଦର ନମ୍ବର ଥିବା ଜର୍ସି ପିନ୍ଧି ପଡିଆକୁ ଓହ୍ଲାଉଛନ୍ତି।

ମହେନ୍ଦ୍ର ସିଂ ଧୋନି: ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ୭ ନମ୍ବର ଜର୍ସି ପିନ୍ଧି ସେ ପଡିଆକୁ ମଧ୍ୟକୁ ଓହ୍ଲାଇଥାନ୍ତି। ତେବେ ତାଙ୍କ ଜର୍ସି ପଛରେ କାହିଁକି ୭ ନମ୍ବର ଥାଏ ଜାଣିଛନ୍ତି କି? କାରଣ ଧୋନି ଜୁଲାଇ ୭ରେ ଜନ୍ମ ହୋଇଥିଲେ।

ବିରାଟ କୋହଲି: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜର୍ସିର ନମ୍ବର ୧୮। କୋହଲିଙ୍କ ପିତାଙ୍କ ଦେହାନ୍ତ ୨୦୦୬ ଡିସେମ୍ବର ୧୮ରେ ହୋଇଥିଲା। ପିତାଙ୍କ ସ୍ମୃତିକୁ ସର୍ବଦା ମନେ ରଖିବା ପାଇଁ କୋହଲି ଲକି ନମ୍ବର ଭାବେ ୧୮କୁ ବାଛି ନେଇଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ଆଇପିଏଲ ପରିଚୟ ଦେଇଛି। ତାଙ୍କ ନୀଳ ଜର୍ସିର ନମ୍ବର ହେଉଛି ୨୨୮। ଘରୋଇ କ୍ରିକେଟ ମ୍ୟାଚରେ ହାର୍ଦ୍ଦିକଙ୍କ ବେଷ୍ଟ ସ୍କୋର ୨୨୮ ତେଣୁ ସେ ଏହି ନମ୍ବରକୁ ଲକି ନମ୍ବର ମାନିଥାନ୍ତି।

ଆର. ଅଶ୍ୱିନ: ଅଶ୍ୱିନଙ୍କ ଜର୍ସି ପଛରେ ଥିବା ନମ୍ବରକୁ ବହୁତ ଭାବିଚିନ୍ତି ବାଛିଛନ୍ତି। ସେ ସ୍କୁଲରେ ପଢୁଥିବା ବେଳେ ତାଙ୍କର ଶ୍ରେଣୀର ରୋଲ ନମ୍ବର ଥିଲା ୯। ଏଥିସହିତ ତାଙ୍କ ବେଷ୍ଟ ଫ୍ରେଣ୍ଡ ପାର୍ଥିବ ପଟେଲଙ୍କ ଜର୍ସି ନମ୍ବର ମଧ୍ୟ ୯। ଏହି ଦୁଇ ନମ୍ବରକୁ ଯୋଡି ଅଶ୍ୱିନ ତାଙ୍କ ଜର୍ସିର ନମ୍ବର ୯୯ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

ପଦ୍ମପୁର ତହସିଲଦାରଙ୍କୁ ନିଲମ୍ବନ କଲେ ସରକାର

ବରଗଡ଼,୧୯ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲାପାଳଙ୍କ ରିପୋର୍ଟ ଆଧାରରେ ପଦ୍ମପୁରର ତହସିଲଦାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri