ଭାରତୀୟତା ଓ ଓଡ଼ିଶା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

ମୁଁ  ରୁର୍କୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟର ଏକ ଘଟଣା। ଆମ ଇଞ୍ଜିନିୟରିଂ ବିଭାଗର ସ୍ନାତକୋତ୍ତର ଶ୍ରେଣୀରେ ସିଟ୍‌ ଥାଏ ୧୫ଟି। ଆମେ ଯେଉଁ ୧୫ ଜଣ ଛାତ୍ର ଅଧ୍ୟୟନ ପାଇଁ ବଛାଯାଇଥିଲୁ, ସମସ୍ତେ ୮ଟି ରାଜ୍ୟରୁ ଆସିଥିଲୁ। ରାଜ୍ୟଗୁଡ଼ିକ ଥିଲା- କେରଳ, ତାମିଲନାଡୁ, ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜାବ ଓ ଉତ୍ତରପ୍ରଦେଶ। ପ୍ରଥମ ପରିଚୟ କ୍ଲାସ୍‌ରେ ପ୍ରଫେସର ଜାଣିବାକୁ ଚାହିଁଥିଲେ ବିଭିନ୍ନ ରାଜ୍ୟ ବିଷୟରେ। ବିଭିନ୍ନ ରାଜ୍ୟର ପର୍ଯ୍ୟଟନସ୍ଥଳ, ପର୍ବପର୍ବାଣି, ଭାଷା, ସଂସ୍କୃତି ଇତ୍ୟାଦି ବିଷୟରେ ଛାତ୍ରମାନଙ୍କୁ ପଚାରି ବୁଝୁଥିବା ସ୍ଥଳେ ପ୍ରଫେସର ମୋଠାରୁ ଜାଣିବାକୁ ଚାହିଁଥିଲେ, ଓଡ଼ିଶା ଲୋକଙ୍କ ମିଲ୍‌ ବା ଭୋଜନ, ଟିଫିନ୍‌ ବା ଜଳଖିଆ, ସୁଇଟ୍ସ ବା ମିଠା ଓ ଚା କଫି ପାନୀୟ ବିଷୟରେ। ତାଙ୍କ ପ୍ରତି ପ୍ରଶ୍ନର ଉତ୍ତର ମୁଁ ନିମ୍ନମତେ ଦେଇଥିଲି।
ଓଡ଼ିଶାର ଅଧିକାଂଶ ଲୋକ ଉଷୁନା ଭାତ ଖାଆନ୍ତି ଓ କମ୍‌ ଲୋକ ଅରୁଆ ଖାଆନ୍ତି। ଭାତ ସହ ଡାଲି ବା ଡାଲମା ବା ସମ୍ବର ଖାଆନ୍ତି। କେହି କେହି କାଞ୍ଜି ଖାଆନ୍ତି। ଗୋଟି ଗୋଟିକିଆ ପରିବା ଭଜା ଯଥା ଆଳୁ, ବାଇଗଣ, କଦଳୀ, ଭେଣ୍ଡି, ଶିମ୍ବ, ବିନ୍‌, କୋବି ଖାଆନ୍ତି। ବିଭିନ୍ନ ପରିବାମିଶା ଘାଣ୍ଟ ପ୍ରାୟତଃ ଅଧିକାଂଶ ଖାଆନ୍ତି। ରାଜ୍ୟରେ ଶାକାହାରୀ ଓ ଆମିଷାହାରୀ ଉଭୟ ଅଛନ୍ତି। ସୋରିଷ ଓ ବାଦାମ ତେଲ ମୁଖ୍ୟତଃ ରୋଷେଇରେ ବ୍ୟବହାର କରାଯାଏ। ଉପକୂଳ ଅଞ୍ଚଳରେ ପ୍ରଚୁର ନଡ଼ିଆ ମିଳୁଥିଲେ ବି ନଡ଼ିଆ ତେଲକୁ କେହି ଖାଇବାରେ ବ୍ୟବହାର କରନ୍ତି ନାହିଁ। ଏହାକୁ ମୁଣ୍ଡ ଓ ଦେହରେ ଲଗାନ୍ତି। ଜଳଖିଆରେ ମୁଢ଼ି, ଚୁଡ଼ା, ଖଇ ସାଙ୍ଗକୁ ବିଭିନ୍ନ ପ୍ରକାର ପିଠା ଖାଆନ୍ତି। କିଛି ଲୋକ ବରା, ସିଙ୍ଗଡା, କଚୋଡି ଓ ଆଉ କିଛି ଲୋକ ଇଡ୍‌ଲି, ଦୋସା, ସମ୍ବର ଖାଆନ୍ତି। ରସଗୋଲା, ଲଡୁ, ଜିଲାପି, ପେଡା, ସନ୍ଦେଶ, କାକରା, ଆରିସା ପରି ଅନେକ ପ୍ରକାର ମିଠା ବଜାରରେ ମିଳେ। ଅଧିକାଂଶ ଲୋକ ଚା ପିଉଥିବା ବେଳେ କମ୍‌ ଲୋକ କଫି ପିଅନ୍ତି।
ପ୍ରଫେସର କ୍ଲାସ୍‌ରୁ ଗଲା ପରେ ସମସ୍ତ ଛାତ୍ରଙ୍କ ମଧ୍ୟରେ ଆଲୋଚନା ହେଲା। ଜଣାଗଲା- ପ୍ରଫେସର ଜାଣିବାକୁ ଚାହୁଁଥିଲେ ଓଡ଼ିଶା ଲୋକଙ୍କ ଖାଦ୍ୟପେୟ ଦକ୍ଷିଣ ନା ଉତ୍ତର ଭାରତୀୟଙ୍କ ପରି। ମୁଁ ଯେତିକି କହିଲି ସେଥିରୁ ସମସ୍ତେ ଅନୁମାନ କଲେ ଯେ, ଦକ୍ଷିଣ ଭାରତୀୟ ଓ ଉତ୍ତର ଭାରତୀୟଙ୍କ ମିଳନ ସ୍ଥଳ ଓଡ଼ିଶା।
ପୁରାଣ ଓ ଇତିହାସରେ କୁହାଯାଇଛି, ଭାରତର ଉତ୍ତରରେ ଆର୍ଯ୍ୟ ଓ ଦକ୍ଷିଣରେ ଦ୍ରାବିଡ଼ ସମାଜ ଗଢ଼ିଉଠିଥିଲା। ଓଡ଼ିଶା ସମେତ ଉତ୍ତରକୁ ଥିବା ରାଜ୍ୟର ଲୋକେ ଆର୍ଯ୍ୟଙ୍କ ଉତ୍ତରପିଢ଼ି ବା ବଂଶଧର ଓ ଓଡ଼ିଶାର ଦକ୍ଷିଣକୁ ଥିବା ରାଜ୍ୟର ଲୋକେ ଦ୍ରାବିଡ଼ଙ୍କ ବଂଶଧର। ଆର୍ଯ୍ୟଙ୍କ ବଂଶଧରମାନେ ଗୌରବର୍ଣ୍ଣ ଓ ଶାବନା ହୋଇଥିଲା ବେଳେ ଦ୍ରାବିଡଙ୍କ ବଂଶଧର ଶାବନା ଓ କଳା। ଏ ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳ ଲୋକଙ୍କ ଖାଦ୍ୟପେୟ, କଥିତ ଭାଷା, କଥୋପକଥନ ଶୈଳୀ, ଦେବଦେବୀ ଆରାଧନା, ପରିଧାନ ଇତ୍ୟାଦିରେ ଫରକ ବାରି ହୋଇପଡେ। ଓଡ଼ିଶାର ଦକ୍ଷିଣରେ ଥିବା ତେଲୁଗୁ, ତାମିଲ ଓ ଉତ୍ତରରେ ଥିବା ବଙ୍ଗାଳୀ, ଆସାମୀଙ୍କ ସହ ତୁଳନା କଲେ ଏ ଫରକ ବେଶ୍‌ ବୁଝାଯାଏ।
ଦକ୍ଷିଣ ଭାରତର ଲୋକେ ଭୋଜନରେ ଅରୁଆ ଅନ୍ନ, ସମ୍ବର, ରସମ୍‌ ମୋଅର (ଚହ୍ଲା) ଓ ଗୋଟି ଗୋଟିକିଆ ଭଜା ଖାଉଥିବା ବେଳେ ଉତ୍ତର ଭାରତରେ ଉଷୁନା ଭାତ, ବିଭିନ୍ନ ଡାଲି ସାଙ୍ଗକୁ ପରିବା ଘାଣ୍ଟ ଖାଆନ୍ତି। ଅବଶ୍ୟ କମ୍‌ ଲୋକ ଗୋଟି ଗୋଟିକିଆ ପରିବା ଭଜା ଖାଆନ୍ତି। ଦକ୍ଷିଣ ଭାରତରେ ଜଳଖିଆ ମୁଖ୍ୟତଃ ଇଡ୍‌ଲି, ଦୋସା, ବରା, ସମ୍ବର, ହାଲଓ୍ବା, ମହୀଶୂର ପାଶ୍‌, ସନ୍ଦେଶ ହୋଇଥିଲା ବେଳେ ଉତ୍ତର ଭାରତରେ ସିଙ୍ଗଡା, ବରା, ଉପମା, ପୁରି, କଚୋଡି ସାଙ୍ଗକୁ ହରଡ଼ ଡାଲି ଖାଆନ୍ତି। ମିଠା ଭାବେ ଲଡୁ, ରସଗୋଲା, ଗୋଲାପଜାମୁ, ସନ୍ଦେଶ ବହୁଳ ଭାବେ ବିକ୍ରି କରାଯାଏ। ଦକ୍ଷିଣ ଭାରତରେ ନଡ଼ିଆ ଓ ରାଶି ତେଲ ରୋଷେଇରେ ବ୍ୟବହାର କରାଯାଉଥିଲା ବେଳେ ଉତ୍ତର ଭାରତରେ ସୋରିଷ ଓ ରିଫାଇନ୍‌ ତେଲ ବ୍ୟବହାର କରାଯାଏ। ଦକ୍ଷିଣ ଭାରତରେ କଫିର ବହୁଳ ବ୍ୟବହାର ସ୍ଥଳେ ଉତ୍ତର ଭାରତରେ ଚା’ର ବହୁଳ ବ୍ୟବହାର ହୁଏ। ଉତ୍ତର ଭାରତରେ ସମସ୍ତେ ଅଳ୍ପ ବହୁତେ ହିନ୍ଦୀ ଭାଷା ବୁଝିପାରୁଥିବା ସ୍ଥଳେ ଦକ୍ଷିଣରେ ଅନେକ ଲୋକ ହିନ୍ଦୀ ବୁଝିପାରନ୍ତି ନାହିଁ। ଦୁଇଜଣ ତେଲୁଗୁ ଲୋକ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ହେଉଥିଲେ ମଧ୍ୟ ଅଣତେଲୁଗୁ ଲୋକ ତାହା ଶୁଣି ଭାବିବ ଯେ, ଉଭୟେ କଳି କରୁଛନ୍ତି। ଦୁଇଜଣ ବଙ୍ଗାଳୀ କଳି କରୁଥିଲେ ମଧ୍ୟ ଜଣେ ଅଣବଙ୍ଗାଳି ଲୋକ ଶୁଣି ଭାବିବ ଯେ ସେ ଦୁହେଁ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା ହେଉଛନ୍ତି। ଦକ୍ଷିଣ ଭାରତରେ ଦେବ (ଶିବ, ଗଣେଶ, ତିରୁପତି ପ୍ରଭୃତି)ଙ୍କୁ ବହୁଳ ଭାବେ ଆରାଧନା କରୁଥିତ୍ବା ବେଳେ ଉତ୍ତର ଭାରତରେ ଦେବୀ (ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ, କାଳୀ, ଚଣ୍ଡୀ)ଙ୍କ ପୂଜା ବହୁଳଭାବେ କରାଯାଏ। ଦକ୍ଷିଣ ଭାରତରେ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳିତ ହେଉଥିବା ବେଳେ ସରସ୍ବତୀ ପୂଜା କ୍ୱଚିତ୍‌ ଦେଖିବାକୁ ମିଳେ। ଉତ୍ତର ଭାରତରେ ସରସ୍ବତୀ ପୂଜା ଓ ଗଣେଶ ପୂଜା ଉଭୟ କରାଯାଏ। ତାମିଲମାନେ ଲୁଗାକୁ ଲୁଙ୍ଗିପରି ପିନ୍ଧି ହାଟ ବଜାର, ସଭାସମିତି ଓ ସ୍କୁଲକଲେଜକୁ ଯାଆନ୍ତି। ଓଡ଼ିଶା ସମେତ ବଙ୍ଗଳାର ଲୋକମାନେ ବାହାରକୁ ବାହାରିଲେ ଧୋତିକୁ କଛା ମାରି ପିନ୍ଧନ୍ତି। ଦାକ୍ଷିଣାତ୍ୟରେ ଶୀତଦିନେ ତାପମାତ୍ରା ୨୦ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସୁଥିବା ବେଳେ ଉତ୍ତର ଭାରତରେ ଶୀତଦିନେ ତାପମାତ୍ରା ଖସି ବରଫ ପଡ଼େ। ଦକ୍ଷିଣାଞ୍ଚଳରେ ଖରାଦିନେ ଜଳାଭାବ ଉତ୍କଟ ଆକାର ଧାରଣ କରେ। ଲୋକମାନେ ସ୍ବଳ୍ପଜଳରେ ଚଳିବାରେ ଅଭ୍ୟସ୍ତ। ଉତ୍ତରାଞ୍ଚଳର ଲୋକମାନେ ଜଳର ପ୍ରାଚୁର୍ଯ୍ୟ ମଧ୍ୟରେ ଥାଇ ଜଳର ଅପଚୟ କରନ୍ତି।
ନଈକେ ବାଙ୍କ୍‌, ଦେଶ୍‌କେ ଫାଙ୍କ୍‌ ପରି ଭାରତରେ ଅନେକ ଜାତି, ଧର୍ମ, ବର୍ଣ୍ଣ, ଭାଷାଭାଷୀ ଲୋକ ଥିଲେ ମଧ୍ୟ ସମସ୍ତେ ଏକତ୍ର ବାନ୍ଧି ହୋଇଥାନ୍ତି ଗୋଟିଏ ତ୍ରିରଙ୍ଗା ପତାକା ତଳେ। ସମସ୍ତେ ନିଜକୁ ଭାରତୀୟ ପରିଚୟ ଦେଇ ଗର୍ବ ଅନୁଭବ କରନ୍ତି।
ମୋ-୭୦୦୮୮୪୬୨୭୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri