Posted inଜାତୀୟ

ଭାରତର ମୁଖ୍ୟ ବିଭାଜନକାରୀ: ମୋଦିଙ୍କୁ ନେଇ ଟାଇମ୍‌ ପତ୍ରିକାର ବିବାଦୀୟ ଶୀର୍ଷକ

ଓ୍ବାଶିଂଟନ,୧୧ା୫(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆମେରିକାର ଲୋକପ୍ରିୟ ପତ୍ରିକା ‘ଟାଇମ୍‌’ ପକ୍ଷରୁ କଭର ଷ୍ଟୋରି କରାଯାଇଛି, ଯାହାର ଶୀର୍ଷକ ରଖାଯାଇଛି ‘ଭାରତର ମୁଖ୍ୟ ବିଭାଜନକାରୀ’। ୨୦୧୯ ଲୋକ ସଭା ନିର୍ବାଚନର ଶେଷ ଦୁଇଟି ପର୍ଯ୍ୟାୟ ଭୋଟଗ୍ରହଣ ବାକି ଥିବାବେଳେ ଏହି ପ୍ରଚ୍ଛଦ କାହାଣୀକୁ ନେଇ ବିବାଦ ସୃଷ୍ଟି ହୋଇଛି।
‘ଟାଇମ୍‌’ ମେ ୨୦ ଅନ୍ତର୍ଜାତୀୟ ସଂସ୍କରଣର ମୁଖ୍ୟ ଶିରୋନାମା ରହିଛି ‘ଇଣ୍ଡିଆଜ୍‌ ଡିଭାଇଡର ଇନ୍‌ ଚିଫ୍‌’। ୟୁରୋପ, ମଧ୍ୟପ୍ରାଚ୍ୟ, ଏସିଆ ଓ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ସଂସ୍କରଣରେ ମୋଦିଙ୍କୁ ନେଇ କଭର ଷ୍ଟୋରି କରାଯାଇଥିବାବେଳେ ଆମେରିକା ସଂସ୍କରଣ ୨୦୨୦ରେ ହ୍ବାଇଟ୍‌ ହାଉସ୍‌ ପାଇଁ ଦୌଡ଼ରେ ଥିବା ଡେମୋକ୍ରାଟ୍‌ ଏଲିଜାବେଥ୍‌ ଓ୍ବାରେନ୍‌ଙ୍କୁ ସ୍ଥାନିତ କରିଛି। ‘ଇଣ୍ଡିଆଜ୍‌ ଡିଭାଇଡର ଇନ୍‌ ଚିଫ୍‌’ ନିବନ୍ଧକୁ ଆତିଶ ତସୀର ଲେଖିଛନ୍ତି । ଆତିଶ ହେଉଛନ୍ତି ଭାରତୀୟ ସାମ୍ବାଦିକା ତଭଲିନ୍‌ ସିଂ ଓ ପାକିସ୍ତାନୀ ରାଜନେତା ତଥା ବ୍ୟବସାୟୀ ସ୍ବର୍ଗତ ସଲମାନ୍‌ ତସୀରଙ୍କ ପୁଅ। ସେହିପରି ଏଥିରେ ଆଉ ଏକ ଅତିରିକ୍ତ ନିବନ୍ଧ ପ୍ରକାଶ ପାଇଛି, ଯାହାର ଶୀର୍ଷକ ହେଉଛି ‘ମୋଦି ଦି ରିଫର୍ମର’। ଏହାକୁ ରାଜନୈତିକ ବିଶ୍ୱସ୍ତରୀୟ ଗବେଷଣା ଓ ପରାମର୍ଶଦାତା ସଂସ୍ଥା ୟୁରେସିଆ ଗ୍ରୁପ୍‌ ପ୍ରତିଷ୍ଠାତା ଅଧ୍ୟକ୍ଷ ଇଆନ୍‌ ବ୍ରେମର ଲେଖିଛନ୍ତି। ପତ୍ରିକାର ପ୍ରଚ୍ଛଦରେ ୬୮ ବର୍ଷୀୟ ମୋଦିଙ୍କ ତୈଳଚିତ୍ର ରହିଛି। ଏହାର ଅନ୍ୟ ନିବନ୍ଧଗୁଡ଼ିକର ଶୀର୍ଷକ ହେଉଛି ‘ମୋଦି ସରକାରଙ୍କ ଆଉ ୫ ବର୍ଷର ଶାସନକୁ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ସହ୍ୟ କରିପାରିବ କି’, ଯାହାକୁ ଆତିଶ ଲେଖିଛନ୍ତି ଏବଂ ବ୍ରେମରଙ୍କ ଦ୍ୱାରା ପ୍ରସ୍ତୁତ ‘ମୋଦି ହେଉଛନ୍ତି ଭାରତର ଅର୍ଥନୈତିକ ସଂସ୍କାର ପାଇଁ ସର୍ବୋତ୍ତମ ଆଶା’।
ଆତିଶଙ୍କ ନିବନ୍ଧରେ ଉଲ୍ଲେଖ କରାଯାଇଛି ଯେ, ୨୦୧୪ରେ ମୋଦି ଆଶାର ଏକ ବାତାବରଣ ସୃଷ୍ଟି କରିବା ଲାଗି ଫାଇଦା ନେଇପାରିଥିଲେ। ସେ ସାଂସ୍କୃତିକ ଆକ୍ରୋଶକୁ ଅର୍ଥନୈତିକ ପ୍ରତିଶ୍ରୁତିରେ ପରିଣତ କରିପାରିଥିଲେ। ସେତେବେଳେ ମୋଦି ଗୋଟିଏପଟେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ଉନ୍ମୁକ୍ତ କରିବାର ପ୍ରତିଶ୍ରୁତି ଦେଇ ଜଣେ ତ୍ରାଣକର୍ତ୍ତା ସାଜିଥିବାବେଳେ ଅନ୍ୟପଟେ ହିନ୍ଦୁତ୍ୱର ପୁନରୁତ୍ଥାନ ଲାଗି ନିଜକୁ ଉପସ୍ଥାପିତ କରିଥିଲେ। ବର୍ତ୍ତମାନ ସେ ନିଜ ପ୍ରତିଶ୍ରୁତି ରଖିବାରେ ବିଫଳ ହୋଇଥିବା ଜଣେ ରାଜନେତା, ଯିଏକି ପୁନଃ ନିର୍ବାଚିତ ହେବା ପାଇଁ ଉଦ୍ୟମ ଚଳାଇଛନ୍ତି। ମୋଦିଙ୍କ କେବଳ ଅର୍ଥନୈତିକ ଚମତ୍କାର ବାସ୍ତବ ରୂପ ନେବାରେ ବିଫଳ ହୋଇନାହିଁ, ବରଂ ସେ ଭାରତରେ ଧର୍ମଭିତ୍ତିକ ବିଷାକ୍ତ ଜାତୀୟତାବାଦର ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି ବୋଲି ଆତିଶ ଲେଖିଛନ୍ତି। ସମସ୍ତଙ୍କ ପାଇଁ ବିକାଶର ପ୍ରତିଶ୍ରୁତିରୁ ଦୂରେଇ ଯାଇ ମୋଦି ଏଭଳି ଏକ ସଫଳତା ହାସଲ କରିଛନ୍ତି, ଯେଉଁଠି ଭାରତୀୟମାନେ ନିଜ ବୈଷମ୍ୟକୁ ନେଇ ଅତ୍ୟନ୍ତ ପ୍ରଭାବିତ। ମୋଦି କଂଗ୍ରେସ ନେତୃତ୍ୱାଧୀନ ଏକ ଦୁର୍ବଳ ବିରୋଧୀ ମେଣ୍ଟ ପାଇଥିବାରୁ ଭାଗ୍ୟବାନ। ବିରୋଧୀ କଂଗ୍ରେସ ବଂଶବାଦ ନୀତି ବ୍ୟତୀତ ବିଶେଷ କିଛି ଦେଇପାରିବ ନାହିଁ ବୋଲି ନିବନ୍ଧରେ ଉଲ୍ଲେଖ କରାଯାଇଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଧର୍ମନିରପେକ୍ଷ ବିଚାରଧାରା ସହ ମୋଦିଙ୍କ ଶାସନରେ ଦେଖାଦେଇଥିବା ସାମାଜିକ ‘ଉତ୍ତେଜନା’କୁ ନେଇ ତୁଳନା କରାଯାଇଛି। ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭ୍ରାତୃଭାବ ବୃଦ୍ଧି ଦିଗରେ ମୋଦି ଆଗ୍ରହୀ ନ ଥିବା ଏଥିରେ କୁହାଯାଇଛି। ଏହାସହ ୨୦୦୨ରେ ଅନେକ ଜୀବନ ନେଇଥିବା ଗୁଜରାଟ ଦଙ୍ଗା ସମ୍ପର୍କରେ ମଧ୍ୟ ଆତିଶ ଅବତାରଣା କରିଛନ୍ତି। ମୋଦିଙ୍କୁ ନେଇ ‘ଟାଇମ୍‌’ର ଏପରି ଉପସ୍ଥାପନା ପ୍ରଥମ ନୁହେଁ। ଏହା ପୂର୍ବରୁ ୨୦୧୨ରେ ଏହି ପତ୍ରିକା ତାଙ୍କୁ ଜଣେ ବିବାଦୀୟ, ମହତ୍ତ୍ୱାକାଂକ୍ଷୀ ଓ ଚାଲାକ ରାଜନେତା ଭାବେ ଅଭିହିତ କରିଥିଲା।
ଅନ୍ୟପକ୍ଷରେ ବ୍ରେମରଙ୍କ ନିବନ୍ଧରେ ମୋଦିଙ୍କ ଅର୍ଥନୈତିକ ରେକର୍ଡକୁ ମିଶ୍ରିତ ବୋଲି ଦର୍ଶାଯାଇଛି। ଭାରତ ଏବେ ମଧ୍ୟ ପରିବର୍ତ୍ତନ ଚାହୁଁଛି ଏବଂ ବିକାଶ ଆଣିବା ସକାଶେ ମୋଦିଙ୍କ ଉପରେ ଲୋକଙ୍କ ଭରସା ରହିଛି। ସେ ଚାଇନା, ଆମେରିକା ଓ ଜାପାନ ସହିତ ସମ୍ପର୍କରେ ଉନ୍ନତି ଆଣିଛନ୍ତି। ତାଙ୍କ ବିକାଶ କାର୍ଯ୍ୟସୂଚୀ ଭାରତର କୋଟି କୋଟି ଲୋକଙ୍କ ଜୀବନ ଓ ଭବିଷ୍ୟତ ବଦଳାଇବାରେ ସକ୍ଷମ ହୋଇଛି ବୋଲି ବ୍ରେମର ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୪ ଥର ସାକ୍ଷାତ, ୬୨ ଇମେଲ୍‌: ଏପ୍‌ଷ୍ଟିନ୍‌-ପୁରୀ ସମ୍ପର୍କର ସ୍ପଷ୍ଟୀକରଣ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ,୧୮ା୨(ପି.ଟି.):ଆମେରିକାର ଦୋଷୀସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ୨୦୧୪ରୁ ୨୦୧୭ ମଧ୍ୟରେ ୧୪ ଥର ଭେଟିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ…

କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ: କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮ା୨(ପି.ଟି.):ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌, ୨୦୨୬ର ଉଦ୍‌ଘାଟନ ଦିବସରେ ଯୋଗ ଦେଇଥିବା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର କ୍ଷମା…

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri