Posted inଖେଳ

ଭାରତର ଦମଦାର ବିଜୟ

ଅକ୍‌ଲାଣ୍ଡ,୨୪।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଦମଦାର ବିଜୟ ହାସଲ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୩ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ଭ୍ରମଣକାରୀ ଭାରତ ଗୋଟିଏ ଓଭର ଓ ୬ ଉଇକେଟ ହାତରେ ରଖି ହାସଲ କରିନେଇଛି। ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର ଇଡେନ ପାର୍କଠାରେ ଖେଳାଯିବ।
ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନ୍‌ କରିଥିଲା। ଦଳ ପାଇଁ କଲିନ ମୁନ୍‌ରୋ ସର୍ବାଧିକ ୫୯, ରସ ଟେଲର ୫୪*, କେନ ଓ୍ବିଲିୟମସନ ୫୧ ଓ ମାର୍ଟିନ ଗୁପ୍ଟିଲ ୩୦ ରନ୍‌ କରିଥିଲେ। ଭ୍ରମଣକାରୀ ଦଳର ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଳ ଠାକୁର ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ଟିମ୍‌ ଇଣ୍ଡିଆ ଇନିଂସ ଆରମ୍ଭରୁ ରୋହିତ ଶର୍ମା (୭)ଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ଉଇକେଟ ପାଇଁ ୯୯ ରନ୍‌ର ଭାଗୀଦାରି କରିଥିଲେ। ପରେ ଦଳ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ହରାଇଥିଲା। ଲୋକେଶ ରାହୁଲ (୫୬), କୋହଲି (୪୫) ଓ ଦୁବେ (୧୩) ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହିଠାରୁ ଶ୍ରେୟାସ ଆୟାର ଓ ମନୀଷ ପାଣ୍ଡେଙ୍କ ଯୋଡ଼ି ଆବଶ୍ୟକ ରନ୍‌ ସଂଗ୍ରହ କରି ଦଳକୁ ବିଜୟ ଭେଟି ଦେଇଥିଲେ। ଆୟାର ୫୮ ଓ ପାଣ୍ଡେ ୧୩ ରନ୍‌ କରି ଅପରାଜିତ ଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ଇଶ ସୋଧି ଦୁଇଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶୋଏବଙ୍କ ପ୍ରଥମ ପତ୍ନୀ ବି ଥିଲେ ଭାରତୀୟ; ଛାଡ଼ପତ୍ର ନ ଦେଇ ସାନିଆଙ୍କୁ କରିଥିଲେ ବିବାହ…

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ସମ୍ପର୍କରେ ଫାଟ। ୨୦୧୦ରେ ଶୋଏବଙ୍କୁ ବିବାହ କରିଥିଲେ ସାନିଆ। ଏବେ...

ଧୋନୀଙ୍କୁ ପୁଣି ସମାଲୋଚନା କଲେ ଯୁବିଙ୍କ ବାପା

ନୂଆଦିଲ୍ଲୀ,୧୦।୭- ପ୍ରାକ୍ତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ବାପା ତଥା ପୂର୍ବତନ ପେସର ଯୋଗରାଜ ପୁଣିଥରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସମାଲୋଚନା କରିଛନ୍ତି। ଏଥର ଅମ୍ବାତି...

ଏହି ପ୍ରସିଦ୍ଧ କ୍ରିକେଟରଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ତାଙ୍କ ସ୍ତ୍ରୀ, ଜାଣନ୍ତୁ କାହିଁକି

ଚଳିତବର୍ଷ ଅଷ୍ଟ୍ରେଲିଆର ସବୁଠୁ ପ୍ରତିଷ୍ଠିତ କ୍ରିକେଟ ପୁରସ୍କାର ଆଲାନ ବର୍ଡର ଟ୍ରଫି ଜିତିଛନ୍ତି ପ୍ରସିଦ୍ଧ କ୍ରିକେଟର ଡେଭିଡ୍‌ ଓ୍ବାର୍ନର। କ୍ରିକେଟରେ ଆଜି ଯେଉଁ ସଫଳତା ମିଳିଛି,...

ଭାରତ ନ ଆସିଲେ ଅଷ୍ଟ୍ରେଲିଆ ପାଇଁ ହାନିକାରକ ହେବ: ଲାବୁସେନ୍‌

ସିଡ୍‌ନୀ,୪।୫ (ପି.ଟି.): କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ତେବେ ମହାମାରୀ କାରଣରୁ ଯଦି ଭାରତ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ନ ଆସେ ତା’ହେଲେ...

ପ୍ରଥମେ ବ୍ୟାଟିଂ କରିବ ଆରସିବି

ଚେନ୍ନାଇ, ୧୪ା୪- ପ୍ରଥମେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର (ଆରସିବି)। ଟସ୍‌ ଜିତି ପୁଣି ଥରେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ...

ଭାରତୀୟ ଦଳରେ ଓଡ଼ିଶାର ଆଶିଷ

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି): ଇରାନର ତେହେରାନଠାରେ ୧୪ତମ ୧୮ ବର୍ଷରୁ କମ୍‌ ଏସିଆନ ପୁରୁଷ ଭଲିବଲ ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ...

କିଟ୍‌କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର

ଭୁବନେଶ୍ୱର, ୧।୧୨ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌)କୁ ବୁଧବାର ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି...

କୋହଲିଙ୍କ ଭାଗରେ ପଡ଼ିଲା ନାହିଁ ଟସ୍‌

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭାଗରେ ଟସ୍‌ ପଡ଼ିନାହିଁ। ଯାହା...

Advertisement
Archives

Model This Week