Posted inଖେଳ

ଭାରତର ଜିମ୍ବାଓ୍ବେ ଟୁର୍‌ ମଧ୍ୟ ସ୍ଥଗିତ

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-କୋଭିଡ୍‌-୧୯ ଯୋଗୁ ଅଗଷ୍ଟରେ ହେବାକୁଥିବା ଭାରତୀୟ କ୍ରିକେଟ ଦଳର ଜିମ୍ବାଓ୍ବେ ଟୁର୍‌କୁ ଶୁକ୍ରବାର ସ୍ଥଗିତ ରଖିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। କରୋନା ଭାଇରସ୍‌ ଯୋଗୁ ଜାତୀୟ କ୍ରିକେଟରମାନଙ୍କୁ ଏପର୍ଯ୍ୟନ୍ତ ଟ୍ରେନିଂ ପାଇଁ ଅନୁମତି ଦିଆଯାଇ ନାହିଁ। ଜୁନ୍‌-ଜୁଲାଇରେ ଭାରତର ସୀମିତ ଓଭର ଟୁର୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଶ୍ରୀଲଙ୍କା କ୍ରିକେଟ ଦିନକ ପୂର୍ବରୁ ଘୋଷଣା କରିଥିଲା। କୋଭିଡ୍‌-୧୯ ଯୋଗୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଓ ଜିମ୍ବାଓ୍ବେ ଗସ୍ତ କରିବା ବିପଜ୍ଜନକ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ମୂଳ କାର୍ଯ୍ୟସୂଚୀ ଅନୁସାରେ ଭାରତ ୨୦୨୦ ଜୁନ୍‌ ୧୪ରେ ଶ୍ରୀଲଙ୍କା ଟୁର୍‌ରେ ଯାଇଥାନ୍ତା। ସେଠାରେ ଦଳ ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ଖେଳିଥାନ୍ତା। ସେହିପରି ଅଗଷ୍ଟ ୨୨ରୁ ଭାରତୀୟ ଦଳ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିଥାନ୍ତା ବୋଲି ଶାହା ପ୍ରକାଶ କରିଛନ୍ତି। ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାଖାପାଖି ପହଞ୍ଚତ୍ ସାରିଥିବାବେଳେ ୮୫୦୦ରୁ ଊର୍ଦ୍ଧ୍ୱଙ୍କର ମୃତ୍ୟୁ ଘଟିସାରିଲାଣି। କୌଣସି ସିରିଜ ଖେଳିବା ଲାଗି ପ୍ରସ୍ତୁତି ପାଇଁ ଖେଳାଳିମାନଙ୍କୁ ୬ ସପ୍ତାହ ସମୟ ଲାଗିବ ବୋଲି ଜଣେ ସପୋର୍ଟ ଷ୍ଟାଫ୍‌ କହିଛନ୍ତି। ଅନ୍ୟପକ୍ଷରେ ଶାହା ବୋର୍ଡର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଖେଳାଳିମାନଙ୍କ ଲାଗି ଆଉଟଡୋର୍‌ରେ ଟ୍ରେନିଂ ସୁରକ୍ଷିତ ବୋଲି ସରକାରଙ୍କ ହୃଦ୍‌ବୋଧ ହେବାପରେ ଟ୍ରେନିଂ କ୍ୟାମ୍ପ ହେବ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲିଙ୍କ ପାଇଁ ପାଗଳ ଥିଲେ ଏହି ପାକିସ୍ତାନ ମହିଳା କ୍ରିକେଟର, ଶେଷରେ…

ବିଶ୍ୱର ସବୁଠୁ ସୁନ୍ଦର ମହିଳା କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ ପାକିସ୍ତାନର ଷ୍ଟାର ଅଲରାଉଣ୍ଡର କ୍ୟାନନ୍‌ ଇମ୍‌ତିଆଜ୍‌ଙ୍କ ଗତ ଜୁଲାଇ-୯ରେ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସେ ନିର୍ବନ୍ଧ...

ଦ୍ୱିତୀୟ ଟେଷ୍ଟରେ ଖେଳିବେନି ଓ୍ବିଲିୟମସନ

ଓ୍ବେଲିଂଟନ, ୧୧ା୧୨ (ଏପି)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳିବେ ନାହିଁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ। ତାଙ୍କ ସ୍ତ୍ରୀ ପ୍ରଥମ ସନ୍ତାନ ଜନ୍ମ...

ସଚିନଙ୍କ ପୁଅ ସପକ୍ଷରେ ବାହାରିଲେ ଅଭିନେତା, କହିଲେ ଏମିତି

ମୁମ୍ବାଇ,୨୦।୨: ଭାରତର କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ କିଣିଛି। ଚେନ୍ନାଇରେ ଆୟୋଜିତ ଆଇପିଏଲର ୧୪ଶ ସଂସ୍କରଣର ଅକ୍ସନରେ...

ସିଡ୍‌ନୀରେ ନିୟମ ଭାଙ୍ଗିଥିଲେ କୋହଲି, ପାଣ୍ଡ୍ୟା

ସିଡ୍‌ନୀ,୪ା୧- ଉପ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ ଜଣ ଖେଳାଳି ପ୍ରୋଟୋକଲର ଉଲ୍ଲଂଘନ କରିବା ପରେ ଆଇସୋଲେଶନରେ ରହିଛନ୍ତି। ଏହି ଖେଳାଳିମାନେ ମେଲବୋର୍ନରେ ଏକ...

ଅଷ୍ଟ୍ରେଲିଆ ସେମିଫାଇନାଲ ନିକଟତର

ନଟିଂହାମ,୨୧।୬ (ପି.ଟି.)- ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ ଦଳ ଅଷ୍ଟ୍ରେଲିଆ ଗୁରୁବାର ଅନୁଷ୍ଠିତ ଟୁର୍ନାମେଣ୍ଟର ୨୬ତମ ମ୍ୟାଚ୍‌ରେ ବାଂଲାଦେଶକୁ ୪୮ ରନରେ ପରାସ୍ତ କରିଛି। ଟ୍ରେଣ୍ଟ ବିଜ୍‌ରେ...

ତିଓ୍ବାରୀଙ୍କ ସ୍ଥାନରେ ଈଶ୍ୱରନଙ୍କୁ ବେଙ୍ଗଲର ନେତୃତ୍ୱ

କୋଲକାତା,୩୧।୮: ଆଗାମୀ ଘରୋଇ କ୍ରିକେଟ ସିଜନରେ ଅଭିମନ୍ୟୁ ଈଶ୍ୱରନ ବେଙ୍ଗଲ ଦଳର ନେତୃତ୍ୱ ନେବେ। ମଙ୍ଗଳବାରଠାରୁ ଜୟପୁରଠାରେ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଟୁର୍ନାମେଣ୍ଟ...

ଲଙ୍ଗ୍‌ ଜମ୍ପ୍‌ରେ ମନୀଷାଙ୍କୁ ରୌପ୍ୟ

ଭୁବନେଶ୍ୱର, ୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଚାଲିଥିବା ୩୫ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଥମ ଦିନରେ ଓଡ଼ିଶାକୁ ସଫଳତା ମିଳିଛି। ୨୦ ବର୍ଷରୁ...

ଭାରତ ବିପକ୍ଷ ଟେଷ୍ଟ ସିରିଜ: ନ୍ୟୁଜିଲାଣ୍ଡ ଦଳକୁ ବୋଲ୍ଟଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବେଲିଂଟନ,୧୭।୨: ଆଗାମୀ ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଏକ ୧୩ ଜଣିଆ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଅଭିଜ୍ଞ ଦ୍ରୁତ...

Advertisement
Archives

Model This Week