ଭାରତରେ କରୋନା ସହିତ ଲଢ଼େଇ : ସାମାଜିକ ଦୂରତା ବଜାୟ ରଖିବା ହିଁ ଶ୍ରେଷ୍ଠ ପ୍ରତିଷେଧକ ବ୍ୟବସ୍ଥା, କହିଲା ଏମ୍ସ୍‌

ନୂଆଦିଲ୍ଲୀ,୯।୫: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହେଉଛି। କରୋନା ସହିତ ଲଢ଼ିବାକୁ ଏକଜୁଟ ହେବାକୁ ସରକାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଏମ୍ସ୍‌ ପକ୍ଷରୁ କୁହାଯାଇଛି ଯେ, କରୋନା ଏବେ ଭାରତ ମୁହାଁ ହୋଇଛି। ଏଥିରୁ ଦୂରେଇ ରହିବାର ଶ୍ରେଷ୍ଠ ପ୍ରତିଷେଧକ ବ୍ୟବସ୍ଥା ହେଉଛି ସାମାଜିକ ଦୂରତା ବଜାୟ ରଖିବା। ଏହା ସହିତ ନିୟମିତ ଅନ୍ତରରେ ହାତ ଧୋଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଲୋକେ ସଚେତନ ହେଲେ କରୋନା ସହିତ ଲଢ଼ିବା ସହଜ ହେବ ବୋଲି ଏମ୍ସ୍‌ର ନିର୍ଦ୍ଦେଶକ ଡ.ରଣଦୀପ୍‌ ଗୁଲେରିଆ କହିଛନ୍ତି। ଆମେରିକା, ଇଟାଲି, ସ୍ପେନ୍‌, ବେଲଜିୟମ୍‌ ଏବଂ ନେଦରଲାଣ୍ଡରେ କରୋନା ସଂକ୍ରମଣ ଗ୍ରାଫ୍‌ ପ୍ରଥମେ ବଢ଼ିଥିବାବେଳେ ଏବେ ଏହା କମିବାରେ ଲାଗିଛି। ଭାରତରେ ମଧ୍ୟ ସେଭଳି ସ୍ଥିତି ଦେଖାଦେଇ ସଂକ୍ରମଣ ଧୀରେଧୀରେ କମିବ ବୋଲି ସେ ସୂଚନା ଦେଇଛନ୍ତି। ଏବେ ଦେଶରେ ପ୍ରତିଦିନ ୮୦ ହଜାର ଲୋକଙ୍କ ନମୁନା ପରୀକ୍ଷା ହେଉଛି। ଆଗାମୀ ଦିନରେ ଏହା ଲକ୍ଷେକୁ ବୃଦ୍ଧି କରାଯିବା ଯୋଜନା ରହିଛି। ଅଧିକ ନମୁନା ପରୀକ୍ଷା କରାଗଲେ କରୋନା ପଜିଟିଭ୍‌ ରିପୋର୍ଟ ମଧ୍ୟ ସେହି ଅନୁପାତରେ ବଢ଼ିବାର ଆଶଙ୍କା ଥିବା ସେ କହିଛନ୍ତି। ଏନେଇ ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ ଗ୍ରାଫ୍‌ ଶୀର୍ଷକୁ ବଢ଼ିବାପରେ କମିବାକୁ ଆରମ୍ଭ କରିଥାଏ। ଭାରତରେ ବର୍ତ୍ତମାନ ଏହା ବଢ଼ିବାସ୍ତରରେ ରହିଛି। ତେଣୁ ଶୀର୍ଷରେ ପହଞ୍ଚି ପୁଣି କମିବା ଲାଗି ୨ରୁ ୪ ସପ୍ତାହ ସମୟ ଲାଗିବ ବୋଲି ଆକଳନ କରାଯାଉଛି। ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ଯୋଗୁ ଧୀରେଧୀରେ ଅଧିକ କରୋନ ପଜିଟିଭ୍‌ ରିପୋର୍ଟ ମିଳୁଥିବା ଆଇସିଏମ୍‌ଆର୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ହେପାଜତରେ କର୍ନାଟକ ମନ୍ତ୍ରୀ

ମୁମ୍ବାଇ,୧୦।୭: କର୍ନାଟକରେ ରାଜନୈତିକ ସଙ୍କଟ ଥମିବାର ନାଁ ଧରୁନି। ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ମୁମ୍ବାଇରେ ପହଞ୍ଚିଥିବା ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କୁ...

୨୯ ନଭେମ୍ବର ପୂର୍ବରୁ ଶେଷ ହେବ ବିହାର ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୪।୯: କରୋନା ମହାମାରୀ ପରେ ବି ନିର୍ବାଚନ କମିଶନ ବିହାର ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି। ଏହାସହ ଆଉ...

ଦିଲ୍ଲୀରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ !

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ...

‘ରାଷ୍ଟ୍ରପତିଙ୍କୁ ଇସ୍ତଫା ମାଗିବ କି ଭାଜପା’

ମୁମ୍ବାଇ,୨୭।୧: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୨୦୧୭ କର୍ନାଟକ ବିଧାନସଭା ନିର୍ବାଚନରେ ଟିପୁ ସିଲତାନଙ୍କୁ ‘ଐତିହାସିକ ଯୋଦ୍ଧା’ ଏବଂ ‘ସ୍ବାଧୀନତା ସଂଗ୍ରାମୀ’ ବୋଲି କହି ପ୍ରଶଂସା...

ଚାଇନା ନାଗରିକଙ୍କ ପାଇଁ ଦିଲ୍ଲୀର ୩ ହଜାର ହୋଟେଲ-ଗେଷ୍ଟ ହାଉସ୍‌ ବନ୍ଦ

ନୂଆଦିଲ୍ଲୀ, ୨୫।୬: ଚାଇନା ପ୍ରତି ଭାରତୀୟଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଛି। ଗଲଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଏଭଳି ଭାବନା...

୪୪%ଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ, ୨୪ା୬: ଚଳିତବର୍ଷ ରାଜ୍ୟ ସଭାକୁ ନିର୍ବାଚିତ ୬୨ ସଦସ୍ୟଙ୍କ ମଧ୍ୟରୁ ୪୪ ପ୍ରତିଶତଙ୍କ ବିରୋଧରେ ବିଭିନ୍ନ ପ୍ରକାର ଆପରାଧିକ ମାମଲା ରହିଛି। ୧୧ ଜଣ(୧୮%)ଙ୍କ...

ବିଦାୟ ଜେନେରାଲ: ଶେଷ ସାଲ୍ୟୁଟ ଦେବେ ଶ୍ରୀଲଙ୍କା, ନେପାଳ, ଭୁଟାନ, ବାଂଲାଦେଶର ସେନା ଅଧିକାରୀ

ନୂଆଦିଲ୍ଲୀ,୧୦ ।୧୨: ରାଜଧାନୀ ଦିଲ୍ଲୀର ୩, ରାଜାଜୀ ମାର୍ଗରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ...

ଦେଶରେ ବିଫଳ ହେଲା ଲକ୍‌ଡାଉନ: ରାହୁଲ

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।...

Advertisement
Archives

Model This Week