‘ଭାରତ’ରେ ଅଭିନୟ କରିବା ପୂର୍ବରୁ ଡାଇରେକ୍ଟରଙ୍କ ନିକଟରେ ଏହି ସର୍ତ୍ତ ରଖିଥିଲେ କ୍ୟାଟ୍ରିନା

ଫିଲ୍ମ‘ଭାରତ’ରେ ସାଇନ୍‌ କରିବା ପୂର୍ବରୁ ପ୍ରଥମେ ଡାଇରେକ୍ଟର ଅବାସ ଅଲ୍ଲୀ ଖାନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା। ସର୍ତ୍ତଟି ହେଲା, ସେ ଅଲ୍ଲୀଙ୍କୁ କହିଥିଲେ, ଅଭିନୟ ଯଦି ଦମ୍‌ଦାର ହୁଏ ତେବେ ସେ ଫିଲ୍ମର ଏକ ଅଂଶ ହେବେ। ଆଜି ଅର୍ଥାତ ବୁଧବାର ‘ଭାରତ’ ରିଲିଜ ହୋଇସାରିଛି। ପ୍ରଥମ ଦିନରେ ଏହା ବେଶ୍‌ ସଫଳତା ହାସଲ କରିଛି। ଏଥିରେ କ୍ୟାଟ୍ରିନାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏପରିକି ସୋସିଆଲ ମିଡିଆରେ ଫିଲ୍ମଟିକୁ କେତେ ରେସପନ୍ସ ମିଳିଛି ତାହା ସ୍ପଷ୍ଟ ଜଣାପଡ଼ୁଛି। ପ୍ରଥମେ ଏହି ଫିଲ୍ମ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ନିଆଯାଇଥିଲା। ବ୍ୟକ୍ତିଗତ କାରଣ ଯୋଗୁଁ ପ୍ରିୟଙ୍କା ଫିଲ୍ମ ଛାଡ଼ିଦେବାରୁ ପରେ କ୍ୟାଟ୍ରିନାଙ୍କୁ ନିଆଯାଇଥିଲା। ଏକ ସାକ୍ଷାତକାରରେ କ୍ୟାଟ୍ରିନା କହିଛନ୍ତି, ମୁଁ ଭୁଲ ହୋଇଥାଇ ପାରେ, କିନ୍ତୁ ଏହି ଫିଲ୍ମଟି ମୋ କ୍ୟାରିୟରର ସବୁଠୁ ଗୁରୁତ୍ୱପୂର୍ଣ୍ଣ। ‘ଭାରତ’ବ୍ୟତୀତ କ୍ୟାଟ୍ରିନାଙ୍କର ଆଉ ଏକ ବଡ଼ ବଜେଟ୍‌ ଫିଲ୍ମ ‘ହଲିଡେ’ ମଧ୍ୟ ରିଲିଜ ହୋଇଛି। କ୍ୟାଟ୍ରିନା ଅପ୍‌କମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ନେଇ କହିଛନ୍ତି, ଡାଇରେକ୍ଟର ରୋହିତ ସେଟ୍ଟୀଙ୍କ ସହିତ ଏନେଇ ଗତ ୯ ମାସ ଧରି ପ୍ଲାନିଂ କରିଛନ୍ତି। ଏଥିରେ ଅକ୍ଷୟ କୁମାରଙ୍କ ସହ କ୍ୟାଟ୍ରିନା ନଜର ଆସିବେ। ‘ସୂର୍ଯ୍ୟବଂଶୀ’ ୨୦୨୦ରେ ଇଦ୍‌ ଉପଲକ୍ଷେ ରିଲିଜ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଏପରି କାର୍ଯ୍ୟକଳାପରେ ବିରକ୍ତ ହେଲେ ଟ୍ବିଙ୍କଲ, କହିଲେ ଏମିତି…

ବଲିଉଡ୍‌ର ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଅଭିନେତ୍ରୀ ସ୍ତ୍ରୀ ଟ୍ବିଙ୍କଲ ଖନ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ନିଜର ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ...

କାର ପରିବର୍ତ୍ତେ ଭଡ଼ା ଗାଡ଼ିରେ ଯିବାଆସିବା କରନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ମା’ବାପା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ଜନ୍‌ ଅବ୍ରାହମ୍‌ ଇତିମଧ୍ୟରେ ୪୮ ବର୍ଷର ହୋଇଯାଇଛନ୍ତି। ଆଜି ହେଉଛି ତାଙ୍କ ଜନ୍ମଦିନ। ଡିସେମ୍ବର ୧୭, ୧୯୭୨ରେ କେରଳର କୋଚିରେ ସେ ଜନ୍ମଗ୍ରହଣ...

୨ ଦିନରେ ଦିଲଜୀତଙ୍କ ଫଲୋୟର୍ସ ସଂଖ୍ୟା ୪ ଲକ୍ଷ ବଢ଼ିଲା

ନୂଆଦିଲ୍ଲୀ, ୫।୧୨- ପଞ୍ଜାବୀ ଆକ୍ଟର ତଥା ସିଙ୍ଗର ଦିଲଜୀତ ଦୋସାଞ୍ଜ ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ମଧ୍ୟରେ ଚାଲିଥିବା ଟୁଇଟର ଯୁଦ୍ଧ ଶେଷ ହୋଇନାହିଁ।...

ଆତ୍ମଦାହ କଲେ ଏହି ବଲିଉଡ୍‌ ଫିଲ୍ମନିର୍ମାତାଙ୍କ ସ୍ତ୍ରୀ-ଝିଅ: ଆପାର୍ଟମେଣ୍ଟରୁ ନିଆଁ ବାହାରୁଥିବା ଦେଖି…

ବମ୍ବେ: ଆତ୍ମଦାହ ଭଳି ଚରମ ପଦକ୍ଷେପ ନେଇଛନ୍ତି ଫିଲ୍ମନିର୍ମାତା ସନ୍ତୋଷ ଗୁପ୍ତାଙ୍କ ସ୍ତ୍ରୀ ଓ ତାଙ୍କର ଝିଅ। ଅନ୍ଧେରୀର ଡିଏନ୍‌ ନଗରସ୍ଥିତ ବାସଭବନରେ ଉଭୟ ଆତ୍ମହତ୍ୟା...

ଆତ୍ମହତ୍ୟା କଲେ ଏହି ୨୫ ବର୍ଷୀୟ ଅଭିନେତା, ବନ୍ଧୁଙ୍କ ଘରୁ…

ବମ୍ବେ: ଅଭିନୟଜଗତ ସହ ଜଡ଼ିତ ଅନେକ କଳାକାର ଏବେ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି। କିଛି ଦିନ ତଳେ ବଲିଉଡ୍‌ ଅଭିନେତା ସନ୍ଦିପ ନାହର ସୁଇସାଇଡ୍‌...

କାହିଁକି ଐଶ୍ୱର୍ଯ୍ୟାଙ୍କ କାନରୁ ବାହାରିଥିଲା ରକ୍ତ

ମୁମ୍ବାଇ: ଫିଲ୍ମର ଶୁଟିଂ ସେଟ୍‌ରେ ଆହତ ହେବା ସାଧାରଣ କଥା। ଶୁଟିଂ କରିବା ସମୟରେ କେତେକ ଅଭିନେତ୍ରୀ ଅଭିନେତା ଆହତ ହୋଇଥାନ୍ତି। ଏହାପରେ ବି ସେମାନେ...

ଇଞ୍ଜିନିୟରିଂ ପଢ଼ା ଛାଡି କବି ହୋଇଥିଲେ କୁମାର ବିଶ୍ୱାସ

ରାଜନେତା ତଥା ଜଣାଶୁଣା ବ୍ୟଙ୍ଗ କବି କୁମାର ବିଶ୍ୱାସ ୧୦ ଫେବୃଆରୀ ୧୯୭୦ରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ପିଲଖୁଆରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ...

କାହିଁକି ନିଜଠୁ ୧୦ ବର୍ଷ ସାନ ନିକ୍‌ଙ୍କୁ ବିବାହ କରିଥିଲେ ପ୍ରିୟଙ୍କା ଚୋପ୍ରା

ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍‌ ଜୋନାସ୍‌। ପ୍ରିୟଙ୍କା ପ୍ରାୟତଃ ନିକ୍‌ଙ୍କ ସହ ଫଟୋ ଛାଡୁଥିବାର...

BGU
Play 250+ Trending Games
Archives

Model This Week

Why Dharitri