Posted inଜାତୀୟ

ଭାରତଠାରୁ ୬୮୪ କିମି ଦୂର ସମୁଦ୍ରରେ କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୧୨।୫: ସାରା ପୃଥିବୀ କରୋନା ସଂକ୍ରମଣ ଯୋଗୁ ସଙ୍କଟରେ ପଡ଼ିଥିବାବେଳେ ଚାଇନା ଭାରତଠାରୁ ୬୮୪ କିଲୋମିଟର ଦୂର ସମୁଦ୍ରରେ ଏକ କୃତ୍ରିମ ଦ୍ୱୀପ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଉପଗ୍ରହ ଦ୍ୱାରା ପ୍ରେରଣ କରାଯାଇଥିବା ଫଟୋରୁ ଏହା ଜଣାପଡ଼ିଛି। ଏହି ଦ୍ୱୀପ ଦକ୍ଷିଣ ଚାଇନା ସମୁଦ୍ର ଏବଂ ଭାରତ ମହାସାଗର ସୀମାରେ ନିର୍ମିତ ହେଉଛି। ଓପନ୍‌ ସୋର୍ସ ଇଣ୍ଟେଲଜେନ୍ସ୍‌ ଅନାଲିଷ୍ଟ୍‌ ଡାଟ୍ରେସଫା ପକ୍ଷରୁ ଏହି ଫଟୋ ଚିତ୍ର ଜାରି ହୋଇଛି। ୨୦୧୬ରେ ମାଳଦ୍ୱୀପ ରାଷ୍ଟ୍ରପତି ଅବଦୁଲା ୟେମେନ୍‌ ଚାଇନାର ଏକ କମ୍ପାନୀକୁ ୧୬ଟି ଦ୍ୱୀପ ଲିଜ୍‌ରେ ପ୍ରଦାନ କରିଥିଲେ। ଏସବୁ ଦ୍ୱୀପରେ ଚାଇନା ଜୋର୍‌ସୋର୍‌ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଭାରତକୁ ଘେରିବା ଉଦ୍ଦେଶ୍ୟ ନେଇ ଚାଇନା ଏଭଳି କରିଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏଠାରୁ ଭାରତ ଅଭିମୁଖେ ଯୁଦ୍ଧ ବିମାନ ମାତ୍ର ୨୦-୨୫ ମିନିଟ୍‌ ମଧ୍ୟରେ ଆସିପାରିବ। ସେହିପରି ଏହି କୃତ୍ରିମ ଦ୍ୱୀପରୁ ଭାରତ ଉପରେ ଚାଇନା କଡ଼ା ନଜର ରଖିପାରିବ। ଏହାକୁ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋମ ଯିବାକୁ ମମତାଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୨୫ ।୯: ଇଟାଲି(ରୋମ)ରେ ଆୟୋଜିତ ହେବାକୁ ଯାଉଥିବା ୱାର୍ଲଡ ‘ପିସ୍ କନଫରେନ୍ସ’ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଯୋଗ ଦେଇ ପାରିବେ ନାହିଁ । ଭାରତ...

ସ୍ନାତକ ଛାତ୍ରୀଙ୍କୁ ମିଳିବ ୫୦ ହଜାର

ପାଟନା,୧।୪: ବାଳିକାଙ୍କ ସମୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବେଟି ବଚାଓ-ବେଟି ପଢ଼ାଅ ଅଭିଯାନ ଅନ୍ତର୍ଗତ ସୁକନ୍ୟା ସମୃଦ୍ଧି ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାରେ...

ଟ୍ୟୁସନ ଫି ନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୋପାଳ,୬ ।୭: ସାରା ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ କହିଛନ୍ତି ଆଗାମୀ ତୃତୀୟ...

ଭାଜପାରୁ ଇସ୍ତଫା ଦେଲେ ଶ୍ରାବନ୍ତି

କୋଲକତା,୧୧।୧୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଭାଜପାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ଅନେକ ନେତା ଦଳ ଛାଡିବାର ଦେଖାଯାଇଛି। ଏହି କ୍ରମରେ ଗୁରୁବାର...

ଦୀର୍ଘ ୬ ଘଣ୍ଟା ପରେ ଚାଲୁ ହେଲା ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ

ନୂଆଦିଲ୍ଲୀ,୫ ।୧୦: ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ ଓ ମେସେଞ୍ଜର ପୁଣିଥରେ କାମ କରିବା ଆରମ୍ଭ କରି ଦେଇଛି । କିଛି ଘଣ୍ଟା ପର୍ଯ୍ୟନ୍ତ ଏସବୁ ସର୍ଭର...

ହାତ ଛାଡି ଝାଡୁ ଧରିଲେ ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସର ପୂର୍ବତନ ଏମ୍‌ପି ମହାବଳ ମିଶ୍ରା ଦଳ ଛାଡି ଆମ୍‌ ଆଦ୍‌ମୀ...

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା, ଅନେକ ନିଖୋଜ

ଡେରାଡୁନ୍‌,୧୮।୮: ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କୋପ। ବାଦଲ ଫଟା ବର୍ଷା ଯୋଗୁ ଉତ୍ତରକାଶୀ ଜିଲାରେ ପାଣିରେ ଜଣେ ତିନି ବର୍ଷର ଶିଶୁ ସହ ଅନେକ ଲୋକ...

ଘରୁ ଫେରାର ହେବା ପରେ ପୋଲିସକୁ ସୁରକ୍ଷା ମାଗିଲେ ମନ୍ତ୍ରୀଙ୍କ ଝିଅ

ବେଙ୍ଗାଲୁରୁ,୯।୩: ଘରୁ ଫେରାର ହୋଇ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିବା ତାମିଲନାଡୁ ମନ୍ତ୍ରୀଙ୍କ ଝିଅ ବେଙ୍ଗାଲୁରୁରେ ପୋଲିସ ଠାରୁ ସୁରକ୍ଷା ଦାବି କରିଛନ୍ତି। ପେଶାରେ ଡାକ୍ତର...

Advertisement
Archives

Model This Week