ଭାରତକୁ ସଫଳତା: ଉହାନରେ କରୋନା ସଂକ୍ରମଣ କରିଥିବା ଭୂତାଣୁର ମିଳିଲା ସନ୍ଧାନ

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ ଭାରତୀୟ ବୈଜ୍ଞାନିକଙ୍କୁ ସଫଳତା ମିଳିଛି। ୩୬୦୦ ଭୂତାଣୁ ଉପରେ ପରୀକ୍ଷା ନିରୀକ୍ଷା କରି ସେମାନେ ୧୧ଟି କରୋନା ଭୂତାଣୁକୁ ଚିହ୍ନଟ କରିଛନ୍ତି। ସେଥିମଧ୍ୟରୁ ଏ-୨-ଏ ଭୂତାଣୁ ଚାଇନାର ଉହାନରେ ତାଣ୍ଡବ ରଚିଥିବା କୁହାଯାଉଛି। ଏସବୁ କରୋନା ଭୂତାଣୁର ସଂରଚନା ଭିନ୍ନ ଭିନ୍ନ। ମନୁଷ୍ୟ ଶରୀରରେ ଆର୍‌ଏନ୍‌ଏ ସଂରଚନା ଆଧାରରେ ଏସବୁ ଭୂତାଣୁ କମ୍‌ ସମୟ ମଧ୍ୟରେ ସଂକ୍ରମଣ ଆରମ୍ଭ କରିଥାନ୍ତି। ପ୍ରଥମେ ଗଳା, ପରେ ଫୁସଫୁସ୍‌କୁ ସଂକ୍ରମିତ ହୋଇଥାଏ। ଏହାପରେ ଲିଭର ଏବଂ କିଡ୍‌ନୀରେ ସଂକ୍ରମଣ ହୋଇଥାଏ ବୋଲି ପଶ୍ଚିମବଙ୍ଗର ନ୍ୟାଶନାଲ୍‌ ଇନଷ୍ଟୁଚ୍ୟୁଟ୍‌ ଅଫ୍‌ ବାୟୋମେଡ଼ିକାଲ ଜିନୋମିକ୍ସ୍‌ର ଗବେଷକ ସୂଚନା ଦେଇଛନ୍ତି। ୨୦୧୯ ଡିସେମ୍ବର ଠାରୁ ୨୦୨୦ ଏପ୍ରିଲ୍‌ ୬ ପର୍ଯ୍ୟନ୍ତ ଏହି ଗବେଷଣା ଜାରି ରହିଥିଲା। ଉହାନରେ ସଂକ୍ରମଣ କରିଥିବା ଏ-୨-ଏ କରୋନା ଭୂତାଣୁ ଭାରତର ୪୫ ପ୍ରତିଶତ ସଂକ୍ରମିତଙ୍କଠାରେ ରହିଛି। ଏହି ଭୂତାଣୁ ଅତି ମାରାତ୍ମକ। ପୃଥିବୀର କେତେକ ଦେଶରେ ଏହାର ୮୦ ପ୍ରତିଶତ ଲୋକଙ୍କୁ ସଂକ୍ରମିତ ହୋଇଛି। ଏଥିରେ ଥିବା ଆମିନୋ ଏସିଡ୍‌ ପରବର୍ତ୍ତୀ ସମୟରେ ଏସ୍ପାର୍ଟିକ୍‌ ଏସିଡ୍‌ରୁ ଗ୍ଲାଇସିନ୍‌କୁ ପରିବର୍ତ୍ତିତ ହୋଇଥାଏ। ଅପରପକ୍ଷରେ କରୋନା ଭୂତାଣୁର ଅନ୍ୟ ପ୍ରକାରରେ ଏସ୍ପାର୍ଟିକ୍‌ ଏସିଡ୍‌ ରହିଥାଏ। ଏହାର କୌଣସି ପରିବର୍ତ୍ତନ ଘଟି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ହେଲମେଟ, ପ୍ରେସରକୁକର. ସିଲିଣ୍ଡର ବିକ୍ରି କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୫ ।୧୧: ଜୀବନ ପ୍ରତି ବିପଦ ଥିବା ନକଲି ଉତ୍ପାଦନର ବିକ୍ରି ଓ ନିର୍ମାଣ ଉପରେ ଲଗାମ ଲାଗାଇବାକୁ ସରକାର ସାରା ଦେଶରେ ଅଭିଯାନ ଆରମ୍ଭ...

ତେଲେଙ୍ଗାନା: ହାଇଦ୍ରାବାଦରେ ପ୍ରବଳ ବର୍ଷା

ହାଇଦ୍ରାବାଦ,୯ ।୧୦: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଲାଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏଠାରେ ବିଳମ୍ବିତ ରାତିରେ ଅନେକ ସ୍ଥାନରେ ପ୍ରବଳ ବର୍ଷା...

ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟି ମନା

ବେଙ୍ଗାଲୁରୁ,୪।୪:କର୍ନାଟକରେ ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟିରୁ ବାଦ୍‌ ଦିଆଯିବ ବୋଲି କର୍ନାଟକ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ହିଜାବ ପିନ୍ଧିଥିବା...

କାନ୍ଦୁଛି ୟୁପି ପୋଲିସ

ଲକ୍ଷ୍ନୌ,୧୦।୭: “ଭାଜପା କର୍ମୀ ଟେକା, ପଥର ମାଡ଼ କରୁୁଛନ୍ତି। ଏପରି କି ମୋତେ ଚାପୁଡ଼ା ମାରିଲେ। ସାଥିରେ ଆଣିଥିଲେ ବୋମା। ସେମାନଙ୍କ ମଧ୍ୟରେ ଭାଜପା ବିଧାୟକ...

ପୁଣି ରାଜ୍ୟରେ ୧୫ ମୁଣ୍ଡ ନେଲା କରୋନା: ମୃତକଙ୍କ ସଂଖ୍ୟା ଟପିଲା ୧୧ ଶହ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୦୪ରେ ପହଞ୍ଚିଥିବା ରାଜ୍ୟ...

ଅମିତାଭ ବଚ୍ଚନ ପରିବାର ସଦସ୍ୟଙ୍କ ଆରୋଗ୍ୟ କାମନା ପାଇଁ ପେଣ୍ଟିଂ

ମୁମ୍ବାଇ, ୧୫।୭: ବିଗ୍‌ ବି ଅମିତାଭ ବଚ୍ଚନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପୁତ୍ର ଅଭିଷେକ ବଚ୍ଚନ, ପୁତ୍ରବଧୂ...

ଆଗ୍ରାରେ ହାଜତ ମୃତ୍ୟୁ

ଆଗ୍ରା,୨୧।୧୦: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଜଗଦୀଶପୁରା ଥାନାରୁ ୨୫ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ପୋଲିସ ଜେରା କରୁଥିବାବେଳେ ଜଣେ ବ୍ୟକ୍ତିଙ୍କ ହାଜତ ମୃତ୍ୟୁ...

ପଞ୍ଚାୟତକୁ ୮,୯୨୩.୮ କୋଟିର କରୋନା ଅନୁଦାନ…

ନୂଆଦିଲ୍ଲୀ, ୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୫ଟି ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୮,୯୨୩.୮ କୋଟିର ଅନୁଦାନ ଘୋଷଣା କରିଛନ୍ତି।...

Advertisement
Archives

Model This Week