ଭାରତକୁ ରାଫାଲ ଯୁଦ୍ଧ ବିମାନ ମିଳିବାରେ ଆଉ ହେବନି ବିଳମ୍ବ: ଫ୍ରାନ୍ସ୍‌

ପ୍ୟାରିସ୍‌,୨୪।୫: ଭାରତକୁ ରାଫାଲ ଯୁଦ୍ଧ ବିମାନ ଖୁବ୍‌ ଶୀଘ୍ର ମିଳିବ। ଏଥିରେ ଆଉ ବିଳମ୍ବ ହେବନି ବୋଲି ଫ୍ରାନ୍ସ୍‌ ରାଷ୍ଟ୍ରଦୂତ ଇମାନୁଏଲ୍‌ ଲେନାଇନ୍‌ କହିଛନ୍ତି। ଫ୍ରାନ୍ସ୍‌ ଏବଂ ଭାରତ ମଧ୍ୟରେ ୩୬ ରାଫାଲ ଯୁଦ୍ଧ ବିମାନ ନେଇ ୫୮ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା। ସେଥିମଧ୍ୟରୁ ୩୦ଟି ଯୁଦ୍ଧ ବିମାନ ରହିଥିବାବେଳେ ୬ଟି ଟ୍ରେନର ବିମାନ ରହିଛି। ୨୦୨୦ ଏପ୍ରିଲ୍‌ରେ ଭାରତକୁ ରାଫାଲ ଯୁଦ୍ଧ ବିମାନ ଯୋଗାଇ ଦେବ ବୋଲି ଫ୍ରାନ୍ସ୍‌ ପକ୍ଷରୁ ପୂର୍ବରୁ କୁହାଯାଇଥିଲା। ତେବେ ସମ୍ପ୍ରତି ଦେଖାଦେଇଥିବା କରୋନା ମହାମାରୀ ଯୋଗୁ ରାଫାଲ ବିମାନ ଯୋଗାଣରେ ବିଳମ୍ବ ହେଉଥିବା ଲେନାଇନ୍‌ କହିଛନ୍ତି। କରୋନା ସଂକ୍ରମଣ ଯୋଗୁ ଫ୍ରାନ୍ସ୍‌ରେ ଲକ୍ଷେ ୪୫ ହଜାରରୁ ଅଧିକ ସଂକ୍ରମିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୨୮ ହଜାର ୩୩୦ ରହିଛି। ସୂଚନାଯୋଗ୍ୟ, ରାଫାଲ୍‌ ଯୁଦ୍ଧ ବିମାନକୁ ସୁରକ୍ଷିତ ଭାବେ ରଖିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଭିତ୍ତିଭୂମି ନିର୍ମାଣ ଲାଗି ୪ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ମହମ୍ମଦ ବିନ୍‌ ଜାୟେଦ ହେଲେ ୟୁଏଇର ନୂଆ ରାଷ୍ଟ୍ରପତି

ଦୁବାଇ,୧୪।୫: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ନୂତନ ରାଷ୍ଟ୍ରପତି ହୋଇଛନ୍ତି ଶେଖ ମହମ୍ମଦ ବିନ ଜାୟେଦ ଅଲ-ନହ୍ୟାନ(୬୧)। ସେ ଦେଶର ତୃତୀୟ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ।...

ଉଇଗୁରୁ ମୁସଲମାନ ପ୍ରସଙ୍ଗ ନେଇ ଚାଇନା-ତୁର୍କୀ ମୁହାଁମୁହିଁ…

ବେଜିଂ/ଇସ୍ତାନବୁଲ,୪।୧ : ଉଇଗୁରୁ ମୁସଲମାନ ପ୍ରସଙ୍ଗରେ ଚାଇନା ଏବଂ ତୁର୍କୀ ପୁଣି ମୁହାଁମୁହିଁ ହୋଇଛନ୍ତି। ଚାଇନା ତୁର୍କୀ ରାଷ୍ଟ୍ରଦୂତଙ୍କୁ ଶିନଝିଆଙ୍ଗ ପ୍ରଦେଶ ପରିଦର୍ଶନ କରିବାକୁ ଅନୁମତି...

ତଳମୁହାଁ କରୋନା ଗ୍ରାଫ୍‌: ୨ବର୍ଷ ପରେ ମୁମ୍ବାଇରେ ୧୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ମୁମ୍ବାଇ,୨୧।୨: ଦେଶରେ ଏବେ ବି କରୋନା ପ୍ରକୋପ ଜାରି ରହିଛି। ହେଲେ ଦୈନିକ ସଂକ୍ରମଣ ପୂର୍ବପେକ୍ଷା ବହୁତ କମ୍‌ ରହିଛି। ଗତ ୨ବର୍ଷ ହେଲାଣି ମହାରାଷ୍ଟ୍ରରେ...

ଜେଲରୁ ମୁକୁଳିଲେ ୨୯୬୩ କଏଦୀ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): ଜେଲ୍‌ ବିଭାଗକୁ ଘାରିଛି କରୋନା ଭୟ। ଏପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାମାଜିକ ଦୂରତ୍ୱ ରକ୍ଷା ଓ ସଂକ୍ରମଣ ଏଡ଼ାଇବା ପାଇଁ ରାଜ୍ୟର ବିଭିନ୍ନ...

ଲକ୍‌ଡାଉନ୍‌ ପାଇଁ ସମସ୍ୟାରେ ବରିଷ୍ଠ ନାଗରିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଏବେ ଏହି ଲକ୍‌ଡାଉନ୍‌ ପାଇଁ ଅଧିକ ସମସ୍ୟା...

ମାର୍ଚ୍ଚ ୧ରୁ ବୟସ୍କଙ୍କୁ କରୋନା ଟିକା

ନୂଆଦିଲ୍ଲୀ,୨୪।୨: କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏହି ଟିକା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ...

କାନାଡାରେ ଶିଖ୍‌ ନେତାଙ୍କୁ ହତ୍ୟା

ଓଟାଓ୍ବା,୧୫।୭: କାନାଡାର ଶିଖ ନେତା ତଥା ପଞ୍ଜାବୀ ମୂଳ ବ୍ୟବସାୟୀ ରିପୁଦାମାନ ସିଂ ମଲିକଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେ ତାଙ୍କ କାରରେ ଯାଉଥିବାବେଳେ...

୧୩ ମହଲା କୋଠାରେ ଅଗ୍ନିକାଣ୍ଡ, ୩୧ ଜୀବନ୍ତ ଦଗ୍ଧ…

ତାଇପେ,୧୪।୧୦: ତାଇଓ୍ବାନର ଦକ୍ଷିଣ ଅଞ୍ଚଳରେ ଗୁରୁବାର ଏକ ୧୩ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୩୧ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୫୫ ଜଣଙ୍କୁ ଉଦ୍ଧାର...

Advertisement
Archives

Model This Week