Posted inଜାତୀୟ

ଭାବି ସ୍ବାମୀଙ୍କୁ ମାତାଲ୍‌ ଅବସ୍ଥାରେ ଦେଖି ବିବାହ କରିବାକୁ ମନା କଲେ କନ୍ୟା

ଲକ୍ଷ୍ନୌ,୧୧।୧୧: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବରଯାତ୍ରୀ ବି ବାଣ ଫୁଟାଇ କନ୍ୟା ଘର ପାଖରେ ପହଞ୍ଚିଥିଲେ। କିନ୍ତୁ କନ୍ୟା ବରକୁ ଦେଖି ବିବାହ କରିବାକୁ ମନା କରିଦେଇଥିଲେ। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ ଲକ୍ଷ୍ମୀପୁରରେ। ଭାବି ସ୍ବାମୀଙ୍କୁ ମାତାଲ୍‌ ଅବସ୍ଥାରେ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି ପୂଜା ନାମକ ଜଣେ ଯୁବତୀ। ସେ କହିଛନ୍ତି ବିବାହ ଦିନ ବରଯାତ୍ରୀ ସହ ମଦ ପିଇ ମାତାଲ ଅବସ୍ଥାରେ ଆସିଥିଲେ ତାଙ୍କ ଭାବି ସ୍ବାମୀ। ତେଣୁ ସେଭଳି ବରକୁ ବିବାହ କରିବାକୁ ରୋକଠୋକ ମନା କରିଦେଇଥିଲି ବୋଲି ପୂଜା କହିଛନ୍ତି। କନ୍ୟାଘର ମଧ୍ୟ ନିଜ ଝିଅକୁ ମଦୁଆ ସହ ବାହା ଦେବାକୁ ରାଜି ହୋଇ ନ ଥିଲେ। ଏହାଦେଖି ବରଯାତ୍ରୀ ଗଣ୍ଡଗୋଳ କରିବା ଆରମ୍ଭ କରିଦେଇଥିଲେ। ବାଧ୍ୟ ହୋଇ କନ୍ୟାଘର ପୋଲିସର ସହାୟତା ନେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷରୁ ବୁଝାସୁଝା କରିବା ପରେ ମାମଲାର ସମାଧାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରୟାନ-୨ରେ ଲାଲବାଗ ରାଜା

ମୁମ୍ବାଇ: ଭାଦ୍ରବ ଶୁକ୍ଳପକ୍ଷରେ ଗଣେଶ ଚତୁର୍ଥୀ ପଡ଼ୁଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ଏନେଇ ପଲ୍ଲୀଠାରୁ ଆରମ୍ଭ କରି ସହର...

ଜାତୀୟ ସଙ୍ଗୀତ ଗାନ କରି ନୂଆବର୍ଷକୁ ସ୍ବାଗତ କଲେ ଜାମିଆ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧।୧: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର ଏକ ନିଆରା ଢ଼ଙ୍ଗରେ ନୂଆବର୍ଷ ପାଳନ କରିଛନ୍ତି। କ୍ୟାମ୍ପସ୍‌ ପରିସରରେ ଛାତ୍ରୀଛାତ୍ର ଏକତ୍ରିତ ହୋଇ ମଙ୍ଗଳବାର ମଧ୍ୟରାତ୍ରରେ...

ଦିଲ୍ଲୀ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩ା୬(ପି.ଟି.): ଦିଲ୍ଲୀ ମେଡିକାଲ ଓ୍ବାର୍ଡଗୁଡ଼ିକର ଦୟନୀୟ ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିଲ୍ଲୀ ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ଦିଲ୍ଲୀ ହସ୍ପିଟାଲରେ କରୋନା ରୋଗୀଙ୍କୁ ପ୍ରାଣୀଙ୍କ...

୯ରେ କର୍‌ତାରପୁର କରିଡର ଉଦ୍‌ଘାଟନ

ଲାହୋର,୨୧ା୧୦(ପି.ଟି.): ବହୁପ୍ରତୀକ୍ଷିତ କର୍‌ତାରପୁର କରିଡର ଉଦ୍‌ଘାଟନ ନଭେମ୍ବର ୯ରେ ହେବ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ରବିବାର ଘୋଷଣା କରିଛନ୍ତି। ଏହି ପ୍ରସ୍ତାବିତ କରିଡର...

ସୋମବାରଠାରୁ କଶ୍ମୀରରେ ଖୋଲିବ ସ୍କୁଲ, ସରକାରୀ କାର୍ଯ୍ୟାଳୟ

ନୂଆଦିଲ୍ଲୀ,୧୬।୮: କଶ୍ମୀରରେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଆସନ୍ତା ସୋମବାର ଅର୍ଥାତ୍‌ ୧୯ ତାରିଖରେ ପୁଣି ଥରେ ଖୋଲିବ ବୋଲି ସୂଚନା ମିଳିଛି। ଜମ୍ମୁ-କଶ୍ମୀରର ପ୍ରଶାସନ...

ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ରାଏବରେଲି,୨୨।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଉତ୍ତର ପ୍ରଦେଶରେ ଅପରାଧ...

ପାକିସ୍ତାନ ଜେଲ୍‌ରେ ଏବେ ବି ୩ ଶହ ୫୫ ଭାରତୀୟ ଧୀବର

ଅମୃତସର,୨୩।୪: ପାକିସ୍ତାନର ବିଭିନ୍ନ ଜେଲ୍‌ରେ ଏବେ ବି ୩ ଶହ ୫୫ ଜଣ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୫ ସାଧାରଣ ନାଗରିକ ରହିଛନ୍ତି। ଅନ୍ୟମାନେ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ପୁଞ୍ଚ୍‌ରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ପୁଞ୍ଚ୍‌ର ଶାହପୁର ଏବଂ କରନି ସେକ୍ଟରରେ ପାକିସ୍ତାନ ମୋର୍ଟାର ଶେଲିଂ ମାଡ଼...


Coronavirus Update

Archives

Model This Week

Why Dharitri