ଭାଟସାହିରେ ଚୋର ଧରିବା ପାଇଁ ବୁଲିଲା ଖଟ: ଗାଁକୁ ୩ ଥର ଯାଇ ଖଟବୁଲାଳିଙ୍କୁ ଧରିପାରିଲାନି ପୋଲିସ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ଦୂର ଭାଟସାହି ଗ୍ରାମରେ ଶୁକ୍ରବାର ଗ୍ରାମବାସୀ ଚୋର ଧରିବା ପାଇଁ ଖଟ ବୁଲାଇଥିଲେ। ଖବର ପାଇ ପୋଲିସ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କୁ ମନା କରି ଫେରି ଆସିବା ପରେ ପୁଣି ଗ୍ରାମରେ ଖଟ ବୁଲାଯାଇଥିଲା। ୩ଥର କରି ପୋଲିସ ଉକ୍ତ ଗ୍ରାମକୁ ଯାଇଥିଲେ ମଧ୍ୟ ଚତୁରତାର ସହ ଖଟବୁଲାଳି ଲୁଚି ଯାଉଥିଲେ। ଦିନତମାମ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା।
ବ୍ଲକ ଭାଟସାହି ଗ୍ରାମର ତୋଟାସାହିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ୨ ସପ୍ତାହ ତଳେ ୨୦ ହଜାର ଟଙ୍କା ଚୋରି ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଏ ନେଇ ଗ୍ରାମ କମିଟିକୁ ଜଣାଇଥିଲେ। ପରେ ଗ୍ରାମରେ ବୈଠକ ବସି ଚୋର ଧରିବା ପାଇଁ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତିରେ ଗ୍ରାମର କୌଣସି ବ୍ୟକ୍ତି ଖଟବୁଲା ଖବର ବାହାରେ କାହାକୁ ନ କହିବା ପାଇଁ ତାଗିଦ୍‌ କରାଯାଇଥିଲା। ଯିଏ ଏ ବିଷୟରେ ବାହାରେ କହିବ ତାଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଶୁକ୍ରବାର ଗ୍ରାମକୁ ଗୁଣିଆ ଆସି ଖଟ ବୁଲାଇବା ପାଇଁ ପୂଜାପାଠ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳକୁ ଯାଇଥିଲା। ପୋଲିସ ଭ୍ୟାନ୍‌ ଦେଖି ଗୁଣିଆ ଜଣଙ୍କ ପଳାଇ ଯାଇଥିଲେ। ଏହା ପରେ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ଗ୍ରାମରେ ଲୋକମାନଙ୍କୁ ଖଟ ନ ବୁଲାଇବା ପାଇଁ କହି ଚାଲି ଆସିଥିଲେ। ପୁନର୍ବାର ଗ୍ରାମରେ ଖଟ ବୁଲିଥିଲା। ଖବର ପାଇ ମଧ୍ୟାହ୍ନ ୧୨ଟାରେ ପୁନର୍ବାର ଟାଉନ ପୋଲିସ ଗ୍ରାମରେ ପହଞ୍ଚତ୍ ଥିଲା। ହେଲେ ସେହି ସମୟରେ ଗ୍ରାମବାସୀ ଖଟ ଛାଡ଼ି ଚାଲି ଯାଇଥିଲେ। ପୋଲିସ ଫେରି ଆସିଥିଲା। ପରେ ଗ୍ରାମବାସୀ ପୁଣି ଖଟ ବୁଲାଇଥିଲେ। ହେଲେ ସୁଫଳ ପାଇ ନ ଥିଲେ। ଖବର ପାଇ ପୋଲିସ ତୃତୀୟ ଥର ଗ୍ରାମରେ ପହଞ୍ଚତ୍ଥିଲେ ମଧ୍ୟ କାହାକୁ ଧରି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri