ନବଜାତ ଶିଶୁ ବିକ୍ରି ସନ୍ଦେହ: ପଚାରିବାରୁ ମାରିଦେବାକୁ ଧମକ ଦେଲେ ମା’

ନୂଆଗାଁ,୨ା୧୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାପ୍ତାପଲୀ ପଞ୍ଚାୟତ ତଥା ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଧୀନ ବେତନଟୀ ଗ୍ରାମର ଜଣେ ବିଧବା ମହିଳା ବାହାଡାଝୋଲା ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ସୁଦ୍ଧା ଖାଲି ହାତରେ ଗ୍ରାମକୁ ଫେରିଥିଲେ। ନବଜାତ ଶିଶୁକୁ ବିକ୍ରି କରିଥିବା ସନ୍ଦେହ କରି ଗ୍ରାମବାସୀ ଏ ବିଷୟରେ ମହିଳାଙ୍କୁ ପଚାରିଥିଲେ। ହେଲେ ମହିଳା ଜଣକ ଏହାର ଉତ୍ତର ଦେବା ପରିବର୍ତ୍ତେ ବୋମା ପକାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ଗ୍ରାମବାସୀ ଶୁକ୍ରବାର ଫାଣ୍ଡି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
ବେତନଟୀ ଗ୍ରାମର ଜଣେ ମହିଳାଙ୍କ ସ୍ବାମୀ ଦୁଇବର୍ଷ ହେଲା ଆରପାରିକୁ ଚାଲି ଯାଇଛନ୍ତି। ବିଧବା ହୋଇ ଏକାକୀ ରହୁଥିବାବେଳେ ସେ ଗର୍ଭବତୀ ହୋଇଥିଲେ। ଗ୍ରାମର ମହିଳାମାନେ ଏହା ଜାଣିପାରି ତାଙ୍କୁ ପଚାରିବାରୁ ସେ ପେଟରେ ଟ୍ୟୁମର ହୋଇଛି ଅପରେସନ ହେବି ବୋଲି କହିଥିଲେ। ଏପରିସ୍ଥଳେ ବିଧବା ମହିଳା ଗତ ୧୯ ତାରିଖ ସକାଳେ ବାହାଡାଝୋଲା ଡାକ୍ତରଖାନାକୁ ଆସି ଆଡମିଶନ ହୋଇଥିଲେ। ଡାକ୍ତରଖାନାର ଡାକ୍ତର ରିତେଶ ବଳିୟାରସିଂ ଓ ନର୍ସ ଗୀତାଞ୍ଜଳି ପତିଙ୍କ ସୂଚନା ଏବଂ ରେଜିଷ୍ଟର ମୁତାବକ ମହିଳା ଜଣକ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଯାହାର ଆଇପିଡି ରେ.ନଂ. ୭୦ ଓ ଓପିଡି ରେ.ନଂ.୧୭୮୦୦। ଖବର ପାଇ ଗ୍ରାମର କିଛି ମହିଳା ଦେଖିବାକୁ ଆସିଥିଲେ ମଧ୍ୟ ସେମାନଙ୍କୁ ଶିଶୁଟିକୁ ଦେଖାଇବା ପାଇଁ ନର୍ସ ପତି ମନା କରିଦେଇଥିଲେ। ପରେ ମହିଳା ଖାଲି ହାତରେ ଗ୍ରାମକୁ ଫେରିଥିଲା ବେଳେ ଗ୍ରାମବାସୀ ଶିଶୁ ବିଷୟରେ ପଚାରିବାରୁ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରି କି ବୋମା ପକାଇ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ବେତନଟୀ ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଶୁକ୍ରବାର ବାହାଡାଝୋଲା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କଠାରୁ ଫାଣ୍ଡି ଅଧିକାରୀ ବୃନ୍ଦାବନ ସାହୁ ଅଭିଯୋଗ ଶୁଣୁଥିବା ବେଳେ ଗ୍ରାମରକ୍ଷୀ ଯୁଧିଷ୍ଠିର ନାୟକ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ । ସେ କହିବା ଅନୁସାରେ ଦୁଇଜଣ ଡାକ୍ତରଖାନା କର୍ମଚାରୀ ଓ ବିଧବା ମହିଳା ମିଶି ମୂଲଚାଲ କରି କନ୍ୟା ସନ୍ତାନକୁ ଛଅ ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି। ବର୍ତ୍ତମାନ ଶିଶୁଟି ଭଲରେ ଅଛି। ଅଭିଯୋଗ ବିଷୟରେ ସେ ଓଡଗାଁ ଆଇଆଇସିଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଫାଣ୍ଡି ଅଧିକାରୀ ସାହୁ। ଶିଶୁ ବିକ୍ରି ବିଷୟରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ଜଣେ ଅଜଣା ବ୍ୟକ୍ତି ପିଲା ଜନ୍ମ କରିଥିବା କଥା ଜାଣିଛି। କିନ୍ତୁ ଶିଶୁ ବିକ୍ରି ବିଷୟରେ ଖବର ପାଇନି। ଏହାର ତଦନ୍ତ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri