ଭାଜପା ଲୋକଙ୍କୁ ବିଭ୍ରାନ୍ତ ନ କରୁ: ବିଜେଡି

ଭୁବନେଶ୍ୱର,୧୫।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛି। ଆରବିଆଇକୁ ବିଶ୍ୱାସ କରି ଏହି ଘଟଣାରେ ରାଜନୀତି କରିବା ଉଚିତ ନୁହେଁ। ବିରୋଧୀ ଦଳ ଓ ସମସ୍ତ ରାଜନୈତିକ ଦଳକୁ ବିଶ୍ୱାସକୁ ନେଇ ବିଧାନସଭା ମାର୍ଚ୍ଚ ୨୯ ତାରିଖ ଯାଏ ମୁଲତବୀ ଘୋଷଣା କରାଯାଇଛି। ଭାଜପା ସଦସ୍ୟମାନେ ଏ ନେଇ ଲୋକଙ୍କୁ ବିଭ୍ରାନ୍ତ ନ କରନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ଶନିବାର ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଯାହା ବି ପ୍ରସଙ୍ଗ ହେଉ ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ବିଧାନସଭାରେ ଆସିଥିବା ମୁଲତବୀ ପ୍ରସ୍ତାବରେ ୟେସ୍‌ ବ୍ୟାଙ୍କ ଘଟଣା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ସେହି ଅନୁଯାୟୀ କେନ୍ଦ୍ର ସରକାର, ଆରବିଆଇ ଗଭର୍ନରଙ୍କୁ ଦାବି ପତ୍ର ଦେବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ସଦସ୍ୟଙ୍କୁ ନେଇ ଗୃହ କମିଟି ଗଠନ କରାଯାଇଛି। ଗୃହ କମିଟି ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନେବ। କରୋନା ମୁକାବିଲା ନେଇ ସରକାର କି ପ୍ରସ୍ତୁତି କରିଛନ୍ତି ସେ ସମ୍ପର୍କରେ ସୂଚନା ଦେଇ ଦାସବର୍ମା କହିଛନ୍ତି ଯେ କରୋନା ଏକ ଅନ୍ତର୍ଜାତୀୟ ବିପର୍ଯ୍ୟୟ ଭାବେ ଦେଖାଦେଇଛି। ଅଧିକାଂଶ ରାଜ୍ୟ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ କେନ୍ଦ୍ର ସରକାର ଗୁରୁତର ସହ ନେଇ ମୁକାବିଲ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଏଥିପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କେନ୍ଦ୍ର ସରକାର କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଏହାକୁ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ରାଜ୍ୟ ଭାଜପା ଶାଖା ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ଭାଜପା ଶାସିତ ରାଜ୍ୟ କିଭଳି ଓଡିଶା ଅନୁରୂପ ପଦକ୍ଷେପ ନେଉଛନ୍ତି ତାହା ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ଦାସବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ ପହଞ୍ଚିଲା

ଭୁବନେଶ୍ୱର,୧୧ା୫(ବ୍ୟୁରୋ) : ରାଜ୍ୟରେ ସୋମବାର ସକାଳେ ପୁଣି ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ରେ...

ପାହାଡ଼ରେ ବସିଲା ଟାୱାର

ଖଇରା,୧୪।୬ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡ଼ର ୧୬.୫ବର୍ଗ କିମି ଅଞ୍ଚଳରେ ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିବାକୁ ଓ ହାତୀ...

ସମବାୟ ସମୀକ୍ଷକ ବର୍ଗର ପଦବୀ ସଂଖ୍ୟା ୧୯ରୁ ୩୯କୁ ବୃଦ୍ଧି

ଭୁବନେଶ୍ବର,୨୩ା୯(ବ୍ୟୁରୋ): ପ୍ରଚଳିତ ନିୟମ ବ୍ୟବସ୍ଥାରେ ଓଡ଼ିଶା ସମୀକ୍ଷକ ବର୍ଗର ଅଧିକାରୀମାନଙ୍କୁ ସମବାୟ ସେବା ବର୍ଗରୁ ନିଯୁକ୍ତି ମିଳୁଥିଲା। ଓଡ଼ିଶା ସମବାୟ ସମୀକ୍ଷକ ବର୍ଗକୁ ଓଡ଼ିଶା ସମବାୟ...

ଅପରାଧ ବିଷୟରେ ପଚାରିଲେ ବିଜେଡି କହୁଛି ରାଜନୀତି କରୁଛୁ: ଧର୍ମେନ୍ଦ୍ର

ଭୁବନେଶ୍ବର, ୧।୪(ବ୍ୟୁରୋ): ଶାସକ ଦଳର ନେତାଙ୍କୁ ଓଡ଼ିଶାର ଅପରାଧ ଓ ଅନ୍ୟାନ୍ୟ ସମସ୍ୟା ନେଇ ଭାଜପା ପକ୍ଷରୁ ପ୍ରଶ୍ନ ପଚାରିଲେ ରାଜନୀତି କରାଯାଉଥିବା ଉତ୍ତର ଆସୁଛି।...

‘ଜୀବନ ଦେବୁ ପଛେ ପରମ୍ପରା ବନ୍ଦ କରାଇ ଦେବୁନି’

ପୁରୀ ଅଫିସ, ୪ା୫:  ଶହ ଶହ ବର୍ଷ ଧରି ଶ୍ରୀକ୍ଷେତ୍ରରେ ପାଳିତ ହୋଇଆସୁଛି ଯମୁନା ଗାଧୁଆ ପରମ୍ପରା। ମାତ୍ର ଏହାକୁ ବନ୍ଦ କରିବା ଲାଗି ପ୍ରଶାସନିକ...

ଶରତ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ୱର,୨୩।୫(ବ୍ୟୁରୋ): ବହୁ ଅପେକ୍ଷାର ଅନ୍ତ ଘଟିଛି। କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା ପିସିସି ସଭାପତି ଭାବେ ସୋମବାର ନିଯୁକ୍ତ କରାଯାଇଛି। ଏ ନେଇ ଏଆଇସିସି...

ହୋଲିରେ ଗଡ଼ିବନି ମୋ ବସ୍‌

ଭୁବନେଶ୍ୱର,୭।୩(ବ୍ୟୁରୋ): ହୋଲିରେ ମୋ ବସ ଚଳାଚଳ ବନ୍ଦ ରହିବ । ବୁଧବାର ପୂର୍ବାହ୍ନରେ ରାଜଧାନୀ ଓ ରାଉରକେଲାରେ ମୋ ବସ୍‌ ଚଳାଚଳ ବନ୍ଦ ରହିବ ।...

ଆଜି ପୁଣି ବନ୍ଦ ରହିଛି ଜଗା ଦର୍ଶନ

ପୁରୀ ଅଫିସ, ୮।୩: ଶ୍ରୀମନ୍ଦିରରେ ଆଜି ପୁଣି ବନ୍ଦ ରହିଛି ଦର୍ଶନ । ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ଦର୍ଶନ ବନ୍ଦ ରହିଛି।...

Advertisement
Archives

Model This Week