ଭାଜପା ପକ୍ଷରୁ ବିନା ରାଶନକାର୍ଡ଼ଧାରୀଙ୍କୁ ସାମଗ୍ରୀ ବଣ୍ଟନ

ବାଲେଶ୍ୱର ଅଫିସ, ୯।୫-କରୋନା ମହାମାରୀର ମୁକାବିଲା ପାଇଁ ସରକାରଙ୍କ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ବିକଳ୍ପ ସାମାଜିକ ଦୂରତ୍ୱ ରକ୍ଷା କରିବା। ସେହି କ୍ରମରେ ଗତ ମାର୍ଚ୍ଚ ୨୩ତାରିଖରୁ କ୍ରମାଗତ ଭାବେ ରାଜ୍ୟ ଲକ୍‌ଡାଉନରେ ରହିଛି। ଲୋକଙ୍କର ଜୀବନଜୀବିକା ପାଇଁ ଉଭୟ ସରକାର ଗରିବଙ୍କୁ ଅନେକ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ସବୁକିଛି ପରେ ମଧ୍ୟ ଅନେକ ଗରିବ ପରିବାର ଏହି ସାହାଯ୍ୟରୁ ବଞ୍ଚତ୍ତ ହେଉଛନ୍ତି। ବିଶେଷ କରି ରାଶନକାର୍ଡ଼ ନ ଥିବା ଲୋକମାନେ ସମସ୍ୟା ମଧ୍ୟରେ ଘାଣ୍ଟି ହେଉଛନ୍ତି। ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହିତ ଆଲୋଚନା କରି ସେହି ବର୍ଗଙ୍କ ପାଇଁ ସହାୟତା ଯୋଜନା କରିଥିଲେ। ଜିଲାସଭାପତି ମହାପାତ୍ରଙ୍କ ନିର୍ଦ୍ଦେଶରେ ଜିଲାର ୮ ନିର୍ବାଚନମଣ୍ଡଳୀ ଓ ଲୋକସଭା ଅନ୍ତର୍ଗତ ବଡ଼ସାହି ନିର୍ବାଚନମଣ୍ଡଳୀକୁ ନେଇ ସମୁଦାୟ ୯ ନିର୍ବାଚନମଣ୍ଡଳୀର ବିନା ରାଶନକାର୍ଡ଼ଧାରୀଙ୍କୁ ଚୟନ କରାଯାଇଥିଲା। ମୋଟ ୧୯ହଜାରରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଭାଜପାର ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କଠାରୁ ତଥ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ସେମାନଙ୍କ ପାଇଁ ରାଶନ ବ୍ୟବସ୍ଥା କରାଇଥିଲେ। ଶନିବାର ସୁଦ୍ଧା ୧୫୦୦୦ରୁ ଉର୍ଦ୍ଧ୍ୱ ପରିବାରକୁ ଏହି ରାଶନ ସାମଗ୍ରୀ ବଣ୍ଟନ ସରିଥିବା ବେଳେ ରବିବାର ସୁଦ୍ଧା ବଣ୍ଟନ କାର୍ଯ୍ୟ ଶେଷ ହେବ ବୋଲି ଜିଲା ସଂଯୋଜକ ଚନ୍ଦ୍ରଶେଖର ନନ୍ଦ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

‘ମୁଖ୍ୟମନ୍ତ୍ରୀ ବସ୍‌’ ଅଟକାଇ ଚାଳକଙ୍କୁ ଠେଙ୍ଗା ଦେଖାଇ ଧମକ: ଭିଡିଓ ଭାଇରାଲ୍‌ ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ (MBS) ଯୋଜନାରେ ଚାଲୁଥିବା ଏକ ସରକାରୀ…

୯ମ ଶ୍ରେଣୀ ଛାତ୍ରୀଙ୍କୁ ବେଙ୍ଗାଲୁରୁ ନେଇ ଅପହରଣ ପରେ ବଳାତ୍କାର: ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି, ୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର କରିବା ଘଟଣାରେ ପୋଲିସକୁ ଏକ ବଡ଼…

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏୟାରବ୍ୟାଗ ଯୋଗୁ ଟଳିଲା…

କେନ୍ଦୁଝର,୧୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଦେଇ ୪୯ ନଂ ଜାତୀୟ ରାଜପଥରେ…

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri