ଭାଜପା ନେତାଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

ଭୁବନେଶ୍ୱର,୯ା୪(ବ୍ୟୁରୋ): କରୋନା ବର୍ତ୍ତମାନ ଭୟଙ୍କର ରୂପ ଧାରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମୟରେ ଭାଜପା ପକ୍ଷରୁ ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ଲିକେଶନକୁ ଲୋକପ୍ରିୟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ବୁଧବାର ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟ ପଦାଧିକାରୀ ଏବଂ କେନ୍ଦ୍ରୀୟ ନେତାମାନଙ୍କ ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ହେବାପରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦିଆଯାଇଛି। ‘ଆରୋଗ୍ୟ ସେତୁ’ ଆପ୍ଲିକେଶନ ମାଧ୍ୟମରେ ସାଧାରଣ ଲୋକମାନେ କରୋନା ଭୂତାଣୁ ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିପାରିବେ। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଆଲୋଚନା ପରେ ସୂଚନା ଦେଇ କହିଛନ୍ତି ଯେ, ଅତ୍ୟାଧୁନିକ ବ୍ଲୁ ଟୁଥ୍‌ ପ୍ରଯୁକ୍ତି, ଆଲଗୋରିଦିମ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗକରି ବ୍ୟବହାରକାରୀଙ୍କ ସଂସ୍ପର୍ଶରେ ଆସୁଥିବା କରୋନା ସଂକ୍ରମିତଙ୍କ ସମ୍ପର୍କରେ ଜାଣିହେବ। ଲୋକେଶନ ଅନ୍‌ କରି ଆପଣ କେଉଁ ସ୍ଥାନରେ ରହିଛନ୍ତି ଏବଂ ସେହି ସ୍ଥାନ କେତେ ମାତ୍ରାରେ ସୁରକ୍ଷିତ ସେ ବିଷୟରେ ଜାଣିହେବ। କରୋନା ବିପଦରୁ କିପରି ସୁରକ୍ଷିତ ରହିହେବ ସେନେଇ ମଧ୍ୟ ଉକ୍ତ ଆପ୍‌ ପରାମର୍ଶ ଦେବ। କରୋନା ସମ୍ପର୍କରେ ଯଦି କିଛି ସନ୍ଦେହ ରହେ ତେବେ ଏହି ଆପ୍‌ ଜରିଆରେ ଜାଣିହେବ ବୋଲି ସମୀର କହିଛନ୍ତି। ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଏହି ଆପ୍‌ ବ୍ୟବହାର କରିବା ସହ ଲୋକମାନଙ୍କୁ ମଧ୍ୟ ଏହାର ବ୍ୟବହାର ପାଇଁ ପ୍ରବର୍ତ୍ତାନ୍ତୁ ବୋଲି ସମୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ପୋଡ଼ି ହତ୍ୟା: ଜେଲ ଗଲେ ସ୍ବାମୀଙ୍କପୁରା ପରିବାର

ରେଢାଖୋଲ,୧୬ା୨: ବୋହୂଙ୍କୁ ନିର୍ଯାତନା ଦେଇ ପୋଡ଼ି ହତ୍ୟା କରିବା ଘଟଣାରେ ରେଢାଖୋଲ ପୋଲିସ ଶାଶୁ, ନଣନ୍ଦ ଓ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

କରୋନା ସମ୍ପର୍କରେ ସଚେତନ କଲା ‘ସ୍ବଚ୍ଛ ଭାରତ ଅଭିଯାନ’

ବାହାନଗା, ୩୧ା୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଆଗେଇ ଆସିଛନ୍ତି। କେତେକ ସଙ୍ଗଠନ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ବେଳେ କେତେକ...

୩ ଦିନ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୭ା୪(ବ୍ୟୁରୋ): ରାଜ୍ୟର ଉପକୂଳ ଓଡ଼ିଶାରେ ତାତିର ପ୍ରକୋପ ହ୍ରାସପାଇଛି। ସମୁଦ୍ର ଆଡୁ ପବନ ବହୁଥିବାରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପାରଦ ୪୦ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଆସନ୍ତା...

ଚାଉଳ, ଗହମ ହେର୍‌ଫେର ମାମଲା: ସରପଞ୍ଚଙ୍କ ଗିରଫ ପ୍ରତିବାଦରେ ଭାଜପାର ଶୋଭାଯାତ୍ରା, ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୧୦ା୩(ଡି.ଏନ.ଏ)- ଚାଉଳ ଓ ଗହମ ହେର୍‌ଫେର ମାମଲାରେ ପୋଲିସ ଭଞ୍ଜନଗର ବ୍ଲକ ମୁଜାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କୁ ରବିବାର ଗିରଫ କରି କୋର୍ଟଚାଲାଣ କରିଥିଲା। ଏହାର...

ସରିଲା ମାଟ୍ରିକ ପରୀକ୍ଷା, ୧୮ରୁ ଆରମ୍ଭ ଖାତାଦେଖା

ଭୁବନେଶ୍ୱର,୨।୩(ବ୍ୟୁରୋ): ଚଳିତମାସ ୧୮ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମୋଟ ୬୧ଟି କେନ୍ଦ୍ରରେ ୧୫ ହଜାର ଶିକ୍ଷୟିତ୍ରୀ/ଶିକ୍ଷକ ଏହି ଖାତା ମୂଲ୍ୟାୟନ...

ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ଅଭିଯୋଗ, ପୁରୀଘାଟ ଥାନାରେ ଅନୁଭବଙ୍କ ନାମରେ ଏତଲା ଦେଲେ ମଞ୍ଜିତ

କଟକ ଅଫିସ,୨୨।୧୦: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଏବଂ ଛାତ୍ର ବିଜେଡି ଉପସଭାପତି ମଞ୍ଜିତ ଦାସଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ପୁଣି ଥରେ ଚର୍ଚ୍ଚାକୁ...

ରାଜ୍ୟରୁ ୨୦ ପଜିଟିଭ୍‌ ଚିହ୍ନଟ, ୧୨,୮୮,୫୯୬ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୫୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ପୁରୀରେ କାଉ ମଡ଼କ: ବାର୍ଡ ଫ୍ଲୁ ସନ୍ଦେହ

ପୁରୀ ଅଫିସ,୧୫।୨ : ପୁରୀ ସହରରେ କାଉ ମଡ଼କ ଦେଖା ଦେଇଛି। ବାର୍ଡ ଫ୍ଲୁ ଯୋଗୁ କାଉଙ୍କ ମୃତ୍ୟୁ ହେଉଥିବା ସନ୍ଦେହ କରି ସହରବାସୀ ମଧ୍ୟ...

Advertisement
Archives

Model This Week