Posted inଜାତୀୟ

ଭାଜପା ନେତାଙ୍କ ଘରେ କଂଗ୍ରେସ ବିଧାୟକ: କର୍ନାଟକ ରାଜନୀତିରେ ହଲ୍‌ଚଲ୍‌

ବେଙ୍ଗାଲୁରୁ, ୨୬।୫: ପୁଣି ଥରେ କର୍ନାଟକ ରାଜନୀତି ସରଗରମ ହୋଇଛି। କଂଗ୍ରେସର ଦୁଇ ବିଧାୟକ ଭାଜପା ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ଏମ କ୍ରିଷ୍ଣାଙ୍କୁ ରବିବାର ତାଙ୍କ ବାସଭବନରେ ଭେଟିବା ପରେ କର୍ନାଟକ ରାଜନୀତି ହଲ୍‌ଚଲ୍‌ ହୋଇଯାଇଛି। ତେବେ ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିଲା ବୋଲି ଉକ୍ତ ଦୁଇ କଂଗ୍ରେସ ବିଧାୟକ କହିଛନ୍ତି।
ସୂଚନାଯୋଗ୍ୟ, କଂଗ୍ରେସ ବିଧାୟକ ରମେଶ ଜାରକିହୋଲି ଏବଂ ଡ. ସୁଧାକର ରବିବାର ସକାଳେ ଏସଏସ କୃଷ୍ଣଙ୍କୁ ତାଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନରେ ସାକ୍ଷାତ କରିଥିଲେ। କ୍ରିଷ୍ଣାଙ୍କ ଘରେ ଭାଜପା ନେତା ଆର. ଅଶୋକ ଏବଂ ଭାଜପା ବିଧାୟକ ଦଳ ନେତା ବିଏସ ୟେଦ୍ୟୁରପା ମଧ୍ୟ ଉପସ୍ଥିତ ଥିଲେ। ସାକ୍ଷାତ ପରେ ଜରକିହୋଲି କହିଛନ୍ତି, ଏହା କୌଣସି ରାଜନୈତିକ ସାକ୍ଷାତକାର ନଥିଲା। କର୍ଣ୍ଣାଟକରେ ୨୫ ଲୋକ ସଭା ଆସନରେ ବିଜେପି ବିଜୟୀ ହୋଇଥିବାରୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଥିଲି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତାକର ଥିଲା। ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ଶାସନ ଭାର ସମ୍ଭାଳି ଥିଲା ଜେଡିଏସ ଓ କଂଗ୍ରେସ ମେଣ୍ଟରେ କିଛି ଅସନ୍ତୁଷ୍ଟ ଅଛନ୍ତି। ଏମାନେ କଂଗ୍ରେସ ଛାଡି ଭାଜପା ଯିବା ଚକ୍କରରେ ଅଛନ୍ତି ବୋଲି ଜଣାପଡିଛି। ଗତବର୍ଷ ମେ ମାସରେ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭାଜପା ଅଧିକ ଆସନ ଜିତିଥିଲା। ହେଲେ ମ୍ୟାଜିକ ନମ୍ବର ଛୁଇଁ ପାରିନଥିଲା। ଏହାପରେ ଜେଡିଏସ ଓ କଂଗ୍ରେସ ମେଣ୍ଚ କରି ସରକାର ଗଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଲେଣି ଆଉ ଜଣେ ରାନୁ ମଣ୍ଡଳ

ନୂଆଦିଲ୍ଲୀ,୨୫।୧୧: ପଶ୍ଚିମବଙ୍ଗ ରାଣାଘାଟ ରେଲଓ୍ବେ ଷ୍ଟେଶନରେ ଗୀତଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭାଇରାଲ ଭିଡିଓ ତାଙ୍କୁ ରାତାରାତି ସେଲିବ୍ରିଟି କରି ଦେଇଥିଲା। ତାଙ୍କ...

ପରମବୀର ହ୍ବିସିଲବ୍ଲୋୟର ନୁହନ୍ତି

ନୂଆଦିଲ୍ଲୀ, ୬।୧୨(ପି.ଟି.): ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଆଇନ ଅନୁଯାୟୀ ହ୍ବିସିଲ୍‌ବ୍ଲୋୟର ବିବେଚନା କରାଯାଇପାରିବ ନାହିଁ। କାରଣ ତାଙ୍କର ବଦଳି ହେବା ପରେ...

୨୨ ବର୍ଷ ପରେ ଘର ବାହୁଡ଼ିବେ ଭଗବାନ ମହାଦେବ…

ଜୟପୁର, ୩୦।୭: ରାଜସ୍ଥାନରେ ୨୨ ବର୍ଷ ପରେ ଭଗବାନ ମହାଦେବ ଘରକୁ ବାହୁଡ଼ିବେ। ୧୯୯୮ରେ ରାଜ୍ୟର ଚିତୋରଗଡ଼ସ୍ଥିତ ବରୋଲିର ଘାଟଶ୍ୱର ମନ୍ଦିରରୁ ମହାଦେବଙ୍କ ନବମ ଶତାବ୍ଦୀର...

ଆକାଶ ମାର୍ଗରୁ ବୁଲ୍‌ବୁଲ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ମମତା

କୋଲକାତା,୧୧।୧୧: ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ପଶ୍ଚିମବଙ୍ଗର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକ ବାସଶୂନ୍ୟ ହୋଇପଡିଛନ୍ତି।...

୨୪ ଘଣ୍ଟାରେ ମୋଦିଙ୍କ ଫଟୋରେ ୧ ନିୟୁତ ଲାଇକ୍‌

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ଗସ୍ତର ଏକ ଫଟୋକୁ ଫେସବୁକରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ମିଳିଛି ୧ ନିୟୁତ ଲାଇକ୍‌। ସ୍ବାଧିନତା ସଂଗ୍ରାମୀ...

ମାୟାବତୀଙ୍କ ପାଦ ଛୁଇଁଲେ ଡିମ୍ପଲ୍‌

ଲକ୍ଷ୍ନୌ, ୨୬।୪: ବହୁଜନ ସମାଜବାଦୀ ପାଟର୍ର୍ି(ବିଏସପି) ନେତ୍ରୀ ମାୟାବତୀଙ୍କ ପାଦ ଛୁଇଁଛନ୍ତି ସମାଜବାଦୀ ପାର୍ଟି(ଏସପି)ନେତା ଅଖିଳେଶ ଯାଦବଙ୍କ ସ୍ତ୍ରୀ ଡିମ୍ପଲ। କନୌଜରେ ଆୟୋଜିତ ଏକ ନିର୍ବାଚନ...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୮ ।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି ମୋଦି ସରକାର...

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଶଶି ଥରୁର, ମଲିକାର୍ଜୁନ ଖଡଗେ, କେ.ଏନ୍ ତ୍ରିପାଠୀ

ନୂଆଦିଲ୍ଲୀ,;୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଏହି ରେସ୍‌ରେ ହଠାତ୍ କେତେଜଣ ନୂଆ ଚେହେରାଙ୍କୁ ଦେଖିବାକୁ...

Advertisement
Archives

Model This Week