ଭାଜପାର ବିଜୟ ସଂକଳ୍ପ ସଭା

ଢେଙ୍କିକୋଟ, ୨୦ା୪(ଡି.ଏନ.ଏ.): ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମ ପଡ଼ିଆରେ ଶୁକ୍ରବାର ୪ଟା ବେଳେ ଭାଜପାର ଏକ ବିଜୟ ସଂକଳ୍ପ ସଭା ହୋଇଥିଲା। ଏହି ସଭାରେ ଘସିପୁରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ପୃଥ୍ବୀରାଜ କୁଅର ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ,  ନାରୀ ନେତ୍ରୀ ମମତା ସିଂ, ଅଭିନେତ୍ରୀ ତଥା ଭାଜପା ସଦସ୍ୟା ଅନୁଚୌଧୁରୀ ଏବଂ ହାସ୍ୟ ଅଭିନେତା ହରିହର ମହାପାତ୍ର ଯୋଗ ଦେଇଥିଲେ। ହେଲିକ୍ୟାପଟର ଯୋଗେ ଆସି ଉପସ୍ଥିତ ଜନସାଧାରଣଙ୍କୁ କେନ୍ଦ୍ର ଏବଂ ରାଜ୍ୟରେ ପୁନର୍ବାର ପଦ୍ମଫୁଲ ଚିହ୍ନରେ ଭୋଟ୍‌ ଦେବାକୁ ଲୋକଙ୍କୁ କହିଥିଲେ। ଘସିପୁରା  ନିର୍ବାଚନ ମଣ୍ଡଳୀର ଏକଛତ୍ରବାଦ, ଗୁଣ୍ଡା ଶାସନକୁ ବଦଳାଇବା ପାଇଁ କହିଥିଲେ। କେନ୍ଦୁଜର ଜିଲା ଉପସଭାପତି ଅଖିଳ ଚନ୍ଦ୍ର ପାତ୍ର ମଞ୍ଚ ପରିଚାଳନା କରିଥିଲେ। ଜିଲା ସାଧାରଣ ଯୁବମୋର୍ଚ୍ଚା ସମ୍ପାଦକ ଜିତେନ୍ଦ୍ର ପଲେଇ ଉପସ୍ଥିତ ଥିଲେ। ଢେଙ୍କିକୋଟ ମଣ୍ଡଳ ସଭାପତି ଇନ୍ଦ୍ରମଣି ମହାନ୍ତ ସଭା ଆୟୋଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଁା ଖଁା ପ୍ରାଣୀ ଚିକିତ୍ସାଳୟ

ଖଇରା,୬।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଖଇରା ବ୍ଲକର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ୬ମାସ ହେଲା ଡାକ୍ତରଶୂନ୍ୟ। ଏଠାରେ ୪ଟି ପଦବୀ ଥିବା ବେଳେ ଜଣକ ପରେ ଜଣେ...

ଶବଦାହ କରିବାକୁ ଯାଇ ପାଲଟିଗଲେ ଶବ

ରୂପସା, ୨୭।୩(ଡି.ଏନ.ଏ.):ଶବଦାହ କରିବାକୁ ଯାଇଥିବା ଜଣେ ଯୁବକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସଦର ବ୍ଲକ ରୂପସା ଥାନା...

ପୁଅ ବାହାଘର ଦେଖିପାରିଲେନି ବାପା, ନିମନ୍ତ୍ରଣ ପତ୍ର ବାଣ୍ଟିବାକୁ ଯାଇଥିବା ବେଳେ ଟ୍ୟାଙ୍କର୍‌ ଚକା ତଳେ ପଡ଼ି ଜୀବନ ଗଲା

ବାଲେଶ୍ୱର ଅଫିସ, ୯।୨- ପୁଅ ବାହାଘରକୁ ଦିନ କେଇଟା ଥିବା ବେଳେ ଦେଖିପାରିଲେନି ବାପା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ଏକ ଘଟଣା...

୫ବର୍ଷର ଶିଶୁକୁ ଛାଡି ମହିଳା ଫେରାର: ୨ ମାସ ପରେ ଉଦ୍ଧାର କଲା ଚାଇଲ୍ଡଲାଇନ

ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମରୁ ଏକ ୫ବର୍ଷର ଶିଶୁକୁ ଜିଲା ଚାଇଲ୍ଡ ଲାଇନ୍‌ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର...

ସୁବର୍ଣ୍ଣରେଖା ବନ୍ଦର ବିବାଦ: ସର୍ଭେ ଟିମ୍‌ର ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାଲିଆପାଳ, ୫।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଦକ୍ଷିଣା ବାଲିଆପାଳର ସମୁଦ୍ର ଉପକୂଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ବିବାଦ ଥମିବାର ନାଁ ଧରୁନି। ଗ୍ରାମବାସୀ ସଜାଗ୍ର...

ଭିଏଲ-ଏସଆରଏସଏଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ/ବାଲେଶ୍ୱର(ବ୍ୟୁରୋ), ୨୩।୮ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ନୌସେନା ମଙ୍ଗଳବାର ଭର୍ଟିକାଲ ଶର୍ଟ ରେଞ୍ଜ ସର୍ଫେସ ଟୁ ଏୟାର...

ରାସ୍ତାରୁ ବାଡ଼ ହଟାଇଲେ ତହସିଲଦାର

ଖଇରା,୧୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲାର ଖଇରା ଓ ସିମୁଳିଆ ୨ ବ୍ଲକକୁ ସଂଯୋଗ କରୁଥିବା ତୁଡିଗଡିଆ-ଆନନ୍ଦପୁର ଭାୟା ମାଖନପୁର ରାସ୍ତାକୁ ମେଦିନପୁର ଗ୍ରାମ ନିକଟ ଦେଇ ଯାଇଥିବା...

ଦବିଲା ଇଂରେଜ ଅମଳର ପୋଲ

ବାଲିଆପାଳ, ୨୯ା୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବାଲିଆପାଳ-ବସ୍ତାର ଘଣ୍ଟିଆଡି ନିକଟରେ ଥିବା ଏକ ପୋଲ ମଙ୍ଗଳବାର ସକାଳେ ଦବିଯାଇ ଭାଙ୍ଗିଯାଇଛି। ସେଠାରେ ପ୍ରାୟ...

Advertisement
Archives

Model This Week