Posted inଜାତୀୟ

ଭାଜପାକୁ କେତେ ଦେଇଛନ୍ତି ଆଦାନୀ

ନୂଆଦିଲ୍ଲୀ,୮ା୨: ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଭାଜପାକୁ କେତେ ଟଙ୍କା ଦେଇଛି ବୋଲି ଲୋକ ସଭାରେ କଂଗ୍ରେସ ସଦସ୍ୟ ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ଆଦାନୀ ଗ୍ରୁପ୍‌ ବିରୋଧରେ ନ୍ୟୁୟର୍କର ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଷ୍ଟକ୍ସ ହେରଫେର୍‌ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ ପରେ ଜାତୀୟ ରାଜନୀତି ସରଗରମ ହୋଇଥିବାବେଳେ ପାର୍ଲାମେଣ୍ଟରେ ରାହୁଲଙ୍କ ପ୍ରଶ୍ନବାଣ ଭାଜପାକୁ ଅଡ଼ୁଆରେ ପକାଇଦେଇଛି।
ମଙ୍ଗଳବାର ଥିଲା ପାର୍ଲାମେଣ୍ଟ ବଜେଟ ଅଧିବେଶନର ଷଷ୍ଠ ଦିନ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ଚାଲିଥିଲା। ଅନ୍ୟ ୫ ଦିନ ପରି ବିରୋଧୀ ସଦସ୍ୟମାନେ ଆଦାନୀ ଗ୍ରୁପ୍‌ ଓ କେନ୍ଦ୍ର ସରକାରଙ୍କ ବିପକ୍ଷରେ ସ୍ଲୋଗାନ ଦେଇ ବିକ୍ଷୋଭ କରୁଥିଲେ। ଆମେରିକୀୟ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିପୋର୍ଟ ଉପରେ ଆଦାନୀ ଗ୍ରୁପ୍‌ ବିରୋଧରେ ଯୁଗ୍ମ ସଂସଦୀୟ
କମିଟି (ଜେପିସି) କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରୁଥିଲେ। ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀଙ୍କ କହିବା ପାଳି ଆସିଲା। ବିତର୍କରେ ଭାଗନେଇ ରାହୁଲ କହିଲେ, ୨୦୧୪ରେ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାର ୬୦୯ ନମ୍ବରରେ ଆଦାନୀ ଥିଲେ। ଏବେ ସେ ମ୍ୟାଜିକ୍‌ ବଳରେ ଦ୍ୱିତୀୟ ଧନୀ। ଆଦାନୀ ଭାଇବ୍ରେଣ୍ଟ ଗୁଜରାଟର ମେରୁଦଣ୍ଡ ଥିଲେ। ବିମାନବନ୍ଦର ପରିଚଳାନା ଅଭିଜ୍ଞତା ଥିବା ଗୋଟିଏ କମ୍ପାନୀ/ବ୍ୟକ୍ତିଙ୍କୁ କେବଳ ଗୋଟିଏ ଏୟାରପୋର୍ଟ ବିକଶିତ କରିବାକୁ ଦିଆଯିବା ନେଇ ପୂର୍ବରୁ ନିୟମ ଥିଲା। କିନ୍ତୁ ମୋଦି ସରକାର ଆଦାନୀଙ୍କୁ ୬ ଏୟାରପୋର୍ଟ ଅଧିଗ୍ରହଣ ପାଇଁ ନିୟମ ବଦଳାଇଦେଇଛନ୍ତି। ରାହୁଲଙ୍କ ଏହି ଅଭିଯୋଗକୁ ଶାସକ ଦଳର ଏମ୍‌ପିମାନେ ବିରୋଧ କରିବା ସହ ପ୍ରମାଣ ମାଗିଥିଲେ।
ରାହୁଲ ଏହାର ପ୍ରମାଣ ସ୍ବରୂପ ଏକ ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୌତମ ଆଦାନୀ ଏକାଠି ଥିବା ଫଟୋ ଦେଖାଇଥିଲେ। ଏହି ଦୁଇଜଣ କେତେ ଥର ଏକାଠି ବିମାନ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ବିଦେଶରେ ଅବତରଣ କରିବା ପରେ ଆଦାନୀ କେତେଥର ସେଠାରେ ପହଞ୍ଚତ୍ଥିଲେ। ମୋଦିଙ୍କ ବିଦେଶ ଗସ୍ତ ପରେ ଆଦାନୀଙ୍କୁ କେତୋଟି କଣ୍ଟ୍ରାକ୍ଟ ପାଇଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ବୁଧବାର ପାର୍ଲାମେଣ୍ଟରେ ବକ୍ତବ୍ୟ ରଖିବାବେଳେ ଏହାର ଉତ୍ତର ଦିଅନ୍ତୁ।
ଆଦାନୀଙ୍କ ସମ୍ପତ୍ତି ୨୦୧୪ରେ ୮ ବିଲିୟନ୍‌ ଡଲାର ଥିଲା। ୨୦୨୨ରେ ଏହା ୧୪୦ ବିଲିୟନ୍‌ ଡଲାରକୁ କିପରି ଛୁଇଁଛି। ଏହି ସଫଳତାର ସୂତ୍ର କ’ଣ ବୋଲି ‘ଭାରତ ଯୋଡ଼ୋ ଯାତ୍ରା’ ବେଳେ ଯୁବପିଢ଼ି ମୋତେ ପ୍ରଶ୍ନ କରିଥିଲେ। ତାମିଲନାଡୁରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ କେବଳ ଗୋଟିଏ ନାମ ଶୁଣିବାକୁ ପାଇଛି। ତାହା ହେଉଛି ଆଦାନୀ। ଗତ ୨୦ ବର୍ଷରେ ଆଦାନୀ ଭାଜପାକୁ କେତେ ଟଙ୍କା ଦେଇଛନ୍ତି। ରାଜନୀତି ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଓ ରାଜନୀତି ମଧ୍ୟରେ ଥିବା ସମ୍ପର୍କକୁ ନେଇ ହାଭାର୍ଡ ୟୁନିଭର୍ସିଟି ଅଧ୍ୟୟନ କରିବା ଉଚିତ। ଏହା ଏକ ବଡ଼ କେସ୍‌ଷ୍ଟଡି ହେବ ଏବଂ ଆମ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇବା ଉଚିତ ବୋଲି ରାହୁଲ ଟାର୍ଗେଟ କରିଛନ୍ତି। ସେହିପରି ସେନାରେ ଠିକା ନିଯୁକ୍ତି ‘ଅଗ୍ନିପଥ’ ଯୋଜନା ସମ୍ପର୍କରେ ମଧ୍ୟ ରାହୁଲ ସମାଲୋଚନା କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ମୁଣ୍ଡରୁ ଏହି ସ୍କିମ୍‌ ବାହାରିଥିବା ନେଇ ଜଣେ ସେନା ଅଧିକାରୀ ତାଙ୍କୁ ଅବଗତ କରାଇଥିବା ରାହୁଲ ପାର୍ଲାମେଣ୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

ମଝି ଆକାଶରେ ଅଟକିଗଲା ଶହଶହ ଯାତ୍ରୀଙ୍କ ଜୀବନ, ଟେକ୍‌ ଅଫ୍‌ର କିଛି ମିନିଟ୍‌ ଘଟିଲା ଏମିତି…

ନୂଆଦିଲ୍ଲୀ,୨୨।୧୨: ସୋମବାର ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦିଲ୍ଲୀ ଫେରିବାକୁ ବାଧ୍ୟ ହୋଇଥିଲା।...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri