ଭାଉଜଙ୍କୁ କଟୁରିରେ ହାଣି ହତ୍ୟା

ଢେଙ୍କାନାଳ ଅଫିସ, ୬।୫ – ସାମାନ୍ୟ ବଚସାକୁ କେନ୍ଦ୍ରକରି ନିର୍ମମ ହତ୍ୟା। ଦିଅରଙ୍କ କଟୁରି ଚୋଟରେ ପ୍ରାଣ ହରାଇଛନ୍ତି ଭାଉଜ। ଢେଙ୍କାନାଳ ସଦର ଥାନା ଖୁଣ୍ଟଝରି ଗ୍ରାମରେ ମଙ୍ଗଳବାର ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି ସଞ୍ଜୟ ବେହେରାଙ୍କ ସ୍ତ୍ରୀ ତୁଳସୀ (୪୫)। ଅଭିଯୁକ୍ତ ଦିଅର ତଥା ସଞ୍ଜୟଙ୍କ ସାନଭାଇ ସୁରେଶ ବେହେରା (୩୦)ଙ୍କୁ ପୋଲିସ ଗିରଫ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳେ ସଞ୍ଜୟ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ସୁରେଶ ଏବଂ ତୁଳସୀଙ୍କ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୁରେଶ ଏକ କଟୁରିରେ ତୁଳସୀଙ୍କ ବେକକୁ ଚୋଟ ମାରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସବୁଠାରୁ ବଡ଼କଥା, ଏହି ହତ୍ୟାକାଣ୍ଡର ମୂକସାକ୍ଷୀ ପାଲଟିଥିଲେ ତୁଳସୀଙ୍କ ନାବାଳକ ପୁଅ।
ସୂଚନା ପାଇ ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଥାନାଧିକାରୀ ସନ୍ଧ୍ୟାରାଣୀ ବେଉରିଆ ସଦଳବଳ ପହଞ୍ଚତ୍ ଅଭିଯୁକ୍ତ ସୁରେଶଙ୍କୁ ଗିରଫ କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ କଟୁରିକୁ ପୋଲିସ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏ ନେଇ ନଂ. ୧୬୭/୨୦, ଦଫା ୩୦୨ରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦଦୋକାନ ଭଙ୍ଗାରୁଜା ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୯।୯: ଗଞ୍ଜାମ ଜିଲା ସ୍ଥାନୀୟ ପିଭିଏନ୍‌ ପେଟ୍ରୋଲ ପମ୍ପ ଛକରେ ଥିବା ବିୟର ପାର୍ଲର ଭଙ୍ଗାରୁଜା ଘଟଣାରେ ଟାଉନ ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ...

ସଚିବଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

ଜୟପୁର,୪ା୫(ନି.ପ୍ର.): କୋରାପୁଟ ଜିଲା ଜୟପୁରସ୍ଥିତ କୋଭିଡ୍‌ ହସ୍ପିିଟାଲ ପରିଦର୍ଶନ କରିଛନ୍ତି ସଚିବ ଭି. ଭି ଯାଦବ। ସଚିବ ଯାଦବ ହସ୍ପିିଟାଲରେ ପହଞ୍ଚି ଉପସ୍ଥିତ ଜିଲାସ୍ତରୀୟ ଅଧିକାରୀଙ୍କ...

ଭୋଟରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ବାଣ୍ଟୁଥିଲା ବିଜେଡି: ଅଭିଯୋଗ ଆଣିଲା ଭାଜପା

ପାଟଣା,୨୪ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ୨୯ ନମ୍ବର ଜୋନ୍‌ ତେଣ୍ଡେରା ପଞ୍ଚାୟତ ଭାଣ୍ଡାରୀ ବିଲା ଓ ଖିଲାରୀ ପାଟ ଗାଁରେ ବୁଧବାର ରାତିରୁ ବଡ଼ବିଲରୁ...

ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟଣା: ବାଳକଙ୍କ ମୃତ୍ୟୁ, ଗୁରୁତରଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି

ଓଡଗାଁ,୨।୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ହାଡାଝୋଳା ଢିପିସାହିରେ ୨୫ ତାରିଖ ରାତିରେ ଗ୍ୟାସଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ରବିବାର ଅଗ୍ନିକାଣ୍ଡ...

ଶରଧାପୁରରେ ପଶିଲା ପିଟିସି ଗୁଳି

ଅନୁଗୋଳ ଅଫିସ,୨୬।୨: ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି)ର ଫାୟାରିଂ ରେଞ୍ଜରେ କ୍ୟାଡେଟ୍‌ମାନେ ଶନିବାର ବନ୍ଧୁକ ଚାଳନା ଅଭ୍ୟାସ ବେଳେ ଘଟିଛି ଅଘଟଣ। ନିକଟରେ ଥିବା...

ଫିକା ପଡ଼ିଲା ସବୁ ପର୍ବ: ଦଶହରା ଭଳି କଟକଣାରେ ହେବ କାଳି ପୂଜା

କଟକ ଅଫିସ, ୯।୧୧: କରୋନା ପାଇଁ ଚଳିତ ବର୍ଷ ପ୍ରାୟ ସବୁ ପୂଜା ପର୍ବ ଫିକା ପଡ଼ିଛି। ଦଶହରାରେ ଯେଉଁପରି କଟକଣା ଲାଗୁ ହୋଇଥିଲା କାଳି...

ଚାନ୍ଦିପୁରରୁ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌, ୧୭।୧୨: ବାଲେଶ୍ୱର ଜିଲା ଚାନ୍ଦିପୁର ଘାଟିରୁ ମଙ୍ଗଳବାର ସକାଳେ ‘ବ୍ରହ୍ମୋସ’ ମିଶାଇଲ୍‌ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮.୪୫ରେ ଚାନ୍ଦିପୁରର ୩ ନମ୍ବର...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମଲାଙ୍କ ଧାରଣା: ସରକାରୀ କାର୍ଯ୍ୟ ଠପ୍‌

କୋରାପୁଟ,୧।୬(ସ୍ବ.ପ୍ର): ଯୋଗ୍ୟତା ଭିତ୍ତିରେ ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ ଦାବିରେ ଗୁରବାର କୋରାପୁଟ ମିଳିତ ଅମଲାମଞ୍ଚ ପକ୍ଷରୁ ଶୋଭାଯାତ୍ରା ସହ ଜିଲାପାଳଙ୍କ କାର୍ଯ୍ୟାଳୟ...

Advertisement
Archives

Model This Week