‘ଭାଇରସ୍‌ ସହ ରହିବା ଶିଖିବାକୁ ପଡ଼ିବ’

ନୂଆଦିଲ୍ଲୀ,୯ା୫(ଆଇଏଏନ୍‌ଏସ୍‌): ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ ଛୁଇଁବା ପରେ ଆମକୁ କରୋନା ଭାଇରସ୍‌ ସହ ରହିବା ଶିଖିବାକୁ ପଡ଼ିବ ଏବଂ ଏହା ଏକ ସହଜ ଯୁଦ୍ଧ ନୁହେଁ ବୋଲି ଶୁକ୍ରବାର କେନ୍ଦ୍ର ସରକାର ମାନିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, କରୋନା ବିରୋଧରେ ଚାଲିଥିବା ଲଢ଼େଇ ଏକ କଠିନ ଯୁଦ୍ଧ। ଏଥିରେ ବିଜୟୀ ହେବାକୁ ହେଲେ ସମସ୍ତଙ୍କ ସହଯୋଗ ଜରୁରୀ। ତେବେ ଆମକୁ ଏହି ଘାତକ ଭୂତାଣୁ ସହ ରହିବା ପାଇଁ ଶିଖିବାକୁ ପଡ଼ିବ। ଏହାସହ ସାମାଜିକ ଦୂରତ୍ୱ ଅଭ୍ୟାସକୁ କାର୍ଯ୍ୟକାରୀ କରିବାରେ କେତେକ ବ୍ୟବହାରିକ ପରିବର୍ତ୍ତନ ମଧ୍ୟ ଦରକାର। ବିଗତ ୨୪ ଘଣ୍ଟା ମଧ୍ୟରେ ୩,୯୯୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ କରୋନା ୧୦୩ ଜଣଙ୍କ ଜୀବନ ନେଇଛି। ଏହି ପରିପ୍ରେକ୍ଷୀରେ ସେ ଉପରୋକ୍ତ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋତି, କୁର୍ତ୍ତା ପିନ୍ଧି ଅଯୋଧ୍ୟା ଅଭିମୁଖେ ମୋଦି

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ଭୁମି ପୂଜନର ମୂଳଦୁଆ ପକାଇବେ। ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ବାହାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୪ ଜୀବନ, ୮ ଗୁରୁତର

ଲକ୍ଷ୍ନୌ,୯।୧: ୟୁପିର ଉନ୍ନାଓ ଜିଲାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି।...

ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୫୦କୁ ବୃଦ୍ଧି

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଲକ୍‌ଡାଉନ୍‌ରୁ ବଢ଼ିଛି ଘରୋଇ ହିଂସା: ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରିବାକୁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ମାର୍ଚ୍ଚ ୨୧ରୁ ରାଜ୍ୟରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଲୋକମାନେ ନିଜ ନିଜ ଘରେ ରହିଛନ୍ତି। ଘରେ ରହିବା ଯୋଗୁ ପାରିବାରିକ...

ଝୁଲୁଛି ପିଲାଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮ା୬: ମହାମାରୀ କରୋନା ଆସିବା ପରଠାରୁ ଦୀର୍ଘ ୧୫ ମାସ ଧରି ଦେଶର ସ୍କୁଲଗୁଡ଼ିକରେ ତାଲା ଝୁଲୁଛି। ସଂକ୍ରମଣ ଭୟ ଥିବାରୁ ପିଲାଙ୍କ ପାଠପଢ଼ାରେ ଏକପ୍ରକାର...

ପୁରୀରୁ ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଲା

ପୁରୀ ଅଫିସ,୪ା୬: ପୁରୀ ଜିଲାରୁ ଗୁରୁବାର ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଛି।...

ଆଦାନୀ ପ୍ରସଙ୍ଗରେ ସଂସଦ ଭବନରେ ପ୍ରଦର୍ଶନ କଲେ ବିରୋଧୀ ଦଳ…

ନୂଆଦିଲ୍ଲୀ,୬।୨ : ଆଦାନୀ ପ୍ରସଙ୍ଗରେ ସଂସଦ ଭବନରେ ବିରୋଧୀ ଦଳ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ, ଡିଏମକେ, ଏନସିପି, ବିଆରଏସ, ଜେଡିୟୁ, ଏସପି, ସିପିଏମ, ସିପିଆଇ, କେରଳ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଭାରତୀୟ ସେନାଙ୍କ ସର୍ଚ୍ଚ ଅପରେଶନରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି।...

Advertisement
Archives

Model This Week