Posted inଖେଳ

ଭର୍ଷ୍ଟାପେନଙ୍କୁ ବ୍ରାଜିଲିଆନ ଗ୍ରଁ। ପ୍ରି ଟାଇଟଲ

ସାଓ ପାଉଲୋ, ୧୯।୧୧ (ଏଏଫ୍‌ପି)- ରେଡ୍‌ ବୁଲ୍ସ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ ଏଠାରେ ଅନୁଷ୍ଠିତ ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍‌ ରେସ୍‌ରେ ଚାମ୍ପିୟନ ହୋଇଛନ୍ତି। ଭର୍ଷ୍ଟାପେନଙ୍କ କ୍ୟାରିୟରରେ ଏହା ମୋଟ୍‌ ୮ମ ଫର୍ମୁଲା ଓ୍ବାନ୍‌ ଟାଇଟଲ୍‌ ବିଜୟ ଥିଲା। ଏହି ରେସ୍‌ରେ ଫେରାରୀର ଉଭୟ ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଓ ଚାର୍ଲସ ଲେକ୍ଲିୟରଙ୍କ ମଧ୍ୟରେ ଦୁର୍ଘଟଣା ଘଟିବା ସବୁଠାରୁ ଚର୍ଚ୍ଚାର ବିଷୟ ରହିଥିଲା। ଏହାପରେ ଉଭୟ ଭେଟେଲ ଓ ଚାର୍ଲସ ରେସ୍‌ରୁ ରିଟାୟାର୍ଡ ନେଇଯାଇଥିଲେ। ଛ’ଥରର ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ୍‌ଙ୍କ ପାଇଁ ମଧ୍ୟ ଏହି ରେସ୍‌ ନୈରାଶ୍ୟଜନକ ରହିଥିଲା। ସେ ରେସ୍‌ର ୭ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।
କିଲୋମିଟର ବିଶିଷ୍ଟ ଏହି ରେସ୍‌କୁ ୨୨ ବର୍ଷୀୟ ଡଚ୍‌ ଡ୍ରାଇଭର ଭର୍ଷ୍ଟାପେନ ୧ ଘଣ୍ଟା ୩୩ ମିନିଟ୍‌ ୧୪.୬୭୮ ସେକେଣ୍ଡରେ ଫିନିଶ୍‌ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ପ୍ରତି ଲ୍ୟାପ୍‌ର ଲେନ୍ଥ୍‌ ୪.୩୦୯ କି.ମି. ହୋଇଥିବାବେଳେ ରେସ୍‌ ମୋଟ୍‌ ୭୧ ଲ୍ୟାପ୍‌ବିଶିଷ୍ଟ ରହିଥିଲା। ସିଜନରେ ଭର୍ଷ୍ଟାପେନଙ୍କ ଏହା ୩ୟ ଟାଇଟଲ୍‌ ଥିଲା। ପୂର୍ବରୁ ସେ ଅଷ୍ଟ୍ରିଆ ଓ ଜର୍ମାନୀ ଗ୍ରଁା ପ୍ରି ଟାଇଟଲ୍‌ ହାସଲ କରିସାରିଛନ୍ତି। ଅନ୍ତିମ ପର୍ଯ୍ୟାୟରେ ଫେରାରୀ ଡ୍ରାଇଭରଙ୍କ ମଧ୍ୟରେ ଦୁର୍ଘଟଣାର ଫାଇଦା ଭର୍ଷ୍ଟାପେନଙ୍କୁ ମିଳିଥିଲା। ଟୋରୋ ରୋସୋ-ହୋଣ୍ଡା ଡ୍ରାଇଭର ପିଏରେ ଗାସ୍‌ଲୀ ଭର୍ଷ୍ଟାପେନଙ୍କଠାରୁ +୬.୦୭୭ ସେକେଣ୍ଡ ଅଧିକ ସମୟ ନେଇ ୨ୟ ସ୍ଥାନରେ ରହିଥିଲେ। ମର୍ସିଡିଜ୍‌ର ହାମିଲଟନ ୩ୟ ସ୍ଥାନରେ ରହିଥିଲେ ମଧ୍ୟ ରେଡ୍‌ ବୁଲ୍ସ ତଥା ଥାଇଲାଣ୍ଡ ଡ୍ରାଇଭର ଆଲେକ୍ସଜାଣ୍ଡର ଆଲ୍‌ବନଙ୍କ ସହ ଦୁର୍ଘଟଣା ଯୋଗୁ ରେସ୍‌ ପରେ ତାଙ୍କୁ ୫ ସେକେଣ୍ଡ ପେନାଲ୍ଟିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଫଳରେ ହାମିଲଟନ ୭ମ ସ୍ଥାନକୁ ଖସିଯାଇଥିଲେ। ଏହାର ଫାଇଦା ମ୍ୟାକ୍‌ଲରେନ-ରେନଲ୍ଟ ଡ୍ରାଇଭର କାର୍ଲୋସ ସାଇଞ୍ଜଙ୍କୁ ମିଳିଥିଲା ଏବଂ ସେ ୩ୟ ସ୍ଥାନକୁ ଉଠିଥିଲେ। ଫର୍ମୁଲା ଓ୍ବାନ୍‌ରେ କାର୍ଲୋସଙ୍କ ଏହା ପ୍ରଥମ ପୋଡିୟମ ଫିନିଶ୍‌ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri