ଭରୁନି ତିତ୍‌ଲି କ୍ଷତ :ଏବେ ବି ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

ପାରଳାଖେମୁଣ୍ଡି,୭।୧(ସ୍ବ.ପ୍ର.) – ତିତ୍‌ଲି ବାତ୍ୟା ଯିବାର ବର୍ଷେ ପୁରିଲାଣି। ହେଲେ ଏବେ ବି ଅନେକ କ୍ଷତିଗ୍ରସ୍ତ ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ଭୟଙ୍କର ବାତ୍ୟା ଓ ଏହା ପରବର୍ତ୍ତି ବର୍ଷାରେ ଘର ନଷ୍ଟ ହୋଇଥିବାବେଳେ ବାତ୍ୟା ସହାୟତା କେବଳ ହଜାରେ ଟଙ୍କା ଓ ୫୦ କେଜି ଚାଉଳରେ ସୀମିତ ରହିଯାଇଛି। ଖରା, ବର୍ଷା ଓ ଶୀତରେ ଭଙ୍ଗା କୁଡ଼ିଆ ହିଁ ଏମାନଙ୍କ ସାହା ଭରସା ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ଆର୍‌. ଉଦୟଗିରି ବ୍ଲକ୍‌ ସୁବଲଡ଼ା ପଞ୍ଚାୟତ ଅଧୀନ ପୁରୁଣା ଗମାଙ୍ଗ ସାହିରେ।
ଏଠାରେ କ୍ଷତିଗ୍ରସ୍ତ ସହଦେବ ଭୁୟାଁ, ପି. ନରସିଂହ ଭୁୟାଁ, ଅଶୋକ ବଡ଼ରଇତ, ମାଧବ ଭୁୟାଁ, ନରେଶ ଚନ୍ଦ୍ର କାର୍ଯୀ, ରାମଚନ୍ଦ୍ର ଭୁୟାଁା ପରିବାର ସହ ବସବାସ କରୁଛନ୍ତି। ଭଙ୍ଗା ଘରେ ବହୁ କଷ୍ଟରେ ଚଳୁଥିବାବେଳେ ରାମଚନ୍ଦ୍ରଙ୍କ ପରିବାରର ସ୍ଥିତି ଜଟିଳ। ବାତ୍ୟାରେ ସମସ୍ତଙ୍କ ଘର ଭାଙ୍ଗିଥିଲେ ମଧ୍ୟ ରାମଚନ୍ଦ୍ରଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ସହାୟତା ପାଇଁ ସେ ଅନେକ ଥର ପ୍ରସାଶନ ନିକଟରେ ଗୁହାରି କରିଥିଲେ ମଧ୍ୟ ଗୃହ ନିର୍ମାଣ ପାଇଁ ସହାୟତା ପାଇନାହାନ୍ତି। ଫଳରେ ବର୍ଷେ ହେଲା ଭଙ୍ଗା କୁଡ଼ିଆ ହିଁ ତାଙ୍କ ସୁରକ୍ଷା ହୋଇଛି। ତେଣୁ ପ୍ରଶାସନ ଏଥବପ୍ରତି ଦୃଷ୍ଟିଦେଇ ସରକାରୀ ଯୋଜନାରେ ସହାୟତା ଯୋଗାଇ ଦେବାପାଇଁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ପ୍ରଦୀପ କୁମାର ନାୟକ କହିଛନ୍ତି, ଏ ବିଷୟ ମୋର ନଜରକୁ ଆସିନାହିଁ। ସେହିପରି ପିଇଓ ନିଜ ପ୍ରତିକ୍ରୟାରେ କହିଛନ୍ତି, ଏ ବିଷୟରେ ବୁଝିବାପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri