ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଅଡିଟୋରିୟମ୍‌ ହଲ୍‌ ନିର୍ମାଣ ନ ହେଲେ ଛାତ୍ର ଆନ୍ଦୋଳନ ହେବ: ଏବିଭିପି

ଭଦ୍ରକ ଅଫିସ,୨ା୭- ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ବର୍ଷକ ପୂର୍ବରୁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଅଡିଟୋରିୟମ୍‌ ହଲ୍‌ ନିର୍ମାଣ ଲାଗି ୩.୮୩ କୋଟି ଟଙ୍କାର ଅନୁଦାନ ଆସିଥିଲେ ମଧ୍ୟ ଏଯାଏ କାମ ଆରମ୍ଭ ହୋଇ ନାହିଁ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସମ୍ପାଦକ ଅଟଳ ବିହାରୀ ମହାନ୍ତିଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ଏ ନେଇ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଭେଟି ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗାମୀ ୧ ମାସ ମଧ୍ୟରେ ଅଡିଟୋରିୟମ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ନ ଗଲେ ଭଦ୍ରକ ମହାବିଦ୍ୟାଳୟ ସମେତ ସାରା ଜିଲାରେ ଛାତ୍ର ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଜିଲା ସଂଯୋଜକ ସୌରଭ ପତି ସୂଚନା ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ନଗର ସମ୍ପାଦକ ତଥା ଜିଲା ସହ ସଂଯୋଜକ ସତ୍ୟବ୍ରତ ପ୍ରଧାନ, ଜିଲା ସହ ସଂଯୋଜକ ରଜତ ମିଶ୍ର, ପୂର୍ବତନ ଜିଲା ସହ ସଂଯୋଜକ ସମୀର ସ୍ବାଇଁ, ବ୍ଲକ ସଂଯୋଜକ ଚନ୍ଦନ ମହାପାତ୍ର, ମାନସ ରଞ୍ଜନ ଦାସ, ସଞ୍ଜୀବ କୁମାର ଦାସ, ସତ୍ୟବ୍ରତ ପାଣି ପ୍ରମୁଖ ଉପସ୍ଥିତି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଫୁଲ ତୋଳିବାକୁ ଯାଇଥିଲେ ଆଦିତ୍ୟ, ଛାତରୁ ଖସି ଚାଲିଗଲା ଜୀବନ

ନୀଳଗିରି,୧୭।୯(ପ୍ରଶାନ୍ତ କୁମାର ବିଶ୍ବାଳ): ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିବା ବେଳେ ଘଟିଗଲା ଏକ ବଡ ଅଘଟଣ । ଛାତ ଉପରୁ ଖସିପଡ଼ି ଚାଲିଗଲା ଜୀବନ। ବାଲେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?