ଭଦ୍ରକ କାଳୀପୂଜା: ଆରମ୍ଭରୁ ଜମିଲାଣି

ଭଦ୍ରକ, ୧୪।୧୧(ସନାତନ ରାଉତ): ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକର ପରିଚୟ ନିଆରା। ଚରମ୍ପାଠାରେ ଜଣେ ଦକ୍ଷିଣ ଭାରତୀୟ ରେଳ କର୍ମଚାରୀଙ୍କ ଘରୋଇ ପୂଜା ଏବେ ଗଣପର୍ବର ରୂପ ନେଇଛି। ଚରମ୍ପାର ପିଡବ୍ଲୁଆଇ କମିଟି ସମେତ ମୁଖ୍ୟ ପୂଜା କମିଟିଗୁଡ଼ିକ ପକ୍ଷରୁ ଏଥର ଶହେ ବର୍ଷ ପାଳନ କରାଯାଉଛି। ଭଦ୍ରକ ସହର ଉତ୍ସବମୁଖର ହୋଇଥିବା ବେଳେ ଜିଲାବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ରବିବାର ଦୀପାବଳିଠାରୁ ଆରମ୍ଭ ହୋଇଥିବା ବେଳେ ଏବେଠାରୁ ପୂଜା ଜମିଲାଣି। ସୋମବାର ଦ୍ୱିତୀୟ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ଚରମ୍ପା ବଜାରର ସ୍କୁଲ ରୋଡ୍‌ ପୂଜା କମିଟି ପକ୍ଷରୁ ଆର୍‌ସିବିଏଲ୍‌ ସ୍କୁଲ ପରିସର, ନବଗ୍ରହ ମନ୍ଦିର ରୋଡ୍‌ ଏରେଇଁ, ପିଡବ୍ଲ୍ୟୁଆଇ, ଡଗରାସାହି, ପଥରଆଡ଼ି କାଳୀପୂଜା କମିଟି, କାଉଡ଼ିଆ ସଂଘ କାଳୀପୂଜା କମିଟି ୮ଟି ମଣ୍ଡପ ଓ ଭଦ୍ରକ ସହରର ରାଜଘାଟ ପୋଲ ନିକଟରେ ମା’ କାଳୀ ପୂଜା ପାଉଛନ୍ତି। ପିଡବ୍ଲ୍ୟୁଆଇ ଓ ପଥରଆଡ଼ି ମଣ୍ଡପରେ ସୁଉଚ୍ଚ ତୋରଣ ବେଶ୍‌ ଆକର୍ଷଣୀୟ ହୋଇଛି। ୭ ଦିନ ଧରି ପୂଜା ଚାଲିବ। ରାଜ୍ୟ ଓ ରାଜ୍ୟ ବାହାରୁ ବ୍ୟବସାୟୀମାନେ ଏଠାରେ ପସରା ମେଲାଇଛନ୍ତି। ମୀନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଦୋଳି ଲୋକଙ୍କୁ ମେଳାକୁ ଟାଣି ଆଣୁଛି। ବିଭିନ୍ନ ଘରକରଣା ଜିନିଷ ଓ ମନୋହରି ଦୋକାନରେ ଲୋକଙ୍କ ଗହଳି ଲାଗୁଛି।
ବାରୁଆଳିରେ ସଚେତନତା ଓ ପୌରାଣିକ କିମ୍ବଦନ୍ତୀ
ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ପୌରାଣିକ କିମ୍ବଦନ୍ତୀକୁ ନେଇ ବାରୁଆଳି ନିର୍ମାଣ କରାଯାଇଛି। କେତେକ ମଣ୍ଡପରେ ବାରୁଆଳିରେ ସମ୍ପ୍ରତି ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ନେଇ ଲୋକଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଛି। ପିଡବ୍ଲ୍ୟୁଆଇ ମଣ୍ଡପରେ ଦ୍ରୌପଦୀ ସ୍ବୟଂମ୍ବର ଓ ବେଲଗଛର ଉପକାରିତା ନେଇ ପାର୍ଶ୍ୱମୂର୍ତ୍ତିରେ ଦର୍ଶାଯାଇଛି। ସ୍କୁଲରୋଡ୍‌ ପୂଜା ମଣ୍ଡପରେ ମହିଳା ସରପଞ୍ଚଙ୍କ ରାଜନୈତିକ କ୍ଷମତା, ବୃଦ୍ଧା ବୟସରେ ଭତ୍ତା ନ ମିଳିବା, ଭୋଟର କାର୍ଡରେ ନଁା ନ ଥିବା ଆଦି ରାଜନୈତିକ ସ୍ଥିତିକୁ ନେଇ ପାର୍ଶ୍ୱମୂର୍ତ୍ତି ନିର୍ମାଣ କରାଯାଇଛି।
ଆଲୋକମାଳାରେ ଝଲସୁଛି ଚରମ୍ପା ବଜାର
ଡାହାଣୀଗଡ଼ିଆ ହିରୋ ଶୋ’ରୁମ୍‌ଠାରୁ ଦମକଳ ଅଫିସ ଓ ହାଇସ୍କୁଲ ରୋଡ୍‌ଠାରୁ ଚରମ୍ପା ରେଳଷ୍ଟେଶନ ପର୍ଯ୍ୟନ୍ତ ରଙ୍ଗିନ ଆଲୋକମାଳାରେ ଝଲସୁଛି। ସେହିପରି ଷ୍ଟେଶନରୋଡ୍‌, ବିଶାଣିଖରିଦା, ନବଗ୍ରହ ମନ୍ଦିର ରୋଡ୍‌ ଏରେଇଁ, ଡଗରାସାହି, ପଥରଆଡ଼ି ବଜାରର ସମସ୍ତ ଗଳିକନ୍ଦି ଆଲୋକମାଳାରେ ସୌନ୍ଦର୍ଯ୍ୟମୟ ହୋଇଛି।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗୁଥିବାରୁ ସନ୍ଧ୍ୟା ସମୟରେ ଛିନ୍‌ତାଇ, ପକେଟ୍‌ ମାର୍‌, ରୋଡ୍‌ ରୋମିଓମାନେ ସକ୍ରିୟ ରହିଥିବାର ପୂର୍ବରୁ ନଜିର ରହିଛି। ସେଥିପାଇଁ ଜିଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କ ତତ୍ତ୍ୱାବଧାନରେ ୨ଜଣ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୧୧ ଇନ୍ସପେକ୍ଟର, ୮୦ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୨୦ ପ୍ଲାଟୁନ ଫୋର୍ସ ନିୟୋଜିତ ଅଛନ୍ତି। ସମ୍ବେଦନଶୀଳ ସ୍ଥାନ ଓ ପ୍ରତ୍ୟେକ ପୂଜା ମଣ୍ଡପରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

ରଥଯାତ୍ରା ପାଇଁ ବୁଗୁଡ଼ା ବନାଞ୍ଚଳରୁ ଗଲା ୧୬ ଖଣ୍ଡ ଫାଶି କାଠ

ବୁଗୁଡ଼ା,୨୧।୩(କାଳିଚରଣ ଦାଶ): ବୁଗୁଡ଼ା ପାଇଁ ଏକ ସୌଭାଗ୍ୟର ଦିନ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ତିଆରି ସକାଶେ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri