ଭଦ୍ରକରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ସଚିବ

ଭଦ୍ରକ ଅଫିସ, ୨୮।୨- କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ସଚିବ ପ୍ରମୋଦ କୁମାର ଦାସ ଶୁକ୍ରବାର ଭଦ୍ରକ ଗସ୍ତରେ ଆସି ଜିଲା ମଙ୍ଗଳ ବିଭାଗ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି। ଭଦ୍ରକ ପୌରପାଳିକା ଅଧୀନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ସ୍କୁଲର ସ୍ଥିତାବସ୍ଥା, ଶ୍ରେଣୀଗୃହ, ବିଜ୍ଞାନ ପରୀକ୍ଷାଗାର, କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି, ଛାତ୍ରବୃତ୍ତି ମିଳୁଛି କି ନାହିଁ ଏଭଳି ଅନେକ ବ୍ୟବସ୍ଥାର ସେ ସମୀକ୍ଷା କରିଥିଲେ। ପୁରୁଣାବଜାର ଅଞ୍ଚଳ ନୌମାନିଆ ମଦ୍ରସା ସ୍କୁଲ ଓ ଡିଏନ୍‌ ବାଳିକା ବିଦ୍ୟାଳୟରେ ପହଞ୍ଚି ସଚିବ ଏସବୁ ସମ୍ପର୍କରେ ଛାତ୍ରୀଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ସଚିବଙ୍କ ସହ ରାଜ୍ୟ ସରକାରଙ୍କ ଅନୁସଚିବ ସ୍ବେତା ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲାପାଳ ପୀତାମ୍ବର ସାମଲ, ପିଡି ମଧୁସୂଦନ ଦାସ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନା, ପୌରପାଳିକା ପ୍ରକଳ୍ପ ଅଧିକାରୀ ମନୋରମା ଭୁୟଁା, ତିହିଡ଼ି ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସମ୍ପାଦକ ତବରେଜ୍‌ ଖାନ୍‌, ଉର୍ଦ୍ଦୁ ଶିକ୍ଷକ ସଂଘ ପକ୍ଷରୁ ଜାବେଦ୍‌ ଆକ୍‌ତର୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମଦ୍ରସା କାଦ୍ରିୟା ହାବିବିଆ ଓ କେଜିଏନ୍‌ ଟ୍ରଷ୍ଟ ପକ୍ଷରୁ ସଂଖ୍ୟାଲଘୁମାନଙ୍କର ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ସ୍ମାରକପତ୍ର ସର୍କିଟ୍‌ ହାଉସ ପରିସରରେ ସଚିବଙ୍କୁ ପ୍ରଦାନ କରାଯାଇଥିଲା। ସର୍କିଟ୍‌ ହାଉସ ପରିସରରେ ଜିଲାସ୍ତରୀୟ ଅଧିକାରୀଙ୍କ ସହ ସଚିବ ଆଲୋଚନା କରି ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଆଉ ୨ ପଜିଟିଭ ଚିହ୍ନଟ

କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶୁକ୍ରବାର ଆଉ ୨ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ପଜିଟିଭ୍‌ଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଘଟଗାଁ...

୧୩ ଲକ୍ଷ ଟଙ୍କାର ନକଲି ନୋଟ୍‌ ସହ ଛପା ମେଶିନ ଜବତ

ସମ୍ବଲପୁର ଅଫିସ,୮ା୮: ସମ୍ବଲପୁର ପୋଲିସ ପକ୍ଷରୁ ନକଲି ନୋଟ୍‌ କାରବାର ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକିଲ ଟଙ୍କା ଜବତ କରିବା ସହ...

ନିଆରା ଢଙ୍ଗରେ ଭୋଟ୍‌ ପ୍ରଚାର

ଯାଜପୁର ଟାଉନ,୨୪ା୧(ଡି.ଏନ.ଏ.): ଯାଜପୁର ବ୍ଲକ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ ପ୍ରଚାର ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀପ୍ରାର୍ଥିନୀ ଘରଘର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ତେବେ...

‘ୟାସ୍‌’କୁ ନେଇ ପ୍ରଶାସନ ତତ୍ପର: ବାଲେଶ୍ୱରରେ ଏସ୍‌ଆର୍‌ସି

ବାଲେଶ୍ୱର ଅଫିସ, ୨୩।୫: ୟାସ୍‌’କୁ ନେଇ ପ୍ରଶାସନ ତତ୍ପର ହୋଇ ଉଠିଛି। ଏ ନେଇ ବାଲେଶ୍ୱର ଜିଲା ଆହ୍ବାନ ଗୃହରେ ଏସ୍‌ଆରସି ପ୍ରଦୀପ କୁମାର ଜେନା...

ଭେଟେରାନ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ ରଣପୁର ବିଧାୟକ ଏକାଦଶ ଚାମ୍ପିୟନ

ନୟାଗଡ଼ ଅଫିସ,୧।୧୨- ୭୮୬ ୟୁଥ୍‌ କ୍ଲବ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଆସନ୍ତା ୨ ତାରିଖରେ ନୟାଗଡ଼ ଖେଳପଡ଼ିଆଠାରେ ସର୍ବଭାରତୀୟ ନୟାଗଡ଼ ଫୁଟବଲ୍‌...

ଝାରସୁଗୁଡା: ଗୋଟିଏ ପରିବାରର ୪ ଜଣଙ୍କୁ କରୋନା

ଝାରସୁଗୁଡା ଅଫିସ,୧୦ା୬-ଝାରସୁଗୁଡାରେ ବୁଧବାର ୫କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୪ଜଣ ସଦସ୍ୟ ରହିଛନ୍ତି। ସେମାନେ ଟ୍ରେନ ଯୋଗେ  କୋଲକାତା  ହାଓ୍ବଡାରୁ...

ଦୁଃଖ ଆଣିଛି ଦୁଇ କି.ମି. ରାସ୍ତା

ଭୁବନ, ୩୦।୭(ଡି.ଏନ.ଏ.): ଗାଁର ଛାତିଚିରି ଆଗକୁ ମାଡ଼ିଯାଇଛି ଜାତୀୟ ରାଜପଥ ୫୩। ଦୁଇଭାଗ ହୋଇଯାଇଛି ଗ୍ରାମ। ଉଭୟ ପଟରେ ଗଢ଼ିଉଠିଛି ଜନବସତି। ରହିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ।...

ତାଲିକାରୁ ବାଦ୍‌ ପଡ଼ିଲା ଏସ୍‌ଏଚ୍‌ଜି

ଯାଜପୁର ଅଫିସ,୫ା୯:ଯାଜପୁର ଜିଲାର ୧୧ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ରେ ବିନା ଧାନରେ ଅଗ୍ରିମ ଭେଣ୍ଡର ରସିଦ ଜାରି କରାଯାଇ ଧାନ କିଣାଯାଇଥିବା ଜଣାପଡ଼ିଥିଲା। ଷ୍ଟେଟ୍‌...

Advertisement
Archives

Model This Week