ଭଦ୍ରକରେ ଅନ୍ତର୍ଜାତୀୟ ମାନବାଧିକାର ସମିତିର ରାଜ୍ୟ ସଭାପତି: ଗେଷ୍ଟ ହାଉସ୍‌ରୁ ୨ ମୃତଦେହ ଉଦ୍ଧାର ଘଟଣାର ନିରପେକ୍ଷ ତଦନ୍ତ ଦାବି

ଭଦ୍ରକ ଅଫିସ, ୧୭।୫ : ଶୁକ୍ରବାର ଅନ୍ତର୍ଜାତୀୟ ମାନବାଧିକାର ସମିତିର ରାଜ୍ୟ ସଭାପତି ସସ୍ମିତା ଦାସ ଭଦ୍ରକ ଗସ୍ତରେ ଆସି ସାଳନ୍ଦୀ ଗେଷ୍ଟହାଉସ୍‌ରୁ ୨ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ କରି ଫେରିଛନ୍ତି। ସେ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ଭେଟି ଏହି ଘଟଣାରେ ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ କରି ତୁରନ୍ତ ନିରପେକ୍ଷ ତଦନ୍ତ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଗେଷ୍ଟହାଉସ୍‌ରେ ପୂର୍ବରୁ ୨ଟି ବଡ଼ ବଡ଼ ଘଟଣା ଘଟିଯାଇଥିଲେ ମଧ୍ୟ ପୋଲିସ କିଭଳି ଉକ୍ତ ଗେଷ୍ଟହାଉସ୍‌କୁ କଳା ତାଲିକା ଭୁକ୍ତ କରି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଗେଷ୍ଟହାଉସ୍‌, ହୋଟେଲ ଓ ଲଜ୍‌ଗୁଡ଼ିକରେ ସିସିଟିଭି ଲଗାଯାଉ ନ ଥିବାରୁ ନାବାଳିକାମାନଙ୍କୁ ଅଣାଯାଇ ସେଠାରେ ସେମାନଙ୍କୁ ଅସାମାଜିକ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏଥିପ୍ରତି ପୋଲିସ ତୁରନ୍ତ ଦୃଷ୍ଟି ଦେଉ ବୋଲି ଦାବି ହୋଇଛି। ୨୦୧୮ ଜୁନ୍‌ ୧୮ରେ ଉକ୍ତ ଗେଷ୍ଟହାଉସ୍‌ରେ ୨ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ସେହି ସମୟରେ ଗେଷ୍ଟହାଉସ୍‌କୁ ପୋଲିସ କାହିଁକି ସିଲ୍‌ କଲା ନାହିଁ ବୋଲି ସେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଚଳିତ ମାସର ୨ ମୃତଦେହ ଉଦ୍ଧାର ଘଟଣାରେ ମୃତ ନାବାଳିକା ଜଣଙ୍କ କିଭଳି ଗେଷ୍ଟହାଉସ୍‌କୁ ଗଲେ ଓ ଗେଷ୍ଟହାଉସ୍‌ ଭିତରେ ତାଙ୍କୁ ପୂର୍ବ ଯୋଜନା ମୁତାବକ ହତ୍ୟା କରାଗଲା ଏହାର ନିରପେକ୍ଷ ତଦନ୍ତ ସହ ଗେଷ୍ଟହାଉସକୁ ସିଲ୍‌ କରାଯାଉ ବୋଲି ସେ ଦାବି କରିଛନ୍ତି। ସଭାପତି ଦାସଙ୍କ ସହ ମୃତ ନାବାଳିକାଙ୍କ ପରିବାର ଲୋକେ ବିମଳା ରାମ, ଅନୀଲ କୁମାର ଦାସ, ଉମାଶଙ୍କର ରାମ, ଅନନ୍ତ ପ୍ରସାଦ ରାମ ପ୍ରମୁଖ ଜିଲାପାଳଙ୍କୁ ଭେଟିଥିଲେ। ପ୍ରକାଶଥାଉ କି, ଗତ ୬ ତାରିଖରେ ସାଳନ୍ଦୀ ଗେଷ୍ଟହାଉସ୍‌ରୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଜଣେ ଯୁବକ ଓ ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ପୋଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଉଥିବା ବେଳେ ଉଭୟ ମୃତକଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାବବିହ୍ବଳ ହେଲେ ରାଷ୍ଟ୍ରପତି

ବାରିପଦା ଅଫିସ,୫ା୫: ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଗୁରୁବାର ପ୍ରଥମ ଥର ପାଇଁ ଜନ୍ମ ମାଟିକୁ ଆସିଥିବା ଦ୍ରୌପଦୀ ମୁର୍ମୁ ଭାବବିହ୍ବଳ ହୋଇ ପଡ଼ିଥିଲେ।...

ବାଲିଯାତ୍ରାରେ ସାହିତ୍ୟ, ସଂସ୍କୃତି, ବିଜ୍ଞାନକୁ ନେଇ ଚର୍ଚ୍ଚା

କଟକ ଅଫିସ, ୧୯ା୧୧: ଐତିହାସିକ ବାଲିଯାତ୍ରାର ସୋମବାର ଥିଲା ସପ୍ତମ ଦିବସ। ବାଲିଯାତ୍ରା ସରି ଆସୁଥିବାବେଳେ ଲୋକଙ୍କ ଭିଡ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସନ୍ଧ୍ୟାରେ...

ଧାନ ବିକି ପ୍ରାପ୍ୟ ପାଉନାହାନ୍ତି ଚାଷୀ

ବନ୍ତ, ୩।୬ (ଡି.ଏନ.ଏ.) – ଚାଷୀମାନଙ୍କଠାରୁ ଉଚିତ୍‌ ମୂଲ୍ୟରେ ଧାନକ୍ରୟ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ହେଲେ ଚଳିତ ଖରିଫ ଋତୁରେ...

ଆସନ୍ତା ୧୦ରୁ କଲେଜ-ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଶୁକ୍ରବାର ବନ୍ଦ ଘୋଷଣା କରାଯାଇଛି। ଜାନୁୟାରୀ ୧୦ରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କେବଳ...

କୋଭିଡ୍‌ ହସ୍ପିଟାଲ ଅବ୍ୟବସ୍ଥାକୁ ନେଇ ଅଡିଓ ଭାଇରାଲ ଘଟଣା: ୨ ଗିରଫ, ୩ ଦିନିଆ ରିମାଣ୍ଡରେ ଆସିବେ

ଭୁବନେଶ୍ୱର,୧୧।୮(ବ୍ୟୁରୋ):  କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ଏକ ବାର୍ତ୍ତାଳାପର ଅଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ବାଦବିବାଦ ସୃଷ୍ଟି ହେବାପରେ କ୍ୟାପିଟାଲ ଥାନା ପୋଲିସ...

ଧରିତ୍ରୀ ପ୍ରଭାବ: ନିରୀହ ଲୋକଙ୍କୁ ପୋଲିସର ମାଡ଼ ଘଟଣାରେ କ୍ଷତିପୂରଣ ଲାଗି ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ

ପୁରୁଷୋତ୍ତମପୁର, ୧୦।୧୧ (ଡି.ଏନ.ଏ.): ଜାତୀୟ ମାନବାଧିକାର କମିଶନ ପୋଲିସ ମାଡରେ ଆହତ ୭ ଜଣଙ୍କୁ ୨୫ହଜାର ଲେଖାଏ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ପାଇବାକୁ...

କରୋନା ସ୍ଥିତି ଅନୁଧ୍ୟାନ କଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌

ଅନୁଗୋଳ ଅଫିସ, ୧୨।୫: ଅନୁଗୋଳ ଜିଲାରୁ ୧୫ ଜଣ କରୋନା ସଂକ୍ରମିତ ବାହାରିବା ପରେ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୩ ଜଣିଆ...

ପେନ୍‌ସନ୍‌ ଟଙ୍କା ଆତ୍ମସାତ୍‌ ମାମଲା: କନିଷ୍ଠ କିରାଣି ପ୍ରମୋଦ ରଥ ଗିରଫ

ବଲାଙ୍ଗୀର ଅଫିସ,୨୯।୧୨: ପେନ୍‌ସନ୍‌ ଟଙ୍କା ହଡପ୍‌ ମାମଲାରେ ବଲାଙ୍ଗୀର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ(ବିଇଓ) ଅଫିସର ନିଲମ୍ବିତ କନିଷ୍ଠ କିରାଣି ପ୍ରମୋଦ ରଥଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ...

Advertisement
Archives

Model This Week