ଭଦ୍ରକରେ ଅନ୍ତର୍ଜାତୀୟ ମାନବାଧିକାର ସମିତିର ରାଜ୍ୟ ସଭାପତି: ଗେଷ୍ଟ ହାଉସ୍‌ରୁ ୨ ମୃତଦେହ ଉଦ୍ଧାର ଘଟଣାର ନିରପେକ୍ଷ ତଦନ୍ତ ଦାବି

ଭଦ୍ରକ ଅଫିସ, ୧୭।୫ : ଶୁକ୍ରବାର ଅନ୍ତର୍ଜାତୀୟ ମାନବାଧିକାର ସମିତିର ରାଜ୍ୟ ସଭାପତି ସସ୍ମିତା ଦାସ ଭଦ୍ରକ ଗସ୍ତରେ ଆସି ସାଳନ୍ଦୀ ଗେଷ୍ଟହାଉସ୍‌ରୁ ୨ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ କରି ଫେରିଛନ୍ତି। ସେ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ଭେଟି ଏହି ଘଟଣାରେ ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ କରି ତୁରନ୍ତ ନିରପେକ୍ଷ ତଦନ୍ତ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଗେଷ୍ଟହାଉସ୍‌ରେ ପୂର୍ବରୁ ୨ଟି ବଡ଼ ବଡ଼ ଘଟଣା ଘଟିଯାଇଥିଲେ ମଧ୍ୟ ପୋଲିସ କିଭଳି ଉକ୍ତ ଗେଷ୍ଟହାଉସ୍‌କୁ କଳା ତାଲିକା ଭୁକ୍ତ କରି ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଗେଷ୍ଟହାଉସ୍‌, ହୋଟେଲ ଓ ଲଜ୍‌ଗୁଡ଼ିକରେ ସିସିଟିଭି ଲଗାଯାଉ ନ ଥିବାରୁ ନାବାଳିକାମାନଙ୍କୁ ଅଣାଯାଇ ସେଠାରେ ସେମାନଙ୍କୁ ଅସାମାଜିକ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏଥିପ୍ରତି ପୋଲିସ ତୁରନ୍ତ ଦୃଷ୍ଟି ଦେଉ ବୋଲି ଦାବି ହୋଇଛି। ୨୦୧୮ ଜୁନ୍‌ ୧୮ରେ ଉକ୍ତ ଗେଷ୍ଟହାଉସ୍‌ରେ ୨ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ସେହି ସମୟରେ ଗେଷ୍ଟହାଉସ୍‌କୁ ପୋଲିସ କାହିଁକି ସିଲ୍‌ କଲା ନାହିଁ ବୋଲି ସେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଚଳିତ ମାସର ୨ ମୃତଦେହ ଉଦ୍ଧାର ଘଟଣାରେ ମୃତ ନାବାଳିକା ଜଣଙ୍କ କିଭଳି ଗେଷ୍ଟହାଉସ୍‌କୁ ଗଲେ ଓ ଗେଷ୍ଟହାଉସ୍‌ ଭିତରେ ତାଙ୍କୁ ପୂର୍ବ ଯୋଜନା ମୁତାବକ ହତ୍ୟା କରାଗଲା ଏହାର ନିରପେକ୍ଷ ତଦନ୍ତ ସହ ଗେଷ୍ଟହାଉସକୁ ସିଲ୍‌ କରାଯାଉ ବୋଲି ସେ ଦାବି କରିଛନ୍ତି। ସଭାପତି ଦାସଙ୍କ ସହ ମୃତ ନାବାଳିକାଙ୍କ ପରିବାର ଲୋକେ ବିମଳା ରାମ, ଅନୀଲ କୁମାର ଦାସ, ଉମାଶଙ୍କର ରାମ, ଅନନ୍ତ ପ୍ରସାଦ ରାମ ପ୍ରମୁଖ ଜିଲାପାଳଙ୍କୁ ଭେଟିଥିଲେ। ପ୍ରକାଶଥାଉ କି, ଗତ ୬ ତାରିଖରେ ସାଳନ୍ଦୀ ଗେଷ୍ଟହାଉସ୍‌ରୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଜଣେ ଯୁବକ ଓ ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ପୋଲିସ ଉଦ୍ଧାର କରିଥିଲା। ପୋଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଉଥିବା ବେଳେ ଉଭୟ ମୃତକଙ୍କ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri