ଭତାରୁ ବଁଚିତ୍‌ ୭୦ ବଛ୍‌ରିଆ ଲୋଚନା

ଖପ୍ରାଖୋଲ,୧୨।୬(ଡି.ଏନ୍‌.ଏ.): କେନ୍ଦ୍ର ଆର ରାଏଜ୍‌ ସରକାର ୬୦ ବଛର୍‌ରୁ ଅଧ୍‌କା ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ ଆର ମଦୁବାବୁ ପେନସନ ଯୋଜନାରେ ଭତା ଯୁଗେଇ ଦେଉଛନ୍‌। ହେଲେ ଅନେକ ହକ୍‌ଦାର ହିତାଧିକାରୀ ଭତାର ଲାଗି ଆବେଦନ କରି ନିରାଶ ହେଉଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଁଚେତ୍‌ ତୁର୍ଲା ଗଁାରେ।
ସୂଚନା ଅନ୍‌ସାରେ ତୁର୍ଲା ଗଁାର ଲୋଚନା ବରିହା(୭୦)। ଆପ୍‌ନେ ଚାଲିଯିବାର ଆଏଜ୍‌କେ ୩୦ ବଛର ବିତିଯାଇଛେ। ହେଲେ ଆଏଜ୍‌ତକ ସେ ବିଧବା ଭତା ପାଏବାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ଏନ୍‌ତା କି ଲୋଚନା ଗଁାରେ ହେଇଥିବାର ପଲ୍ଲୀ ସଭା, ଗ୍ରାମ ସଭାରେ ଅନେକ ଥର ଭତାର ଲାଗି ନଁା ଲେଖାବାର ସଂଗେ ଫର୍ମ ପୂରନ୍‌ କରିଛନ୍‌। ହେଲେ ତାହାକୁ ସବୁବେଲେ ଭତା ଜାଗାରେ ପରତିଶୁରତି ମିଲୁଛେ। ମୁଡ଼ ରଖ୍‌ବାର ଲାଗି ତାକରନେ ଭଲ ଘରଖଁଡ଼େ ବି ନଁାଇଁନ, ଯେନ୍‌ଥିରଲାଗି ଗୁଟେ ଭଂଗା ଦଦ୍‌ରା ମାଏଟ୍‌ କୁରିଆରେ ଜୀବନ୍‌ ବିତଉଛନ୍‌। ସେ ବଡ଼ା ଦୁଖେ ରହୁଥିଲାବେଲେ ଦିହିପା ଖରାପ ହେଲେ ଅଭାବ ଅନାଟନରୁ ଉଷୋକଷା ଘିନି ନାଇଁପାରବାର। ଭତା ଟଁକା ମିଲୁଥିଲେ ହେଲେ ସେଥ୍‌ରେ ଉଷୋକଷା ଘିନ୍‌ତି ବଲି ଲୋଚନା କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri