ଭଣ୍ଡାରିମାଲରେ ଡବଲ ମର୍ଡର ଘଟଣା: ଗାଁରେ ଉତ୍ତେଜନା, ପୋଲିସ ଫୋର୍ସ ମୁତୟନ, ୪ ଅଟକ

ସମ୍ବଲପୁର/ପଡ଼ିଆବାହାଲ,୨୪ା୯ (ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅଧୀନ ଭଣ୍ଡାରିମାଲ ଗାଁରେ ସୋମବାର ରାତିରେ ଡବଲ ମର୍ଡର ଘଟିଛି। କେତେଜଣ ବ୍ୟକ୍ତି ୨ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ଅତି ବିଭତ୍ସ ଭାବରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ବେଳେ ଅନ୍ୟ ୨ ଭାଇ ଗୁରୁତର ଆହତ ହୋଇଛନ୍ତି। ମୃତ ୨ ଭାଇ ହେଲେ ଗାଁର ଜିତୁ କୁମୁରା ଓ ଶକ୍ତି କୁମୁରା। ଗୁରୁତର ଅନ୍ୟ ୨ ଭାଇ ହେଲେ ବିଭୁତି କୁମୁରା ଓ ନନ୍ଦଲାଲ୍‌ ଭୋଇ। ଗୁରୁତର ଦ୍ୱୟଙ୍କୁ ଚିକତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
ଗାଁରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ପୋଲିସ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ପଠାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କାଠ ଫାଳିଆକୁ ପୋଲିସ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସମ୍ବଲପୁର ଏସ୍‌ପି କନ୍‌ଓ୍ବର ବିଶାଲ ସିଂହ ସୂଚନା ଦେଇଛନ୍ତି।
ଗାଁର ଜଣେ ଯୁବତୀଙ୍କୁ ଅଶାଳୀନ ବ୍ୟବହାର ନେଇ ମୀମାଂସା ପାଇଁ ଉଦ୍ୟମ ଚାଲିଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରସଙ୍ଗ: ୧୭ ମଠ ମହନ୍ତଙ୍କୁ ଦେବୋତ୍ତର କମିଶନରଙ୍କ ନୋଟିସ

ପୁରୀ ଅଫିସ, ୧୪ା୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ୧୭ଟି ମଠ ମହନ୍ତଙ୍କୁ ଦେବୋତ୍ତର କମିଶନର ନୋଟିସ କରିଛନ୍ତି। ମଠଗୁଡ଼ିକର ଉଚ୍ଛେଦ ସଂକ୍ରାନ୍ତରେ ପୁରୀ ଜିଲାପାଳଙ୍କ...

ପେଟ ପାଇଁ ବିଡ଼ି ମୋଡୁଛନ୍ତି ମହିଳା, ଶିଶୁ

କେନ୍ଦ୍ରାପଡ଼ା ଅଫିସ,୬ା୫: ପେଟ ଚାଖଣ୍ଡକ ପାଇଁ ଦାନା ସଂଗ୍ରହ କରିବାକୁ ସମସ୍ତଙ୍କୁ କାମ କରିବାକୁ ପଡୁଛି। ଏଥିରୁ ମହିଳା ଓ ଶିଶୁ ଶ୍ରମିକ ବାଦ୍‌ ପଡୁନାହାନ୍ତି।...

ରାତିରେ ଶୋଇଥିଲେ, ଦଂଶିଲା ସାପ

ପାଟଣା,୨୧।୬(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜଣେ ୪୫ ବର୍ଷୀୟା ମହିଳାଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ...

ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରି ଶବକୁ ପାଇଖାନା ଟାଙ୍କିରେ ପୋତିଲା ସ୍ତ୍ରୀ

ହରିଦ୍ୱାର, ୨୬।୭: ଉତ୍ତରାଖଣ୍ଡର ତୀର୍ଥ ନଗରୀ ଭାବେ ପରିଚିତ ଋଷିକେଶରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କ ପ୍ରେମିକ ସହିତ...

ଶୁଳିଆ ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୫।୧୦: ନୟାଗଡ଼ ଜିଲା ଓଡ଼ଗାଁ ଥାନା ଦ୍ୱିତିକେଶ୍ୱର ମନ୍ଦିର ନିକଟସ୍ଥ ଶୁଳିଆ ସଂରକ୍ଷିତ ଜଙ୍ଗଲରୁ ଶନିବାର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ୬୦୦ ଚାରା ରୋପଣ

ରଣପୁର,୫।୮(ସ୍ବ.ପ୍ର.): ସ୍ବଚ୍ଛ ଓ ଉତ୍ତମ ପରିବେଶ ସ୍ଥାପନ ଲକ୍ଷ୍ୟରେ ଶ୍ମଶାନକୁ ସଫା କରି ଚାରା ରୋପଣ ପରେ ଏବେ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଏହି...

ସ୍ବାସ୍ଥ୍ୟକେନ୍ଦ୍ର ଥାଇ ରୋଗୀଙ୍କୁ ମିଳୁନି ସେବା

କପ୍ତିପଦା,୨୬ା୮(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶିମିଳିପାଳ ପାଦଦେଶ ଆଦିବାସୀ ଅଧ୍ୟୁଷିତ କୁଳିଅଳମ୍‌ ପଞ୍ଚାୟତର ନଛିପୁରଠାରେ ୧୯୯୦ରେ ଖୋଲିଥିବା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥାଇ...

ଲୁହାପଥର ନିଲାମ ବିଫଳ

ଯାଜପୁର ଅଫିସ,୨୮।୮: ଶିଳ୍ପ ଆସିଲେ ବିକାଶର ଏକ ନୂତନ ଧାରା ସୃଷ୍ଟି ହେବ ବୋଲି ସରକାର ଯେଉଁ ଦୃଢ଼ୋକ୍ତି ପ୍ରକାଶ କରୁଥିଲେ ତାହା କଳିଙ୍ଗନଗର ଶିଳ୍ପାଞ୍ଚଳରେ...

Advertisement
Archives

Model This Week