ଭକ୍ତଙ୍କ ବିଶ୍ୱାସ ସହ ଖେଳ: ଅଙ୍ଗାର ପରେ ଚାଉଳ, ପନିପରିବା ମାନକୁ ନେଇ ଉଠିଲା ପ୍ରଶ୍ନ

ପୁରୀ ଅଫିସ,୨୪ା୧:ଶ୍ରୀମନ୍ଦିର ଭିତରକୁ ଯାଉଛି ବାହାର ଅଙ୍ଗାର। ଏହି ଅଙ୍ଗାରରେ ରୋଷଘରେ ପ୍ରସ୍ତୁତ ହେଉଛି ମହାପ୍ରସାଦ। ଏ ନେଇ ଗତ ଡିସେମ୍ବର ୧୮ତାରିଖ ଛତିଶା ନିଯୋଗ ବୈଠକରେ ଅଭିଯୋଗ ଉଠିଥିଲା। ପରବର୍ତ୍ତୀ ସମୟରେ ଏହାକୁ ସୁଆର ସେବକ ଏବଂ ଶ୍ରୀମନ୍ଦିର ପ୍ରଶାସନ ଏଡ଼ାଇ ଦେଇଥିଲେ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି କୁହାଯାଇଥିଲା। କିନ୍ତୁ ଅଙ୍ଗାର ବ୍ୟବସାୟ କରୁଥିବା ଜଣେ ମହିଳା ଶ୍ରୀମନ୍ଦିରକୁ ପ୍ରତ୍ୟେକ ଦିନ ୩୦ରୁ ୪୦ ବସ୍ତା ଅଙ୍ଗାର ଯାଉଥିବା ଗଣମାଧ୍ୟମ ଆଗରେ କହିବା ପରେ ଏବେ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ଚାଉଳ ଏବଂ ପନିପରିବା ମାନକୁ ନେଇ ଅଭିଯୋଗ କରିଛନ୍ତି ଜଣେ ସେବକ। ତେବେ ଏହି ସବୁ ଅଭିଯୋଗକୁ ଗୁରୁବାର ଖଣ୍ଡନ କରିଛି ସୁଆର ମହାସୁଆର ନିଯୋଗ। ତେଣୁ ଏଠି ପ୍ରଶ୍ନ ଉଠୁଛି ସତ କହୁଛି କିଏ? କାହିଁକି ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଏଭଳି ଧାରଣା ସୃଷ୍ଟି କରାଯାଉଛି? ବ୍ୟବସାୟିକ ଅଭିସନ୍ଧି ରଖି ଯଦି କେହି ବି କିଛି କହୁଥାନ୍ତି ତେବେ ଏହା ନିଶ୍ଚିତ ସାଂଘାତିକ। କାରଣ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି କୋଟି କୋଟି ଭକ୍ତଙ୍କ ପ୍ରଗାଢ ଭକ୍ତି ରହିଛି। ଅଙ୍ଗାର ପ୍ରସଙ୍ଗ ସତ ହେଉ କି ମିଛ ଏହାଦ୍ୱାରା ଭକ୍ତଙ୍କ ବିଶ୍ୱାସ ସହ ଖେଳ ଖେଳାଯାଉଛି। ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ମନ୍ଦିର ପ୍ରଶାସନ ହସ୍ତକ୍ଷେପ କରି ଏହାର ସତ୍ୟାସତ୍ୟ ସ୍ପଷ୍ଟ କରିବା ଦରକାର। ଯେଉଁମାନେ ଏଭଳି କରୁଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଶ୍ରଦ୍ଧାଳୁ କହିଛନ୍ତି।
ଡିସେମ୍ବର ୧୮ ତାରିଖରେ ଛତିଶା ନିଯୋଗ ବୈଠକରେ ଜଣେ ସେବକ ବାହାର ଅଙ୍ଗାର ଶ୍ରୀମନ୍ଦିର ଭିତରକୁ ଯାଉଥିବା ନେଇ ଅଭିଯୋଗ ଉଠାଇଥିଲେ। ଏହାକୁ ଅନ୍ୟ ସେବକମାନେ ବିରୋଧ କରିଥିଲେ। ପରେ ଏହି ପ୍ରସଙ୍ଗ ଶିଥିଳ ପଡ଼ିଯାଇଥିଲା। ବୁଧବାର ଦକ୍ଷିଣ ପାର୍ଶ୍ୱ ମଠ ଉଚ୍ଛେଦ କରାଯାଉଥିଲା। ଏହି ମଠରେ ଅଙ୍ଗାର ବ୍ୟବସାୟ କରୁଥିବା ଜଣେ ମହିଳା କହିଥିଲେ, ପ୍ରତିଦିନ ରୋଷଘରକୁ ଖଜାଭାଟିର ଅଙ୍ଗାର ଯାଉଛି। ସେହିପରି ସୁଆର ମହାସୁଆର ନିଯୋଗର ପୂର୍ବତନ ସହସମ୍ପାଦକ ନାରାୟଣ ମହାପାତ୍ର ଏହାକୁ ସ୍ବୀକାର କରିବା ସହ କହିଛନ୍ତି, ଏହା ଏବେର ନୁହେଁ ୮୦ ଦଶକରୁ ଏହି ଦ୍ୱନ୍ଦ୍ୱ ଉଠିଲାଣି। ଯେତିକି ଅଙ୍ଗାର ଦରକାର ତାହା ରୋଷଘରେ ପର୍ଯ୍ୟାପ୍ତ ହେଉନାହିଁ। ତେଣୁ ବାହାର ଖଜା ଭାଟି ଅଙ୍ଗାର ଅଣାଯାଉଛି। କିନ୍ତୁ ଏପରି ହେବା କଥା ନୁହେଁ। କେବଳ ଅଙ୍ଗାର ନୁହେଁ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ଚାଉଳ ଏବଂ ପନିପରିବାର ମାନ ଠିକ୍‌ ରହୁନାହିଁ। ଏପରି କି ତେଲ ବ୍ୟବହାର କରାଯାଉଛି। ଏ ବିଷୟରେ ମନ୍ଦିର ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉ ନ ଥିବା ମହାପାତ୍ର ଅଭିଯୋଗ କରିବା ସହ ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ଏହିସବୁ ଅଭିଯୋଗକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଖଣ୍ଡନ କରାଯାଇଛି। ମହାପ୍ରସାଦ ପ୍ରସ୍ତୁତିରେ କ୍ବାଲିଟି ଚାଉଳ, ଭଲ ପନିପରିବା ଓ ଘିଅ ବ୍ୟବହାର କରାଯାଉଛି ବୋଲି ନିଯୋଗ ସମ୍ପାଦକ ଗଣମାଧ୍ୟମ ଆଗରେ କହିଛନ୍ତି।
ଅନ୍ୟପକ୍ଷରେ ମହାପ୍ରଭୁଙ୍କ ମହାପ୍ରସାଦକୁ ନେଇ ଏଭଳି ଅଭିଯୋଗ ଉଠିବା ପରେ ବିବ୍ରତ ହୋଇପଡ଼ିିଛନ୍ତି ଭକ୍ତ। ବାଲେଶ୍ୱରର ସମ୍ବିତ ମହାନ୍ତି କହିଛନ୍ତି, ଏହି ଯେଉଁ ଅଭିଯୋଗ ଉଠୁଛି ସେଥିରେ ସତ୍ୟତା ଥାଉ କି ନ ଥାଉ ଏହାଦ୍ୱାରା ଭକ୍ତଙ୍କ ବିଶ୍ୱାସ ସହ ଖେଳ ଖେଳାଯାଉଛି। ମହାପ୍ରସାଦ ପ୍ରତି ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ତେଣୁ ଏହାର ପବିତ୍ରତା ରକ୍ଷା କରାଯିବା ଦରକାର। ବାହାର ଅଙ୍ଗାରରେ ରୋଷଘରେ ମହାପ୍ରସାଦ ପ୍ରସ୍ତୁତି ହେଉଥିଲେ ଏହା ସାଂଘାତିକ କଥା। ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଗୁରୁତର ସହ ନେବା ଦରକାର। ଯଦି ଏଥିରେ ସତ୍ୟତା ଥାଏ ତେବେ ବାହାରୁ ଅଙ୍ଗାର କିପରି ମନ୍ଦିର ଭିତରକୁ ଯାଉଛି, ସୁରକ୍ଷା କର୍ମୀମାନେ କରୁଛନ୍ତି କ’ଣ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ୍‌। ତେବେ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?