ବ୍ୟୁଟି ସାଲୁନ ‘ଏନ୍‌ରିଚ୍‌’ ଉଦ୍‌ଘାଟିତ

ଭୁବନେଶ୍ୱର, ୧୧ା୬(ବ୍ୟୁରୋ): ସମାଜରେ ବହୁ ଅସହାୟ ଓ ସୁବିଧାରୁ ବଞ୍ଚତ୍ତ ମହିଳା ରହିଛନ୍ତି, ଯେଉଁମାନଙ୍କୁ ରୋଜଗାର କରିବାକୁ ସୁଯୋଗ ତ ଛାଡ଼ ଖାଦ୍ୟ ବି ମିଳେନା। ଫଳରେ ସେମାନଙ୍କ ପାଇଁ ଜୀବନଧାରଣ କରିବା କଷ୍ଟସାଧ୍ୟ ହୋଇଯାଏ। ଏପରି ସ୍ଥିତିକୁ ଭୁବନେଶ୍ୱର ଲେଡିଜ୍‌ ସର୍କଲ-୧୨(ବିଏଲ୍‌ସି-୧୨) ପକ୍ଷରୁ ହୃଦୟଙ୍ଗମ କରାଯାଇ ଏକ ଅଭିନବ ପ୍ରୟାସ ସ୍ବରୂପ ଶହୀଦନଗରଠାରେ ବ୍ୟୁଟି ସାଲୁନ ‘ଏନ୍‌ରିଚ୍‌’ ଖୋଲାଯାଇଛି। ଏଠାରେ ଅସହାୟ ମହିଳାମାନଙ୍କୁ ତାଲିମ ଦିଆଯିବା ପରେ କାର୍ଯ୍ୟରେ ନିୟୋଜିତ କରାଯାଇଛି। ସେମାନେ କାହା ଉପରେ ନିର୍ଭର ନ କରି ଯେପରି ନିଜେ କାମ କରି ପେଟ ପୋଷିପାରିବେ ସେଥିପାଇଁ ବିଏଲ୍‌ସି-୧୨ ଦ୍ୱାରା ଏହି ବ୍ୟବସ୍ଥା କରାଯାଇଛି। ସାମାଜିକ କର୍ମୀ ତଥା ଆଇନଜୀବୀ ନମ୍ରତା ଚଢ଼ାଙ୍କ ଦ୍ୱାରା ରବିବାର ଉଦ୍‌ଘାଟିତ ହୋଇଥିବା ଏହି ସାଲୁନର ପରିଚାଳନା ଭାର ସାମାଜିକ ଅନୁଷ୍ଠାନ ‘ଗ୍ରାମ ଉତ୍‌ଥାନ’କୁ ହସ୍ତାନ୍ତର କରାଯାଇଛି। ଏନେଇ ବିଏଲ୍‌ସି-୧୨ର ଅଧ୍ୟକ୍ଷା ନାନ୍‌ସୀ ଖିମ୍‌ଜୀ କହିଛନ୍ତି, ଏହା ବିଏଲସିର ଏକ ଅଭିନବ ଉଦ୍ୟମ। ଓଡ଼ିଶାରେ ଏଭଳି କାର୍ଯ୍ୟ ପ୍ରଥମ ଥର ଲାଗି ହୋଇଥିବା ସେ କହିଛନ୍ତି।
ଉଲ୍ଲେଖଥାଉକି, ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗିି ସେମାନଙ୍କୁ ତାଲିମ୍‌ ଦିଆଯାଉଛି, ହେଲେ ଚାକିରି ମିଳିପାରୁନାହିଁ। ଚାକିରି ପାଇବା ଲାଗି ସେମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ୁଛି। କିନ୍ତୁ ବିଏଲ୍‌ସି-୧୨ର ଏହି ଅଭିନବ ପ୍ରୟାସ ଦ୍ୱାରା ସେମାନଙ୍କୁ ତାଲିମ୍‌ ସହ ଚାକିରି ମଧ୍ୟ ଦିଆଯାଉଛି। ଭବିଷ୍ୟତରେ ସେମାନେ ନିଜେ ରୋଜଗାର କରିବା ସହିତ ନିଜ ସ୍ବାଧୀନତା ଅନୁସାରେ କାର୍ଯ୍ୟ କରିପାରିବେ ଓ ନିଜ ନିଜ କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି କରିପାରିବେ ବୋଲି ବିଏଲ୍‌ସି-୧୨ ପକ୍ଷରୁ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି/ମୋହନା,୧୫।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri