ବ୍ୟାପକ ହେଉଛି ଚୋରା ଗଞ୍ଜେଇ ଚାଷ: କ୍ଷତି ସହୁଛି ରାଜକୋଷ

କଟକ ଅଫିସ,୧୪-୧:ରାଜ୍ୟରେ ବଢୁଛି ଗଞ୍ଜେଇ ଚାଷ। ଏହି ଚାଷ ପାଇଁ କ୍ଷତି ସହୁଛି ରାଜ୍ୟ ରାଜକୋଷ। କାରଣ ଗଞ୍ଜେଇ ଚାଷକୁ ରୋକିବା ଓ ନଷ୍ଟ କରିବା ପାଇଁ ସରକାରଙ୍କ ପକ୍ଷରୁ ଅବକାରୀ, ପୋଲିସ, ରାଜସ୍ବ ଓ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ପଛରେ ବାର୍ଷିକ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଗଞ୍ଜେଇ ଚାଷ ରୋକାଯିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ିଚାଲିଛି। ରାଜ୍ୟର ୧୦ ଜିଲାରେ ଏହି ଚୋରା ଗଞ୍ଜେଇ ଚାଷ କାୟା ମେଲିଛି। ସରକାରଙ୍କ ପ୍ରତିକାରମୂଳକ ପଦକ୍ଷେପ ସତ୍ତ୍ବେ ପ୍ରତିବର୍ଷ ଗଞ୍ଜେଇ ଚାଷର ଆୟତନ ବଢିବା ଘଟଣା ଚିନ୍ତାର କାରଣ ହୋଇଛି। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରମାଣ କରୁଛି ଯେ ସରକାରୀ ଅଧିକାରୀମାନଙ୍କ ସହିତ ଚୋରା ଗଞ୍ଜେଇ ଚାଷୀମାନଙ୍କର ଭିତିରି ସମ୍ପର୍କ ରହୁଛି। କିନ୍ତୁ ସରକାର ଅଯଥାରେ ରାଜକୋଷରୁ ବାର୍ଷିକ ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳ, ବୌଦ୍ଧ, ଦେବଗଡ଼, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ ଓ ସମ୍ବଲପୁର ଆଦି ଜିଲାରେ ଚୋରା ଗଞ୍ଜେଇ ଚାଷ କରାଯାଉଛି। ୨୦୧୭-୧୮ରେ ଏହି ୧୦ ଜିଲାର ୪୫୮୪.୨୦ ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଛି। ସେହିପରି ୨୦୧୮-୧୯ରେ ୯୪୭୩.୫୫ ଏବଂ ୨୦୧୯-୨୦(ଡିସେମ୍ବର ସୁଦ୍ଧା) ୯୫୬୭.୧୬ ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଛି। ଏ ବାବଦରେ କିଛି ମୁଷ୍ଟିମେୟ ଲୋକ ବିପୁଳ ଅର୍ଥ ରୋଜଗାର କରୁଥିବାବେଳେ ରାଜ୍ୟ ସରକାର ବହୁ ଅର୍ଥ ଖର୍ଚ୍ଚ କରି ମଧ୍ୟ ସେମାନଙ୍କୁ ଅଟକାଇ ପାରୁନାହାନ୍ତି। ଅବକାରୀ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, କେଉଁଠି ଜଙ୍ଗଲ ଜମିରେ ତ କେଉଁଠି ରାଜସ୍ବ ବିଭାଗ ଜମିରେ ଗଞ୍ଜେଇ ଚାଷ କରାଯାଉଛି। ସରକାରଙ୍କ ଜମିରେ ଏଭଳି ବେଆଇନ ଚାଷ ରୀତିମତ ବଢୁଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ରହୁନାହିଁ। ତେବେ ବିପୁଳ କ୍ଷତି ଓ ଅନ୍ୟ କେତେକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଞ୍ଜେଇ ଚାଷକୁ ରାଜ୍ୟରେ ଆଇନସମ୍ମତ ଅନୁମତି ଦେବାପାଇଁ ରାଜ୍ୟ ସରକାର ଗତ ନଭେମ୍ବରରେ ଉଦ୍ୟମ କରିଥିଲେ। ମାତ୍ର ବିଭିନ୍ନ ମହଲରୁ ବିରୋଧ କରାଯିବା ପରେ ସରକାର ଏଭଳି ନିଷ୍ପତ୍ତିରୁ ଓହରି ଯାଇଥିଲେ। କିନ୍ତୁ ଓଡ଼ିଶା ହେଉଛି ଗଞ୍ଜେଇ ଉତ୍ପାଦନରେ ଦେଶର ଏକ ପ୍ରମୁଖ ରାଜ୍ୟ। ଗୋଟିଏ ଏକର ଜମିରେ ୧୫୦୦ ଗଞ୍ଜେଇ ଗଛ ବଢ଼ିବାର କ୍ଷମତା ଓଡ଼ିଶା ମୃତ୍ତିକାରେ ରହିଥିବା ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଅବସରପ୍ରାପ୍ତ ଅବକାରୀ କମିଶନର ଦେବେନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ, ଦେଶର କେବଳ ହିମାଚଳ ପ୍ରଦେଶରେ ଗଞ୍ଜେଇ ଚାଷକୁ ସରକାରୀ ମାନ୍ୟତା ଦିଆଯାଇଛି। ଓଡ଼ିଶାରେ ଗଞ୍ଜେଇ ଉତ୍ପାଦନ ପାଇଁ ଭିତ୍ତିଭୂମି ରହିଛି। ଯଦି ସରକାର ଏହାକୁ ଏକ ସୀମିତ ଅଞ୍ଚଳରେ ସୁରକ୍ଷାବଳୟ ମଧ୍ୟରେ ଔଷଧୀୟ ବ୍ୟବହାର ପାଇଁ ଚାଷ କରନ୍ତେ, ତେବେ ସରକାରଙ୍କ ରାଜସ୍ବ ବଢିବା ସହିତ ଏହା ମଧ୍ୟ ରୋଗୀ କଲ୍ୟାଣରେ ଲାଗିପାରନ୍ତା।
ଅବକାରୀ ବିଭାଗ କହିବା ଅନୁଯାୟୀ, ଗୋଟିଏ ଗଞ୍ଜେଇ ଗଛ ମୂଲ୍ୟକୁ ୧ହଜାର ଟଙ୍କାରେ ଆକଳନ କରାଯାଇଥାଏ। ଏହି ଅନୁପାତରେ ଦେଖିଲେ ବିଗତ ୩ ବର୍ଷରେ ରାଜ୍ୟରେ ମୋଟ ୩ହଜାର ୬୭ କୋଟି ୧୨ ଲକ୍ଷ ୩୬ହଜାର ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। କହିବାକୁ ଗଲେ, ବର୍ଷକୁ ଯେତିକି ଗଞ୍ଜେଇ ଗଛ ନଷ୍ଟ କରାଯାଉଛି ତାହାର ମୂଲ୍ୟକୁ ଦେଖିଲେ ରାଜ୍ୟ ବଜେଟର ଏକ ପ୍ରମୁଖ ଭାଗ ସହିତ ସମାନ ହେବ।
ଅବକାରୀ କମିଶନର ଅଞ୍ଜନ କୁମାର ମାଣିକଙ୍କ କହିବା ଅନୁଯାୟୀ, ବେଆଇନ ଚାଷ ଉପରେ ତୀକ୍ଷ୍ମଣ ନଜର ରଖାଯାଇଛି। ସୂଚନା ମିଳିବା ମାତ୍ରେ ତାହାକୁ ନଷ୍ଟ କରାଯାଉଛି ଓ ଚୋରା ବ୍ୟବସାୟୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri