ବ୍ୟାଙ୍କ ସୁରକ୍ଷା ଯାଞ୍ଚ କଲା ପୋଲିସ

ବ୍ରହ୍ମପୁର ପୋଲିସ, ୩୧ା୭- ବ୍ୟାଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା ରହିଥିବା ଯୋଗୁ ବିଗତ ଦିନରେ ଅନେକ ଗ୍ରାହକ ଠକେଇର ଶିକାର ହୋଇଥିବା ନଜିର ରହିଛି। ଏପରିକି ଗ୍ରାହକମାନେ ବିଭିନ୍ନ ସମୟରେ ବ୍ୟାଙ୍କରେ ନାନା ପ୍ରକାର ଠକେଇର ଶିକାର ହେଉଛନ୍ତି। ଗତ କିଛିଦିନ ତଳେ ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନରେ ଥିବା କାନରା ବ୍ୟାଙ୍କରେ ଜଣେ ଗ୍ରାହକଙ୍କୁ କେତେକ ଯୁବକ ଟଙ୍କା ଗଣିବା ବାହାନାରେ ତାଙ୍କର ୨୨ ହଜାର ଟଙ୍କା ଠକି ନେଇଥିଲେ। ବ୍ରହ୍ମପୁର ପୋଲିସ ଜିଲାର ବିଭିନ୍ନ ଥାନା ଇଲାକାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡିକରେ ମଙ୍ଗଳବାର ପୋଲିସ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି। ମଙ୍ଗଳବାର ପୋଲିସର ବିଭିନ୍ନ ଟିମ ବିଭିନ୍ନ ବ୍ୟାଙ୍କକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ରାହକମାନଙ୍କୁ ଠକମାନେ ବ୍ୟାଙ୍କରେ କିପରି ଠକେଇ କରୁଛନ୍ତି ସେ ସମ୍ପର୍କରେ ଗ୍ରାହକମାନଙ୍କୁ ପୋଲିସ ସଚେତନ କରିଥିଲା। ବ୍ୟାଙ୍କରେ ଅଜଣା ବ୍ୟକ୍ତିଙ୍କୁ ଟଙ୍କା ଗଣିବା ପାଇଁ କିମ୍ବା ଜମା କରିବା ପାଇଁ ନ ଦେବାକୁ ପୋଲିସ ଗ୍ରାହକଙ୍କୁ ସଚେତନ କରିଛି। ସେହିପରି ଏଟିଏମରୁ ଟଙ୍କା ଉଠାଣ ବା ଜମା କରିବା ବେଳେ ଅଜଣା ଲୋକଙ୍କୁ ଏଟିଏମ କାର୍ଡ କିମ୍ବା ଗୁପ୍ତ ନମ୍ବର ନ ଦେବାକୁ ଗ୍ରାହକଙ୍କୁ ପୋଲିସ ପରାମର୍ଶ ଦେଇଥିଲା। ଯାଞ୍ଚ ବେଳେ ବିନା କୌଣସି କାମରେ ବ୍ୟାଙ୍କ ଭିତରେ ଥିବା ଲୋକମାନଙ୍କୁ ନ ରହିବାକୁ କୁହାଯାଇଥିଲା ା ଏସ୍‌ବିଆଇ, କାନରା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଭଳି ଅନେକ ସରକାରୀ ଓ ବେସରକାରୀ ବ୍ୟାଙ୍କରେ ପୋଲିସ ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲା। କୌଣସି ଦୁର୍ଘଟଣା ଘଟିଲେ ବ୍ୟାଙ୍କରେ ଆଲରାମ ବାଜୁଛି କି ନାହିଁ, ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି କି ନାହିଁ, ଯଦି ସୁରକ୍ଷାକର୍ମୀ ଅଛି ତେବେ ସେମାନେ ବ୍ୟାଙ୍କର ସୁରକ୍ଷା ସାଙ୍ଗକୁ ଗ୍ରାହକଙ୍କ ସୁରକ୍ଷା ସମ୍ପର୍କରେ ତାଲିମପ୍ରାପ୍ତ କି ନାହିଁ ସେନେଇ ପୋଲିସ ଯାଞ୍ଚ କରିଥିଲା। ଏପରିକି ବ୍ୟାଙ୍କ ଭିତରେ ଓ ବାହାରେ ଖଞ୍ଜାଯାଇଥିବା ସିସି କେମେରା ଗୁଡିକ ଠିକ କାମ କରୁଛି କି ନାହିଁ ତାହାର ମଧ୍ୟ ପୋଲିସ ଯାଞ୍ଚ କରିଥିଲା। ବିଶେଷକରି ଗ୍ରାହକଙ୍କୁ ସଚେତନ କରାଇବା ସହ ଉଭୟ ବ୍ୟାଙ୍କ ଓ ଗ୍ରାହକଙ୍କ ସୁରକ୍ଷା ପାଇଁ ଏଭଳି ଯାଞ୍ଚ କରାଯାଉଛି ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri