ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଭିଡ଼: ରହୁନି ସାମାଜିକ ଦୂରତ୍ୱ, ଦାରିଙ୍ଗବାଡି ପୋଲିସର ମୃଦୁ ଲାଠିଚାଳନା

ଦାରିଙ୍ଗବାଡ଼ି,୧୫।୪(ଡି.ଏନ୍‌.ଏ): ସରକାରଙ୍କ ପକ୍ଷରୁ ଲକ୍‌ଡାଉନ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାକୁଳତା ବଢ଼ିଯାଇଛି। ସରକାରଙ୍କ ବିଭିନ୍ନ ସହାୟତାରାଶି ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ବେଳେ ଏହାକୁ ନେବା ପାଇଁ ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଭିଡ଼ ଜମୁଛି। ପୂର୍ବାହ୍ନ ୧୦ଟାରେ ବ୍ୟାଙ୍କ ଖୋଲୁଥିବା ବେଳେ ସକାଳ ୭ରୁ ସେଠାରେ ଲୋକଙ୍କ ଗହଳି ଜମିଯାଉଛି। ସାମାଜିକ ଦୂରତ୍ୱ ରହୁ ନାହିଁ। ଫଳରେ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଫେଲ ମାରୁଛି। ଫଳରେ ବୁଧବାର ସକାଳ ୮ଟାରେ ଦାରିଙ୍ଗବାଡ଼ିସ୍ଥିତ ସିମନବାଡ଼ି ବ୍ୟାଙ୍କରେ ଏତେ ଭିଡ଼ ଜମିଥିଲା ଯେ ପୋଲିସ ପକ୍ଷରୁ ଭିଡ଼ କମାଇବା ପାଇର୍ଁ ମୃଦୁ ଲାଠିଚଳନା କରିବାକୁ ପଡ଼ିଥିଲା। ସେହିପରି ଗ୍ରୋସରୀ କିଣିବା ବାହାନାରେ ଲୋକେ ଭିଡ଼ ଜମାଉଥିବା ବେଳେ ବ୍ୟାଙ୍କ, ମେଡିକଲର ବାହାନା ଦେଖାଇ ବହୁ ଅମାନିଆ ବାହାରେ ବୁଲୁଛନ୍ତି। ଏ ନେଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେପଟେ ବହୁତ କମ୍‌ ସମୟ ପାଇଁ ବ୍ୟାଙ୍କରେ ନେଣଦେଣ କରାଯାଉଥିବାରୁ ସକାଳ ୮ଟାରୁ ଖୋଲିବା ପାଇଁ ହିତାଧିକାରୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବିତ ପାଉଁଶ ଇଟା କାରଖାନାକୁ ବିରୋଧ: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ପାଟଣା ,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ତଥା ପାଟଣା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଟାଇଁସିରା ମୌଜାରେ ପ୍ରସ୍ତାବିତ ଏକ ପାଉଁଶ ଇଟା କାରଖାନା ନିର୍ମାଣକୁ...

କଂଗ୍ରେସ ପକ୍ଷରୁ ଖାଦ୍ୟ ବଣ୍ଟନ

ବାଲେଶ୍ୱର ଅଫିସ, ୧୫।୪-କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ନେଇ ସମଗ୍ର ବାଲେଶ୍ୱର ସହରରେ ଜିଲା ପ୍ରଶାସନ ପକ୍ଷରୁ ତାଲା ବନ୍ଦ ଘୋଷଣା କରଯାଇଥିବାରୁ ସହରର ଗରିବ...

କୁଶୁନୁପୁରରେ ଅଗ୍ନିକାଣ୍ଡ: ୯ ପରିବାର କ୍ଷତିଗ୍ରସ୍ତ

କଣ୍ଟାପଡା,୬।୧୦(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ତହସିଲ ଅନ୍ତର୍ଗତ ଡିମିରି ପଞ୍ଚାୟତର କୁଶୁନୁପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୯ଟି ପରିବାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ଜନତା କର୍ଫ୍ୟୁ : ଚାରିଆଡ଼େ ଖାଁ ଖାଁ ପରିବେଶ

କେସିଙ୍ଗା,୨୨।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ୧୧୦ଟି ଗ୍ରାମର ଲୋକେ ରବିବାର ସକାଳ ୭ଟାରୁ କେନ୍ଦ୍ର ସରକାରଙ୍କ ଜନତା କର୍ଫ୍ୟୁ ନିୟମ ସମ୍ପୂର୍ଣ୍ଣ...

ପାଣି ଲାଗି ହଟହଟା ପଡ଼ାବାସୀ

ବିନିକା,୧୬ା୫(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ ଅନ୍ତର୍ଗତ ସାଲମାଟିକ୍ରାର ସମଲେଇ ପଡା। ଏହି ପଡ଼ାବାସୀ ଏବେ ଘୋର ପାନୀୟ ଜଳାଭାବର ସମ୍ମୁଖୀନ ହୋଇଛନ୍ତି।...

ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ, ଆଇରନ୍‌ ଚେଷ୍ଟ ଭାଙ୍ଗି ନ ପାରି ଫେରିଗଲେ

ଶେରଗଡ଼,୧୭ା୬(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ଠୁରୁବୁରାଇ ଗ୍ରାମସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତ ଚୋରି ଉଦ୍ୟମ କରିଥିଲେ। ବ୍ୟାଙ୍କର ମୁଖ୍ୟ କବାଟ ଭାଙ୍ଗି...

ବଜାର ସଫେଇ କଲେ ଛାତ୍ରୀଛାତ୍ର

ଛତିଆ,୪ା୧୦(ଡି.ଏନ୍‌.ଏ.): ଛତିଆ ବଜାରରେ ଦୀର୍ଘଦିନ ଧରି ପଡିରହିଥିବା ଅଳିଆ ଆବର୍ଜନାକୁ ଗୁରୁବାର ମଣିଆସ୍ଥିତ ଡିଏଭି ପଦ୍ମାବତୀ ସ୍କୁଲ ଛାତ୍ରୀଛାତ୍ର ସଫା କରିଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣା...

କୋରାପୁଟ ଜିଲାରେ ୨୬୧.୫ ମି.ମି. ବର୍ଷା ରେକର୍ଡ

କୋରାପୁଟ,୧୮।୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଗୁରୁବାର ୨୬୧.୫ ମି.ମି. ବର୍ଷା ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ସର୍ବାଧିକ ୫୦ମି.ମି. ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି...

Coronavirus Update


Archives

Model This Week

Why Dharitri