ବ୍ୟାଙ୍କ ମ୍ୟାନେଜର ରଞ୍ଜିତାଙ୍କ ରହସ୍ୟଜନକ ମୃତ୍ୟୁ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ପ୍ଲଟ୍‌ ନଂ.ଏମ୍‌ଆଇଜି-୫୧ରେ ଜଣେ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ନବରଙ୍ଗପୁରର ଆର୍‌. ରଞ୍ଜିତା ରାଓ(୩୧)। ରଞ୍ଜିତା ଅଶୋକ ନଗର ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଭାବେ କାର୍ଯ୍ୟ କରିବା ସହ ଏଠାରେ ଘର ଭଡ଼ା ନେଇ ରହୁଥିଲେ। ବେକରେ ଚୁନି ବନ୍ଧା ଅବସ୍ଥାରେ ମୃତଦେହଟି ଝୁଲି ରହିଥିଲା। ଗୁରୁବାର ସକାଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ୩୧୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପୋଲିସ ଆତ୍ମହତ୍ୟା ସନ୍ଦେହ କରୁଥିବାବେଳେ ଝିଅର ଏଭଳି ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ରାତିରେ ମା’ଙ୍କ ସହ ସ୍ବାଭାବିକ ଭାବେ କଥାବାର୍ତ୍ତା ହୋଇ ଶୋଇବାକୁ ଯାଇଥିବା ରଞ୍ଜିତା କାହିଁକି ଆତ୍ମହତ୍ୟା କଲେ ତାହା ସେମାନଙ୍କୁ ଚକିତ କରିଦେଇଛି।
ରଞ୍ଜିତା ଦୁଇବର୍ଷ ହେବ ଭୁବନେଶ୍ୱର ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଦଶଦିନ ତଳେ ମା’ ଆସି ତାଙ୍କ ନିକଟରେ ରହୁଥିଲେ। ବୁଧବାର ମଧ୍ୟ ବାପା ଆସିଥିଲେ। ବାପା ଓ ମା’ଙ୍କ ସହ ସେ ବେଶ୍‌ ହସଖୁସିରେ ଥିଲେ। କିଛିଦିନ ହେବ ତାଙ୍କର ବିବାହ ପାଇଁ ବହୁ ପ୍ରସ୍ତାବ ଆସୁଥିଲା। ମା’ଙ୍କ କହିବାନୁଯାୟୀ, ବୁଧବାର ରାତି ୧୦ଟାରେ ଝିଅ ସହ ଖାଦ୍ୟ ଖାଇବା ପରେ ଲୁଡୁ ଖେଳିଥିଲେ। ଖେଳିବା ସମୟରେ ରଞ୍ଜିତା ବେଶ୍‌ ଖୁସି ଥିଲେ। ଏହାପରେ ସେ ନିଜ ରୁମ୍‌କୁ ଶୋଇବାକୁ ଯାଇଥିଲେ। ସକାଳୁ ଉକ୍ତ ରୁମ୍‌ କବାଟ ଭିତରପଟୁ ଅଧା ବନ୍ଦ ରହିଥିଲା। ମା’ ଡାକିବାକୁ ରୁମ୍‌ ଭିତରକୁ ଯାଇ ଝିଅର ମୃତଦେହ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ରଞ୍ଜିତା କାହାକୁ ଭଲ ପାଉଥିବା ନେଇ କେତେବେଳେ ବି ପରିବାର ଲୋକଙ୍କୁ କହି ନ ଥିବା ମା’ କହିଛନ୍ତି। ଏପରିସ୍ଥଳେ ରଞ୍ଜିତାଙ୍କ ମୃତ୍ୟୁର କାରଣ ଖୋଜିବା ସହ ଅନ୍ୟ କେତେକ ଦିଗକୁ ନେଇ ତଦନ୍ତକୁ ଆଗକୁ ବଢ଼ାଇଛି ପୋଲିସ।
ଇତିମଧ୍ୟରେ ପୋଲିସ ତାଙ୍କ ଫୋନ୍‌ କଲ୍‌ ଓ ସୋସିଆଲ ମିଡିଆ ଆକାଉଣ୍ଟ୍‌କୁ ଯାଞ୍ଚ କରିଛି। ବୁଧବାର ଅପରାହ୍ନ ୩ଟା ୧୮ରେ ରଞ୍ଜିତା ଶେଷଥର ପାଇଁ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ବଲିଉଡ୍‌ ମୁଭି ମେରି ପ୍ୟାରି ବିନ୍ଦୁର ଏକ ଦୁଃଖଭରା ଗୀତକୁ ଶେୟାର କରିଛନ୍ତି। ତା’ପୂର୍ବରୁ ମଧ୍ୟ ଜୀବନ ଓ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ ଦେଖିବାକୁ ମିଳିଛି ସୋସିଆଲ ମିଡିଆ ଟାଇମ୍‌ ଲାଇନ୍‌ରେ। ରଞ୍ଜିତାଙ୍କ ବାପା କହିଛନ୍ତି, କିଛିଦିନ ହେଲା ସେ ଡିପ୍ରେସନ୍‌ ରହିବା ସହ ଭଲରେ ଖିଆପିଆ କରୁ ନ ଥିଲେ। ଗତ ୩ମାସ ତଳେ ରଞ୍ଜିତା ଅଚେତ ମଧ୍ୟ ହୋଇଯାଇଥିଲେ। ସେ କୌଣସି ଏକ ରୋଗର ଶିକାର ହୋଇ ଚିକିତ୍ସିତ ହେଉଥିଲେ ଓ ରୋଗ ଯନ୍ତ୍ରଣା ସହ୍ୟ କରି ନ ପାରି ରଞ୍ଜିତା ହୁଏତ ଏପରି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ଅନ୍ୟପକ୍ଷରେ ରଞ୍ଜିତାଙ୍କର ଚାକିରି କିମ୍ବା ପ୍ରେମଜନିତ ଚାପ ଥିଲା କି ନାହିଁ ତାହାର ଖୋଳତାଡ଼ କରୁଛି କମିଶନରେଟ ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବିରୁ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି

କଟକ ଅଫିସ,୧୦।୭: ଏସ୍‌ସିବି ମେଡିକାଲ ଅଡିଟୋରିୟମରୁ ପ୍ରାୟ ୩୦ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଜଣାପଡ଼ିଛି। କେବେଠୁ ଏହି ଚୋରି ହେଲାଣି ସେ ସମ୍ପର୍କରେ ମେଡିକାଲ...

କରୋନା ଜାଲରେ କଟକ ସହର: ଚିହ୍ନଟ ହେଲେ ଆଉ ୧୧ ଆକ୍ରାନ୍ତ

କଟକ ଅଫିସ, ୪।୭: କଟକରେ ଶନିବାର ଆଉ ୧୧ ନୂଆ କରୋନା ପଜିଟିଭ୍‌ କେସ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା...

ଓଡ଼ିଶା ଅଣାଯିବ କଳ୍ପନାଙ୍କ ମର ଶରୀର, ନେପାଳରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଲେ ରାଜ୍ୟ କ୍ରୀଡ଼ା ସଚିବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟର ପ୍ରଥମ ଏଭରେଷ୍ଟ ଅରୋହଣକାରୀ କଳ୍ପନା ଦାଶଙ୍କ ମର ଶରୀର ଓଡ଼ିଶାକୁ ଅଣାଯିବ। ଏ ନେଇ ଶୁକ୍ରବାର ରାଜ୍ୟ କ୍ରୀଡ଼ା ସଚିବ ନେପାଳରେ ଥିବା...

ଛୋଟାଙ୍କୁ ୩ ଦିନ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୧୮।୭: ଖୋର୍ଦ୍ଧା ଜିଲାର ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କୁ ଗୁରୁବାର, ଶୁକ୍ରବାର ଓ ଶନିବାର ୩ ଦିନ ପାଇଁ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌...

ବରଗଡ଼ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘରୋଇ କ୍ଲିନିକ ୭୨ ଘଣ୍ଟା ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୭।୭: ବରଗଡ଼ ସହରରେ ଥିବା ହାଟପଦାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ତୋରାସ୍ଥିତ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ‘ମେହେର କ୍ଲିନିକ’କୁ ମଙ୍ଗଳବାରଠାରୁ ୭୨ ଘଣ୍ଟା ପାଇଁ...

ଅନ୍‌ଲାଇନ୍‌ରେ ହେବ ଟ୍ରେଡ୍‌ ଲାଇସେନ୍ସ ଆବେଦନ

ଭୁବନେଶ୍ୱର, ୪ା୩ (ବ୍ୟୁରୋ): ଭୁବନେଶ୍ୱରର ବ୍ୟବସାୟୀମାନେ ପ୍ରଥମଥର ବିନା କିଛି ଝିଞ୍ଜଟରେ ଏବେ ଟ୍ରେଡ୍‌ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ଲାଇସେନ୍ସ ପାଇବାକୁ ସେମାନଙ୍କୁ ଆଉ...

ଗଛ ଲଗାଅ, ପୃଥିବୀ ବଞ୍ଚାଅ ଅଭିଯାନ: ବିଦ୍ୟାଳୟରେ ଚାରାରୋପଣ

ଖଣ୍ଡପଡ଼ା,୧୮ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ନ ହେଲେ ଅତି ଶୀଘ୍ର ମାନବ ସମାଜ ସହ ପୃଥିବୀରେ ବସବାସ କରୁଥିବା ଜୀବଜଗତ ଲୋପ ପାଇବାର ଆଶଙ୍କା...

ସେବାଶ୍ରମ ଛାତ୍ରୀଙ୍କୁ ପଢ଼ାଇଲେ ମନ୍ତ୍ରୀ

ଦାରିଙ୍ଗବାଡି,୧୭ା୧୨(ଡି.ଏନ୍‌.ଏ.)-ଆଇଟି ଏବଂ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଦାରିଙ୍ଗବାଡି ବ୍ଲକ ଗସ୍ତରେ ଆସିଥିଲେ। ସୋମବାର ପୂର୍ବାହ୍ନରେ ସ୍ଥାନୀୟ କନ୍ୟାଶ୍ରମକୁ ଯାଇଥିବା ବେଳେ ସେଠାରେ...

Advertisement


Archives

Model This Week

Why Dharitri