ବ୍ୟାଙ୍କ୍‌ କର୍ମଚାରୀଙ୍କଠାରୁ ୩୫ଲକ୍ଷ ଲୁଟ୍‌ ଘଟଣା : ୩ ଟିମ୍‌ର ଖୋଳତାଡ଼, ମିଳିଛି ସୁରାକ

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ନିଆଳିସ୍ଥିତ ଇଣ୍ଡିିଆନ୍‌ ବ୍ୟାଙ୍କ୍‌ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ୩୫ ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ଅତିରିକ୍ତ ପୋଲିସ କମିଶନରଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରାଯାଇ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଟିମ୍‌ରେ ସ୍ପେଶାଲ ସ୍କ୍ବାଡ୍‌ ଏବଂ କ୍ୟୁଏଟି ରହିଛି। ତେବେ ତଦନ୍ତବେଳେ ଟିମ୍‌ ହାତରେ କିଛି ସୁରାକ ଲାଗିଥିବା ଜଣାପଡିଛି। ଏହି ଦୁଇ ଜଣ ବ୍ୟକ୍ତି ବ୍ୟାଙ୍କ୍‌ କର୍ମଚାରୀଙ୍କ ଲିଙ୍କ୍‌ରେ ରହିଥିବା ପୋଲିସ ସିଡିଆର୍‌ ରିପୋର୍ଟରୁ ଜାଣିବାକୁ ପାଇଛି। ତେଣୁ ପୋଲିସ ସେମାନଙ୍କୁ ପଚରାଉଚରା କରିବାସହ ଲୁଟରେ ସେମାନଙ୍କ ସମ୍ପର୍କ ରହିଛି କି ନାହିଁ ସେନେଇ ପ୍ରମାଣ ଯୋଗାଡ କରୁଛି। ଅନ୍ୟପକ୍ଷରେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଧାରାକୁ ନେଇ ନାନା ପ୍ରଶ୍ନ ଉଠୁଛି। ବିନା ସୁରକ୍ଷାକର୍ମୀରେ ପୁଣି ଭଡ଼ା ଗାଡ଼ିରେ ଏତେ ଟଙ୍କା କିଭଳି ନିଆଯାଉଥିଲା, ତାହାକୁ ନେଇ ପୋଲିସର ସନ୍ଦେହ ବଢ଼ିଛି। ତେଣୁ ପୋଲିସ ବ୍ୟାଙ୍କର ଏକାଧିକ କର୍ମଚାରୀଙ୍କୁ ପଚରାଉଚରା କରିଛି। ଏପରି କି ଟଙ୍କା ନିଆଯିବା ସ୍ଥାନରୁ ଲୁଟ୍‌ ପର୍ଯ୍ୟନ୍ତ ବାଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରି ଯାଞ୍ଚ କରୁଛି। ଯାଞ୍ଚ ଫଳରେ ପୋଲିସକୁ ଏହି ସିସିଟିଭି ଫୁଟେଜ ଦ୍ୱାରା ଏକ ବଡ ପ୍ରମାଣ ମିଳିିଛି। ଲୁଟ ସମୟରେ ଆସିଥିବା ଏକ ଇନୋଭା ଗାଡି ସମ୍ପର୍କରେ ତଦନ୍ତ କରିବା ପରେ ପୋଲିସ ଦୁଇ ଜଣଙ୍କୁ ସନ୍ଦେହରେ ଧରିଛି।
ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା ଖାରବେଳ ଇଷ୍ଟେଟ ନିକଟ ନିଛାଟିଆ ଶ୍ମଶାନ ପଡିଆ ନିକଟରେ ଶନିବାର ସନ୍ଧ୍ୟାରେ ଏହି ଡକାୟତି ହୋଇଥିଲା। ନିଆଳି ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖାରୁ ୨ ଜଣ କର୍ମଚାରୀ ଏକ ଓଲା କାରରେ ୩୫ଲକ୍ଷ ଟଙ୍କା ନେଇ ଶହୀଦନଗର ମୁଖ୍ୟ ଶାଖାରେ ଜମା କରିବା ପାଇଁ ଆସୁଥିଲେ। ହେଲେ ବାଟରେ ଏକ ଇନୋଭା କାର୍‌ ସେମାନଙ୍କୁ ପିଛା କରି ସାଇଟ ମାରିଥିଲା। ପରେ ଓଲା କାର ନରଖି କଚା ରାସ୍ତା ଦେଇ କିଛି ବାଟଯିବା ପରେ ଦୁବୃର୍ତ୍ତମାନେ ଉକ୍ତ କାରକୁ ଅଟକାଇଥିଲେ। ପରେ ଇନୋଭାରେ ବସିଥିବା ୭ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ୩୫ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri