ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ନୀତି

ପୁରୀ ଅଫିସ,୨୮।୨: ଶ୍ରୀମନ୍ଦିରରେ ଅନେକ ସମୟରେ ନୀତିରେ ବିଳମ୍ବ ହେଉଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଠିକ୍‌ ଭାବେ ଠାକୁରଙ୍କୁ ଦର୍ଶନ କରିପାରୁ ନ ଥିବାବେଳେ ମହାପ୍ରସାଦ ବାହାରିବାରେ ଡେରି ହେଉଛି। ଫଳରେ ବିଭିନ୍ନ ସମୟରେ ଭକ୍ତ ଅବଢା ନ ପାଇ ଫେରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ନୀତିକାନ୍ତିଙ୍କୁ କିପରି ସୁବ୍ୟବସ୍ଥିତ କରାଯିବ ସେ ନେଇ ତତ୍ପରତା ଦେଖାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଣିକି ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ୨ ଘଣ୍ଟା ନୀତି ପ୍ରଶାସକ ଶ୍ରୀମନ୍ଦିର ପରିସର ଶାଖା କାର୍ଯ୍ୟାଳୟରେ ବସିବେ। ନୀତି କିପରି ଧାର୍ଯ୍ୟ ସମୟରେ ସମ୍ପାଦିତ ହେବ ତାହା ଉପରେ ନଜର ରଖିବେ ଏବଂ ଏ ସଂକ୍ରାନ୍ତୀୟ ଅଭିଯୋଗ ମଧ୍ୟ ଶୁଣିବେ। ଗୁରୁବାରଠାରୁ ଶାଖା କାର୍ଯ୍ୟାଳୟ ପରିସରରେ ନୀତି ପ୍ରଶାସକଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହୋଇଛି।
ମହାପ୍ରଭୁଙ୍କ ସେବାପୂଜାରେ ବିଳମ୍ବ ସଂକ୍ରାନ୍ତରେ ପୂର୍ବରୁ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଯେଉଁ ପାଳିଆ ସେବକ ତିନିଥର ନୀତିରେ ବିଳମ୍ବ କରିବେ ତାଙ୍କୁ ସେବାରୁ ବହିଷ୍କାର କରାଯିବ। ଏପରି କି ଜାଣିଶୁଣି ଯଦି କେହି ଥରେ ବି ବିଳମ୍ବ କରୁଥିବା ଜଣାପଡ଼ିିବ ତେବେ ଶାଢିବନ୍ଧା ରଦ୍ଦ ସହିତ ତାଙ୍କୁ ମଧ୍ୟ ସେବାରୁ ବିଦା କରାଯିବ ବୋଲି ଗତବର୍ଷ ଜାନୁୟାରୀ ୨୯ ତାରିଖ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାପରେ କିଛି ମାସ ଠାକୁରଙ୍କ ନୀତିକାନ୍ତି ଠିକ୍‌ଠାକ ଚାଲିଲା। ପରବର୍ତ୍ତୀ ସମୟରେ ଏହା ଅକାମୀ ହୋଇପଡ଼ିିଲା। ଗତ କିଛିମାସ ହେବ ପୁଣି ନୀତିକାନ୍ତି ବିଳମ୍ବ ହେଉଛି। ଗତ ୨୪ ତାରିଖରେ ସୁଆର ମହାସୁଆର ନିଯୋଗ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସ୍ମାରକପତ୍ର ଦେଇଛି। ଏଥିରେ ନିଯୋଗ ଦର୍ଶାଇଥିଲା ଯେ, ଶ୍ରୀମନ୍ଦିରରେ ବ୍ୟବସ୍ଥାବଳୀ ଲାଗୁ ହେବାଠାରୁ ଭୋଗମଣ୍ଡପ ଧାର୍ଯ୍ୟ ସମୟରେ ସରୁଥିବାରୁ ଭକ୍ତ ଓ ଜନସାଧାରଣ ବିକ୍ରି ଭୋଗ ଓ ବରାଦି ଭୋଗ ଠିକ୍‌ ସମୟରେ ପାଇ ଆନନ୍ଦିତ ହେଉଥିଲେ। ପ୍ରାୟ ୨ ମାସ ହେବ ଶ୍ରୀମନ୍ଦିର ନୀତି ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ସରୁଛି। ନୀତିକାନ୍ତି ଠିକ୍‌ ଭାବେ ତଦାରଖ କରାଯାଉ ନ ଥିବାରୁ ଭକ୍ତମାନେ ଦର୍ଶନ କରି ମହାପ୍ରସାଦ ନ ପାଇ ମନଦୁଃଖରେ ଫେରୁଛନ୍ତି। ସୂପକାର ସଭ୍ୟମାନେ ଧାର୍ଯ୍ୟ ସମୟ ମଧ୍ୟରେ ଭୋଗ ରନ୍ଧନ କରୁଛନ୍ତି। କିନ୍ତୁ ଭୋଗ ନିର୍ଘଣ୍ଟ ସମୟରେ ସରୁ ନ ଥିବାରୁ ମହାପ୍ରସାଦ ଯୋଗାଇ ନ ପାରି ଅଯଥାରେ ନିନ୍ଦିତ ହେଉଛନ୍ତି। ତେଣୁ ଧାର୍ଯ୍ୟ ସମୟରେ କିପରି ନୀତି ସମ୍ପାଦିତ ହେବ ତାହାର ତଦାରଖ ଲାଗି ନୀତି ପ୍ରଶାସକ ପ୍ରତ୍ୟହ ୨ ଘଣ୍ଟା ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ବସିବା ଲାଗି ସ୍ଥିର ହୋଇଛି। ଏଥିସହ ନୀତି ସଂକ୍ରାନ୍ତୀୟ ଅଭିଯୋଗ ମଧ୍ୟ ଶୁଣିବେ। ପୂର୍ବରୁ ଦିନବେଳା ଯେପରି ନୀତି ପ୍ରଶାସକ ନୀତିର ତଦାରଖ କରୁଥିଲେ ସେପରି କରିବେ। ସନ୍ଧ୍ୟାରେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ପହଞ୍ଚତ୍ ନୀତିକାନ୍ତି କଥା ବୁଝିବେ ବୋଲି ଜଣାପଡ଼ିିଛି ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri