ବ୍ୟବସାୟୀ ରାକେଶ ହତ୍ୟାକାଣ୍ଡର ପର୍ଦ୍ଦାଫାସ:ପୁଅ ମୁଖ୍ୟ ଅଭିଯୁକ୍ତ

ବାଲିଆପାଳ, ୨୪।୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନାର ଟାଙ୍ଗରପିଟା ଗ୍ରାମରେ ଗତ ମାସ ୨୫ତାରିଖ ରାତିରେ କେତେଜଣ ଦୃର୍ବୁତ୍ତ ରାକେଶ ଚୌଧୁରୀ ନାମକ ଜଣେ କ୍ଷୀର ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରି ଫେରାର ହୋଇଯାଇଥିଲେ। ଏହି ହତ୍ୟାକାଣ୍ଡର ରହସ୍ୟ ମଙ୍ଗଳବାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୋଲିସ ତାଙ୍କ ପୁଅ ଅନୁଜ କୁମାର ଚୌଧୁରୀ ଓରଫ୍‌ ଗୁଡୁଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ବାଲିଆପାଳରୁ ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଥିବା ବେଳେ ଗୁଡୁ ଓ ଅନ୍ୟ ଜଣଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଛି। ଏ ସମ୍ପର୍କରେ ବସ୍ତା ଏସ୍‌ଡ଼ିପିଓ ଓ ବାଲିଆପାଳ ଆଇଆଇସି ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ ରାକେଶ ଚୌଧୁରୀ ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲାର ମୂଳ ବାସିନ୍ଦା। ସେ ୨୦୦୬ରେ ଟାଙ୍ଗରପିଟା ଗ୍ରାମର ଆରତୀଙ୍କୁ ଦ୍ୱିତୀୟ ବିବାହ କରି ୨୦୧୩ରୁ ରହି ଆସୁଥିଲେ। ଏଠାରେ ସେ କ୍ଷୀର ବ୍ୟବସାୟ କରୁଥିଲେ। ରାକେଶ ଉତ୍ତରପ୍ରଦେଶରେ ନିଜ ନାମରେ ଥିବା ଜମିବାଡି ବିକ୍ରି କରି ପ୍ରାୟ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଏଠାକୁ ଆସିଥିଲେ। ତାଙ୍କର ପ୍ରଥମ ସ୍ତ୍ରୀ ଏବଂ ପିଲା ଛୁଆଙ୍କ କଥା କିଛି ବୁଝୁ ନ ଥିଲେ କିମ୍ବା ଜମିବାଡ଼ି ବିକ୍ରି କରିଥିବା ଟଙ୍କାରୁ କିଛି ଅଂଶ ମଧ୍ୟ ଦେଇ ନ ଥିଲେ। ଏଥିରେ ରାକେଶଙ୍କର ପ୍ରଥମ ସ୍ତ୍ରୀଙ୍କ ପୁଅ ଗୁଡୁ ପ୍ରତିଶୋଧ ପରାୟଣ ହୋଇ ହତ୍ୟା ପାଇଁ ଯୋଜନା କରିଥିଲେ। ଗୁଡୁ ତାଙ୍କ ସହଯୋଗୀ ରାଜସ୍ଥାନର ପ୍ରବୀନ ଅଗ୍ରୱାଲ ଏବଂ ବୁଲନ୍ଦସହରର ଯଶରାଜ ଚୌଧୁରୀଙ୍କ ସହ ଏକ କାରରେ ବାଲିଆପାଳ ଆସି ବିଭିନ୍ନ ଲଜ୍‌ରେ ରହି ହତ୍ୟା ପାଇଁ ଯୋଜନା କରିଥିଲେ। ଗତ ମାସ ୨୫ ତାରିଖ ସନ୍ଧ୍ୟାରେ ସେମାନେ ଟାଙ୍ଗରପିଟା ନିକଟରେ ଅପେକ୍ଷା କରି ରହିଥିଲେ। ଯେତେବେଳେ ରାକେଶ ବାଇକ୍‌ରେ କ୍ଷୀର ଦେଇ ଘରକୁ ଫେରୁଥିଲେ ସେମାନେ ତାଙ୍କୁ ରାସ୍ତାରେ ଅଟକାଇ ପୁଅ ଗୁଡୁ ରାକେଶଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପରେ ସେମାନେ କାର୍‌ରେ ଫେରାର ହୋଇଯାଇଥିଲେ। ବାଲିଆପାଳ ପୋଲିସ ଏକ ମାମଲା (ନଂ.୧୧୭/୧୯) ରୁଜୁ କରି ତଦନ୍ତ କରୁଥିଲା। ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ଉତ୍ତରପ୍ରଦେଶ ଯାଇ ଗୁଡୁଙ୍କ ସହଯୋଗୀ ପ୍ରବୀନ୍‌ ଅଗ୍ରୱାଲଙ୍କୁ ଗିରଫ କରିଥିଲେ। ଏହାପୂର୍ବରୁ ଉତ୍ତରପ୍ରଦେଶ ଜାହାଙ୍ଗିରପୁର ଥାନାଧିକାରୀ ପୁଅ ଗୁଡୁ ଏବଂ ଯଶରାଜଙ୍କୁ ଗତ ୨୩ତାରିଖରେ ଗିରଫ କରିବା ସହିତ ସେମାନେ ବ୍ୟବହାର କରିଥିବା ବନ୍ଧୁକକୁ ଜବତ କରିଥିଲେ। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଗୁଡୁ ଏବଂ ଯଶରାଜଙ୍କୁ ରିମାଣ୍ଡରେ ଆଣିବା ପାଇଁ ଖୁବଶୀଘ୍ର ବାଲିଆପାଳ ପୋଲିସର ଏକ ଦଳ ଉତ୍ତରପ୍ରଦେଶ ଯିବ ବୋଲି ଏସ୍‌ଡ଼ିପିଓ ରଣଜିତ ପୃଷ୍ଟି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ଚାଉଳ ଚୋରି ଅଭିଯୋଗ

ରେମୁଣା, ୯।୮(ଡି.ଏନ.ଏ.)-ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନଭୋଜନ ପାଇଁ ଯୋଗାଇ ଦିଆଯାଉଥିବା ୫୦ କିଲୋ ଚାଉଳ ବ୍ୟାଗ୍‌ରୁ ୫ରୁ ୧୦ କିଲୋ ପର୍ଯ୍ୟନ୍ତ ଯୋଗାଣକାରୀ ସଂସ୍ଥା ଦ୍ୱାରା ହେରଫେର...

ପ୍ରସିଦ୍ଧ ଚୁଇ ମିକ୍ସଚର ଦେଇଛି ପରିଚୟ

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.) କେନ୍ଦୁଝର ସହର ଗାନ୍ଧୀ ଛକ ନିକଟ ମ୍ୟୁନିସିପାଲିଟି ମାର୍କେଟରେ ରହିଛି ଚୁଇ ମିକ୍ସଚର ଦୋକାନ ।ଦୋକାନ କହିଲେ ଏକ ଠେଲା ଦୋକାନ...

ପୋଖରୀ ନିଲାମକୁ ନେଇ ବଢୁଛି ବିବାଦ

ଖଇରା,୨୩ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଅଧୀନ ମୁହଁଚୁଆଁ ଗ୍ରାମରେ ପୋଖରୀ ନିଲାମକୁ କେନ୍ଦ୍ର କରି ପଡ଼ୋଶୀ ଖାନପୁର ଗ୍ରାମ ସହ ବିବାଦ...

ସ୍ଥାନୀୟ ଲୋକାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ସୋର,୩।୬(ଡି.ଏନ.ଏ):ବାହାନଗାରେ ହୋଇଥିବା ଛାତିଥରା ଟ୍ରେନ ଦୂର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ସେଠାରେ ପହଞ୍ଚି ସେ ସ୍ଥିତି ଅନୁଧ୍ୟାନ...

ମା’ଙ୍କ ଜୀବନ ନେଲା ପୁଅ

ଖଇରା,୧୮।୨(ଡି.ଏନ.ଏ) ବାଲେଶ୍ବର ଜିଲା ଖଇରା ବ୍ଲକ ମିରିପୁର ଖଇରା ଗ୍ରାମରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ବୁଧବାର ବିଳମ୍ବିତ ରାତିରେ ମଦ ପିଇ ନିଶାଶକ୍ତ...

ପରୀ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ବାଲେଶ୍ବର ଭାଜପା ମହିଳାମୋର୍ଚ୍ଚା

ବାଲେଶ୍ୱର ଅଫିସ, ୨୭।୨୨: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଜଡିତ ଥିବା ଅଭିଯୋଗକରି ବାଲେଶ୍ୱର ଭାଜପା...

ବେତ କାରୁକାର୍ଯ୍ୟରେ ନିପୁଣ ଶିଳ୍ପୀ ସୁଦର୍ଶନ

ସୋର, ୧୭।୧୦(ଡି.ଏନ.ଏ.)- ବେତରେ ବିଭିନ୍ନ ସାମଗ୍ରୀ ତିଆରି କରିବା କଳାକୁ ଜୀବିକା ଭାବେ ଆଦରି ନେଇଛନ୍ତି ଶିଳ୍ପୀ ସୁଦର୍ଶନ ବେହେରା (୪୮)। ନୂତନ ଶୈଳୀରେ ସେ...

ବିଦ୍ୟାଳୟ ଅନୁଦାନ ପାଣ୍ଠି ହଡ଼ପ ଅଭିଯୋଗ: ତଦନ୍ତ କଲା ଶିକ୍ଷା ବିଭାଗ

ରୂପସା,୨୨ା୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଗଡ଼ପଡା ପଞ୍ଚାୟତ ଅନ୍ତର୍ଗତ ବାଖରବାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରୀ ଅନୁଦାନ ପାଣ୍ଠି ବିନିଯୋଗରେ ବ୍ୟାପକ ଅନିୟମିତତା ହୋଇଥିବା...

Advertisement
Archives

Model This Week