Posted inଫୁରସତ

ବ୍ୟକ୍ତିତ୍ୱ: ଲେଖକ ଅମିତାଭ୍‌ ଘୋଷ

ଡେରାଡୁନ୍‌ର ‘ଦି ଡୁନ୍‌ ସ୍କୁଲ୍‌’ରେ ପଢୁଥିବା ବେଳେ ଅମିତାଭ୍‌ ଘୋଷଙ୍କର ସମସାମୟିକଙ୍କ ମଧ୍ୟରେ ଥିଲେ ଲେଖକ ବିକ୍ରମ୍‌ ସେଠ ଏବଂ ଐତିହାସିକ ରାମଚନ୍ଦ୍ର ଗୁହା। ସ୍କୁଲ୍‌ ସମୟରୁ ଲେଖାଲେଖି ଆରମ୍ଭ କରିଥିଲେ ଅମିତାଭ୍‌। ସେତେବେଳେ ସେ ଉଭୟ ଗପ ଓ କବିତା ଲେଖୁଥିଲେ। ସେସବୁ ଡୁନ୍‌ ସ୍କୁଲ୍‌ର ସାପ୍ତାହିକୀରେ ପ୍ରକାଶ ପାଉଥିଲା।

ଭାରତୀୟ ଇଂଲିଶ ଲେଖକମାନଙ୍କ ମଧ୍ୟରେ ଅମିତାଭ୍‌ ଘୋଷଙ୍କର ରହିଛି ଏକ ସ୍ବତନ୍ତ୍ର ପରିଚିତି। ସେ ହେଉଛନ୍ତି ୫୪ତମ ଜ୍ଞାନପୀଠ ପୁରସ୍କାର ବିଜେତା। ତାଙ୍କର ଇଂଲିଶରେ ରଚିତ ଉପନ୍ୟାସ ସବୁ ବହୁ ଭାଷାକୁ ଅନୁଦିତ ଆଉ ଉଚ୍ଚ ପ୍ରଶଂସିତ ମଧ୍ୟ। ତାଙ୍କର ଉପନ୍ୟାସଗୁଡ଼ିକ ମଧ୍ୟରେ ରହିଛି ‘ଦ ସାର୍କଲ ଅଫ୍‌ ରିଜନ୍‌’, ‘ଦ ସ୍ୟାଡୋ ଲାଇନ୍ସ’, ‘ଦ କାଲକାଟା କ୍ରୋମୋଜମ୍‌’, ‘ଦ ଗ୍ଲାସ୍‌ ପ୍ୟାଲେସ୍‌’, ‘ଦ ହଙ୍ଗ୍ରି ଟାଇଡ୍‌’, ‘ରିଭର ଅଫ୍‌ ସ୍ମୋକ୍‌’, ‘ଫ୍ଲଡ ଅଫ୍‌ ଫାୟାର’ ଏବଂ ’ଗନ୍‌ ଆଇଲାଣ୍ଡ’। ସେହିଭଳି ତାଙ୍କର ନନ୍‌ ଫିକ୍ସନ୍‌ (ପ୍ରବନ୍ଧ) ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ଇନ୍‌ ଆନ୍‌ ଆଣ୍ଟିକ୍‌ ଲ୍ୟାଣ୍ଡ’, ‘ଡ୍ୟାନ୍ସିଂ ଇନ୍‌ କାମ୍ବୋଡ଼ିଆ ଆଣ୍ଡ ଆଟ୍‌ ଲାର୍ଜ ଇନ୍‌ ବର୍ମା’, ‘ଦ ଇମାମ୍‌ ଆଣ୍ଡ ଦ ଇଣ୍ଡିଆନ୍‌’, ‘ଇନ୍‌ସେଣ୍ଡିଆରୀ ସାରକ୍ୟୁମ୍‌ଷ୍ଟାନ୍‌ସେସ୍‌’ ଏବଂ ‘ଦ ଗ୍ରେଟ୍‌ ଡିରେଞ୍ଜମେଣ୍ଟ’।

ପ୍ରାଥମିକ ଜୀବନ : ୧୯୫୬ ମସିହା ଜୁଲାଇ ୧୧ ତାରିଖରେ କଲିକତାର ଏକ ବଙ୍ଗାଳୀ ପରିବାରରେ ଜନ୍ମ ହୋଇଥିଲେ ଅମିତାଭ୍‌ ଘୋଷ୍‌। ଡେରାଡୁନ୍‌ରେ ସେ ନିଜର ଶିକ୍ଷା ଶେଷ କରିଥିଲେ। ଡେରାଡୁନ୍‌ର ‘ଦି ଡୁନ୍‌ ସ୍କୁଲ୍‌’ରେ ପଢୁଥିବା ବେଳେ ତାଙ୍କର ସମସାମୟିକଙ୍କ ମଧ୍ୟରେ ଥିଲେ ଲେଖକ ବିକ୍ରମ୍‌ ସେଠ ଏବଂ ଐତିହାସିକ ରାମଚନ୍ଦ୍ର ଗୁହା। ସ୍କୁଲ୍‌ ସମୟରୁ ଲେଖାଲେଖି ଆରମ୍ଭ କରିଥିଲେ ଅମିତାଭ୍‌। ସେତେବେଳେ ସେ ଉଭୟ ଗପ ଓ କବିତା ଲେଖୁଥିଲେ। ସେସବୁ ଡୁନ୍‌ ସ୍କୁଲ୍‌ର ସାପ୍ତାହିକୀରେ ପ୍ରକାଶ ପାଉଥିଲା। ସେହି ସାପ୍ତାହିକୀର ସେତେବେଳର ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ ବିକ୍ରମ୍‌ ସେଠ୍‌। ସ୍କୁଲ୍‌ ତଥା କଲେଜ୍‌ ସମୟରେ ତାଙ୍କର ସାହିତ୍ୟ ସହିତ ସମ୍ପୃକ୍ତି ବହୁଭାବରେ ବୃଦ୍ଧି ପାଇଥିଲା। ରାମଚନ୍ଦ୍ର ଗୁହାଙ୍କ ସହିତ ମିଶି ସେ ଏକ ମାଗାଜିନ୍‌ ପ୍ରକାଶ କରିଥିଲେ ଯାହାର ନାମ ଥିଲା ‘ହିଷ୍ଟ୍ରି ଟାଇମ୍‌ସ ଏଲଙ୍ଗ୍‌’। ଡୁନ୍‌ରୁ ପଢ଼ା ସାରି ସେ ଦିଲ୍ଲୀ ୟୁନିଭର୍ସିଟିର ସେଣ୍ଟ ଷ୍ଟିଫେନ୍ସ କଲେଜରେ ନାମ ଲେଖାଇଲେ। ପରେ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସରୁ ଡିଗ୍ରୀ ହାସଲ କଲେ। ଇନ୍‌ଲାକ୍‌ସ ଫାଉଣ୍ଡେଶନ୍‌ ସ୍କଲାରଶିପ୍‌ ପାଇ ସେ ଅକ୍ସଫୋର୍ଡ ୟୁନିଭର୍ସିଟି ଗଲେ ଓ ସେଠାରେ ଡି.ଫିଲ୍‌ କଲେ। ତାଙ୍କର ଜର୍ନାଲିଜିମ୍‌ ପ୍ରତି ଖୁବ୍‌ ଆଗ୍ରହ ଥିଲା। ସେ ନୂଆଦିଲ୍ଲୀ ଫେରିଆସି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ପ୍ରଥମ ଚାକିରି ଜୀବନ ଆରମ୍ଭ କଲେ।

କ୍ୟାରିୟର : ସମ୍ପ୍ରତି ନ୍ୟୁୟର୍କ ହେଉଛି ଅମିତାଭ୍‌ ଘୋଷ୍‌ଙ୍କ ବାସସ୍ଥାନ। ପରିବାର କହିଲେ ସେ, ସ୍ତ୍ରୀ ଦିବୋରା ବାକେର ଏବଂ ଦୁଇ ସନ୍ତାନ : ଲିଲା ଏବଂ ନୟନ। ଅମିତାଭ୍‌ଙ୍କ ପରି ଦିବୋରା ମଧ୍ୟ ଜଣେ ଲେଖିକା। ତାଙ୍କର ଏକ ଲୋକପ୍ରିୟ ବହିର ନାମ ‘ଇନ୍‌ ଏକ୍‌ଷ୍ଟ୍ରିମିସ୍‌’। ଏହା ହେଉଛି ପ୍ରଖ୍ୟାତ ଆମେରିକାନ୍‌ କବି, ସମାଲୋଚିକା, ଔପନ୍ୟାସିକା, ପ୍ରାବନ୍ଧିକା ତଥା କ୍ଷୁଦ୍ରଗଳ୍ପ ଲେଖିକାଙ୍କ ଆତ୍ମଜୀବନୀ। ୧୯୯୯ ମସିହାରେ ଅମିତାଭ୍‌ ଘୋଷ ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କର କୁଇନ୍ସ କଲେଜ୍‌ ଫାକଲ୍‌ଟିରେ ଯୋଗ ଦେଇଥିଲେ। ସେଠାରେ ତାଙ୍କୁ ‘କମ୍ପେୟାରେଟିଭ୍‌ ଲିଟରେଚର୍‌’ର ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସର ଭାବରେ ନିଯୁକ୍ତି ଦିଆଯାଇଥିଲା। ୨୦୦୫ରେ ସେ ହାଓ୍ବାର୍ଡ ୟୁନିଭର୍ସିଟିର ଇଂଲିଶ ବିଭାଗରେ ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟକରିଥିଲେ। ତେବେ ଏସବୁକୁ ଛାଡ଼ି ତାଙ୍କୁ ଶେଷରେ ଭାରତ ଫେରିଆସିବାକୁ ପଡ଼ିଲା। କାରଣ ସେ ଏକ ପୁସ୍ତକର ଟ୍ରାୟୋଲୋଜି ଉପରେ କାମ କରିବାକୁ ମନସ୍ଥ କରିଥିଲେ। ଏହି ଯୋଜନା କ୍ରମରେ ସେ ଲେଖିଥିଲେ ସି ଅଫ୍‌ ପପିଜ୍‌, ରିଭର ଅଫ୍‌ ସ୍ମୋକ୍‌ ଏବଂ ଫ୍ଲଡ ଅଫ୍‌ ଫାୟାର। ୨୦୦୭ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ସେହିଭଳି ସେ ୨୦୦୯ରେ ରୟାଲ ସୋସାଇଟି ଅଫ୍‌ ଲିଟରେଚର୍‌ର ଫେଲୋ ଭାବରେ ନିର୍ବାଚିତ ହୋଇଥିଲେ।

ଦ ସର୍କଲ ଅଫ୍‌ ରିଜନ : ‘ଦ ସର୍କଲ ଅଫ୍‌ ରିଜନ’ ହେଉଛି ଅମିତାଭ୍‌ ଘୋଷଙ୍କ ପ୍ରଥମ ଉପନ୍ୟାସ। ଏହାର ରଚନା କାଳ ୧୯୮୬ ମସିହା। ଉପନ୍ୟାସର ନାୟକ ‘ଆଲୁ’। ଆଲୁ ହେଉଛି ଏକ ଅନାଥ ପିଲା। ଆଲୁକୁ ଜଣେ ବ୍ୟକ୍ତି ପାଳିଛି। ଆଉ ତାକୁ ନେଇ ସେ ଏକ ବିଚିତ୍ର ସ୍ବପ୍ନ ଦେଖୁଛି। ସେ ଭାବୁଛି ଆଲୁ ବଡ଼ ହୋଇ ତା’ ପାଇଁ ଲଢ଼େଇ କରିବ। ଆଲୁକୁ ସେ ନିଜ ଯୁଦ୍ଧରେ ଜଣେ ସୈନିକ କରି ଠିଆ କରେଇବ। ତେବେ ଆଲୁର ପାଳକ ବାପା ଯେ ଜଣେ ଆତଙ୍କବାଦୀ – ଏଭଳି ଆଶଙ୍କା କରି ପୋଲିସ ସେମାନଙ୍କୁ ସନ୍ଦେହ ଘେରରେ ରଖୁଛି। ତେବେ ଏଭଳି ଏକ ପରିପ୍ରେକ୍ଷୀରେ ଆଲୁ ଦିନେ କୁଆଡ଼େ ଗାଏବ ହୋଇ ଯାଉଛି। ସେ କଲିକତା ଛାଡ଼ି ଗୋଆରେ ପହଞ୍ଚୁଛି। ଗୋଆରେ ଗୋଟିଏ ଫିଶିଂ ଟ୍ରଲରରେ ଯାଇ ବସି ଯାଉଛି ଯେଉଁ ଟ୍ରଲରଟି ବେଆଇନ୍‌ ଭାବରେ ଲୋକମାନଙ୍କୁ ଆଫ୍ରିକା ସ୍ଥାନାନ୍ତର କରୁଛି। ଏଭଳି ଏକ କଥାବସ୍ତୁକୁ ନେଇ ରଚିତ ‘ଦ ସର୍କଲ ଅଫ୍‌ ରିଜନ’ ଉପନ୍ୟାସଟିକୁ ବେଶ୍‌ ପାଠକୀୟ ତଥା ସମାଲୋଚକୀୟ ପ୍ରଶଂସା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?